ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech, କଗ୍ନିଜାଣ୍ଟ, କ୍ୟାପ୍‌ଜେମିନି, ମାଇକ୍ରୋସଫ୍ଟ ଏବଂ ଆଡୋବ୍‌ ସମେତ ୮ଟି କମ୍ପାନୀକୁ ଗ୍ରୀନ୍ କାର୍ଡ ସହ ଜଡ଼ିତ PERM ଲେବର ସାର୍ଟିଫିକେସନ୍‌ ପ୍ରକ୍ରିୟାରୁ ସ୍ଥଗିତ ରଖିଛି । ଆମେରିକୀୟ କର୍ମଚାରୀଙ୍କ ଚାକିରି ଓ ଦରମା ଉପରେ ପ୍ରଭାବ ପକାଇ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବାରେ ନିୟମର ଦୁରୁପଯୋଗ ହୋଇଥିବା ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି । ଏହାଦ୍ୱାରା ସମ୍ପୃକ୍ତ କମ୍ପାନୀଗୁଡ଼ିକରେ କାମ କରୁଥିବା ଅନେକ ବିଦେଶୀ କର୍ମଚାରୀଙ୍କ ସ୍ଥାୟୀ ବାସିନ୍ଦା ହେବାର ଯୋଜନା ପ୍ରଭାବିତ ହୋଇପାରେ ।

PERMର ହେଉଛି Program Electronic Review Management। ଆମେରିକାରେ ଚାକିରି ଆଧାରରେ ଗ୍ରୀନ୍ କାର୍ଡ ପାଇବା ପ୍ରକ୍ରିୟାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରାରମ୍ଭିକ ପଦକ୍ଷେପ।ଏହି ପ୍ରକ୍ରିୟାରେ କମ୍ପାନୀକୁ ଆମେରିକାର ଶ୍ରମ ବିଭାଗ ସମ୍ମୁଖରେ ପ୍ରମାଣ କରିବାକୁ ପଡ଼େ ଯେ, ନିର୍ଦ୍ଦିଷ୍ଟ ପଦବୀ ପାଇଁ ଆବଶ୍ୟକ ଯୋଗ୍ୟତା ଥିବା ଆମେରିକୀୟ କର୍ମଚାରୀ ଉପଲବ୍ଧ ନାହାନ୍ତି ଏବଂ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଆମେରିକୀୟ କର୍ମଚାରୀଙ୍କ ଦରମା କିମ୍ବା କାର୍ଯ୍ୟ ପରିସ୍ଥିତି ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ।PERM ଅନୁମୋଦନ ପରେ ନିଯୁକ୍ତିଦାତା ସାଧାରଣତଃ ଗ୍ରୀନ୍ କାର୍ଡ ପାଇଁ ପରବର୍ତ୍ତୀ ପଦକ୍ଷେପ ନେଇପାରନ୍ତିମ। ତେଣୁ ଏହି ପ୍ରକ୍ରିୟା ସ୍ଥଗିତ ହେବା ଫଳରେ ସମ୍ପୃକ୍ତ କମ୍ପାନୀର କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ଆବେଦନ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହୋଇପାରେ ।

ଆମେରିକୀୟ ପ୍ରଶାସନର ଅଭିଯୋଗ ହେଉଛି, କିଛି କମ୍ପାନୀ ବିଦେଶୀ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଭିସା ଏବଂ ଶ୍ରମ ସମ୍ବନ୍ଧୀୟ ନିୟମର ଦୁରୁପଯୋଗ କରିଛନ୍ତି । ଏହାଦ୍ୱାରା ଆମେରିକୀୟ କର୍ମଚାରୀଙ୍କ ଚାକିରି ସୁଯୋଗ ଓ ଦରମା ପ୍ରଭାବିତ ହୋଇଥିବା ଦାବି କରାଯାଇଛି। ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ବିଶେଷ କରି ମାଇକ୍ରୋସଫ୍ଟକୁ ଟାର୍ଗେଟ୍‌ କରି ଭିସା ବ୍ୟବସ୍ଥାର ଦୁରୁପଯୋଗ ହୋଇଥିବା ଅଭିଯୋଗ ଆଣିଛନ୍ତି । ତାଙ୍କ ଦାବି ଅନୁସାରେ, ମାଇକ୍ରୋସଫ୍ଟ ୨୦୨୫ରେ ପ୍ରାୟ ୬,୦୦୦ ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିଥିଲା। ଅନ୍ୟପଟେ, କମ୍ପାନୀକୁ ୬,୦୦୦ରୁ ଅଧିକ H-1B ଭିସା ମିଳିଥିବା ଏବଂ ଛଟେଇ ହୋଇଥିବା କିଛି ପଦବୀ ସହ ସମାନ କାମ ପାଇଁ PERM ଆବେଦନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଏହି ଅଭିଯୋଗଗୁଡ଼ିକ ନେଇ ମାଇକ୍ରୋସଫ୍ଟର ପ୍ରତିକ୍ରିୟା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରିପୋର୍ଟ ଅନୁସାରେ, କମ୍ପାନୀ କହିଛି ଯେ ଅଧିକାଂଶ ଆବେଦନ ନୂଆ ନିଯୁକ୍ତି ପାଇଁ ନୁହେଁ, ବରଂ ପୂର୍ବରୁ କାମ କରୁଥିବା କର୍ମଚାରୀଙ୍କ ସହ ଜଡ଼ିତ ଥିଲା। ତେଣୁ ସରକାରଙ୍କ ଅଭିଯୋଗ ଓ କମ୍ପାନୀର ପକ୍ଷ ଉଭୟକୁ ଧ୍ୟାନରେ ରଖିବା ଆବଶ୍ୟକ। ଗ୍ରୀନ୍ କାର୍ଡ ପ୍ରକ୍ରିୟାରେ ବିଳମ୍ବ ହେଲେ କର୍ମଚାରୀଙ୍କ କ୍ୟାରିୟର ଯୋଜନା, ଚାକିରି ପରିବର୍ତ୍ତନ, ପରିବାର ସହ ସ୍ଥାୟୀ ଭାବେ ରହିବା ଏବଂ ପିଲାଙ୍କ ଶିକ୍ଷା ସମ୍ବନ୍ଧୀୟ ନିଷ୍ପତ୍ତି ଉପରେ ପ୍ରଭାବ ପଡ଼ିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିନ୍‌ ଥେରାପି କ୍ଷେତ୍ରରେ ବିଜ୍ଞାନୀଙ୍କ ବଡ଼ ସଫଳତା, ଦୃଷ୍ଟିହୀନଙ୍କୁ ମିଳିବ ଆଂଶିକ ଦୃଷ୍ଟିଶକ୍ତି

ଲଣ୍ଡନ/ୱାଶିଂଟନ,୯।୧୦: ଆଲୋକ ବ୍ୟବହାର କରି ସ୍ନାୟୁ କୋଷ (ନର୍ଭ ସେଲ୍‌) ଗୁଡ଼ିକୁ ସକ୍ରିୟ ଓ ନିଷ୍କ୍ରିୟ କରିବା ପ୍ରକ୍ରିୟା ଉପରେ ଆଧାରିତ ‘ଓପ୍ଟୋଜେନେଟିକ୍‌ ଥେରାପି’ ଦୃଷ୍ଟିହୀନ ଲୋକଙ୍କୁ…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?