ନେପାଳ ଯିବେ ୩ ବର୍ଷୀୟ ସାଇ ଶ୍ରେୟାଂସୁ

ଭଦ୍ରକ ଅଫିସ, ୨୬।୨- ୩ ବର୍ଷ ବୟସରେ ସ୍ବତନ୍ତ୍ର ମଡେଲ ପାଇଁ ଜିଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି। ଆସନ୍ତା ଜୁଲାଇରେ ନେପାଳରେ ହେବାକୁ ଥିବା ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତା ନିମନ୍ତେ ସର୍ବଭାରତୀୟ ଶିଶୁ ବର୍ଗରୁ ଚୟନ ହୋଇଛନ୍ତି। ଏହି ଶିଶୁ ପ୍ରତିଭା ହେଲେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିରିଡ଼ି ଗ୍ରାମର ସାଇ ଶ୍ରେୟାଂସୁ ପଣ୍ଡା(କାହ୍ନା)। ଜନ୍ମଜାତ ଗୁଣ ଓ ଅବିଶ୍ୱସନୀୟ ପରିପ୍ରକାଶ ଶୈଳୀ ଯୋଗୁ ରାଜ୍ୟ ଓ ଦେଶର ଏକମାତ୍ର ଶୈଶବ ଆନ୍ତର୍ଜାତିକ ମଡେଲ ପ୍ରତିଯୋଗୀ ହେବାର ସେ ଗୌରବ ଅର୍ଜନ କରିଛନ୍ତି। ଯେଉଁଥିପାଇଁ ଏବେ ଚାରିଆଡ଼େ ତାଙ୍କର ପ୍ରଶଂସା। ମାତ୍ର ଦେଢ଼ ବର୍ଷ ବୟସରୁ ନୃତ୍ୟ, ମଡେଲ କଳା, ଫଟୋ ପୋଜିଂରେ ଆଗ୍ରହ ଦେଖାଇବାରୁ ବାପା ଶ୍ରୀରାମ ପଣ୍ଡା ଓ ମା’ ପୁଷ୍ପାଞ୍ଜଳି ଏଥିପାଇଁ ବ୍ୟବସ୍ଥା ଆରମ୍ଭ କରିଥିଲେ। ଜେଜେବାପା ସୁଶାନ୍ତ ପଣ୍ଡା ଓ ଜେଜେମା’ ଶିକ୍ଷୟିତ୍ରୀ ପ୍ରମିଳା ପଣ୍ଡା କାହ୍ନାକୁ ପ୍ରୋତ୍ସାହିତ କରିଥିଲେ। ଏହାପରେ ବିକଶିତ ହେବାକୁ ଲାଗିଥିଲା ସହଜାତ ପ୍ରତିଭା। ଶ୍ରୀରାମ ବୌଦ୍ଧ ଜିଲାର ରାଜପଥ କାର୍ଯ୍ୟରେ ଯନ୍ତ୍ରୀ ଭାବେ ନିୟୋଜିତ ହୋଇଥିବାରୁ ସେଠାରେ ବସବାସ କରନ୍ତି। ସାଇ ଶ୍ରେୟାଂସୁଙ୍କ ମା’ ପୁଅର ମଡେଲ ପ୍ରତି ଆଗ୍ରହ ଦେଖି ମଡେଲ ଗୁରୁ ପ୍ରସନ୍ନଙ୍କ ତତ୍ତ୍ବାବଧାନରେ ତାଙ୍କୁ ସ୍ବତନ୍ତ୍ର ତାଲିମ ଦେଇଥିଲେ। ଏହି ସମୟରେ ଶ୍ରେୟାଂସୁ ବିଭିନ୍ନ ଜିଲା ଓ ବ୍ଲକସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳ ହେବାରେ ଲାଗିଥାନ୍ତି। କୋଭିଡ୍‌ ଲକ୍‌ଡାଉନ ସମୟରେ ସେପ୍ଟେମ୍ବରରେ ମୁମ୍ବାଇର ଗ୍ଲୋବାଲ ବିୟୁଟି ଇଣ୍ଟରନ୍ୟାଶନାଲ ଅର୍ଗନାଇଜେଶନ ପକ୍ଷରୁ ଅନ୍‌ଲାଇନରେ କିଟ୍‌ସ ଆଣ୍ଡ ଟିନ୍‌ ୱାଲର୍‌ଡ ଇଭେଣ୍ଟ ୨୦୨୦-୨୧ ମଡେଲ ବିଭାଗରେ ଶିଶୁ ପ୍ରତିଯୋଗିତା ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଯାହାର ସୁଯୋଗ ହାତଛଡ଼ା କରି ନ ଥିଲେ ଶ୍ରେୟାଂସୁଙ୍କ ମା’ ବାପା। ଆଉ ଏହି ପ୍ରତିଯୋଗିତା ଶ୍ରେୟାଂସୁଙ୍କ ପାଇଁ ଆଣିଦେଲା ପରିଚୟ। ୪୦ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେୟାଂସୁ ବିଜୟୀ ହୋଇଥିଲେ। ନେପାଳରେ ହେବାକୁ ଥିବା ପ୍ରତିଯୋଗିତାରେ ସେ ଯେମିତି ସଫଳ ହୋଇ ଭାରତର ନାମ ରଖିବେ ସେଥିପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରିସିଆନକୁ ଭଲ ପାଉଥିଲେ ନାବାଳିକା, ରାଗିଯାଇ ଝିଅର ଗଳା କାଟିଦେଲେ ବାପା

ବେଙ୍ଗାଲୁରୁ,୧୮।୫: ବେଙ୍ଗାଲୁରୁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଝିଅର ପ୍ରେମକୁ ସହିନପାରି ହତ୍ୟା କଲେ ବାପା । ଘଟଣାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ…

ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ବର୍ତ୍ତମାନ ପ୍ରଦୂଷଣ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଏହା ଏବେ ଏଭଳି ଆକାର ଧାରଣ କରିଛି ଯେ ତାହାଦ୍ୱାରା ଜଳବାୟୁ ପ୍ରଭାବିତ ହେଉଛି। କେବଳ ସେତିକି…

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri