ବିରଳ ହ୍ବେଲ୍‌ ସାର୍କର ଜୀବନ ବଞ୍ଚାଇଲେ ପର୍ଯ୍ୟଟକ

ଚିକିଟି,୨୬ା୨: ଗଞ୍ଜାମ ଜିଲା ଚିକିଟି ବ୍ଲକ ସୁନୁପୁର ସ୍ଥିତ ସମୁଦ୍ର ଉପକୂଳରେ ଏକ ବିରଳ ପ୍ରଜାତିର ହ୍ବେଲ୍‌ ସାର୍କ ଦେଖିବାକୁ ମିଳିଛି। ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଥିବା ବେଳେ ହଠାତ୍‌ ସାର୍କଟି କୂଳକୁ ଆସିଥିବା ଦେଖିଥିଲେ। ଖବର ପ୍ରଚାର ହେବା ପରେ ବେଳାଭୂମିରେ ଲୋକଙ୍କ ଭିଡ଼ ଜମିଥିଲା। ଗ୍ରାମବାସୀ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ଜଣାଇବା ପରେ ଡିଏଫ୍‌ଓଙ୍କ ନିର୍ଦ୍ଦେଶରେ ଟାମଣା ଫରେଷ୍ଟର ରୂପକ କୁମାର ପ୍ରଧାନଙ୍କ ସମେତ ବନ କର୍ମଚାରୀ ପହଞ୍ଚତ୍ ଗ୍ରାମବାସୀଙ୍କ ସହାୟତାରେ ସାର୍କଟିକୁ ସମୁଦ୍ର ମଧ୍ୟକୁ ଛାଡିଥିଲେ।
୨୦୧୮ରୁ ୨୦୨୧ ମଧ୍ୟରେ ଏହି ବେଳାଭୂମିରେ ୩ ଥର ବିରଳ ପ୍ରଜାତିର ହ୍ବେଲ୍‌ ସାର୍କ ଦେଖିବାକୁ ମିଳିଲାଣି। ମାତ୍ର ସେମାନଙ୍କ ସୁରକ୍ଷା ଦିଗରେ ବନ ବିଭାଗ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଏ. କେ. ନାୟକ କହିଛନ୍ତି, ପ୍ରାୟ ୧୫ଫୁଟ ଲମ୍ବର ହ୍ବେଲ୍‌ ସାର୍କ ବେଳାଭୂମିକୁ ଆସିଥିଲା। ବାରମ୍ବାର ଏପରି ହ୍ବେଲ୍‌ ସାର୍କ ବେଳାଭୂମିକୁ ଆସୁଥିବାରୁ ସେମାନଙ୍କ ସୁରକ୍ଷା କ୍ଷେତ୍ରରେ ଲୋକଙ୍କୁ ସଚେତନ କରାଯିବ। ଏହାସହ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ କିପରି ଆକୃଷ୍ଟ ହେବେ ବନ ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ଜଳୁଛି ଓଡ଼ିଶା:୪୦ ଡିଗ୍ରୀ ଉପରେ ୩୨ ସହର ତାପମାତ୍ରା

ଭୁବନେଶ୍ୱର, ୧୯ା୪(ଅସମାପିକା ସାହୁ):ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତରୀଣ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ପାରଦ ଉପରମୁହାଁ ହୋଇଯାଇଛି। ଗୁରୁବାର ରାଜ୍ୟର...

ରାଜ୍ୟରେ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ରାଜ୍ୟର ପ୍ରଥମ ପର୍ଯ୍ୟାୟ (ସମଗ୍ର ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ମେ’ ୧୩ରେ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri