ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଖୋର୍ଦ୍ଧା ଅଫିସ,୨୫ା୧୦: ଖୋର୍ଦ୍ଧା ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରୁ ବରୁଣେଇ ପୀଠ ଅନ୍ୟତମ। ଏବେ ଏହି ପୀଠ ଅବହେଳିତ ହୋଇପଡ଼ିଛି। ବରୁଣେଇ ଜଙ୍ଗଲ କ୍ଷୟ ହେଉଥିବାବେଳେ ରାସ୍ତା, ପାନୀୟଜଳ ପ୍ରଭୃତି ବିଭିନ୍ନ ସମସ୍ୟା ଲାଗିରହିଛି। ଏଠାକାର ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ପର୍ଯ୍ୟଟକ ଏଠାରୁ ମୁହଁ ଫେରାଇ ନେବାକୁ ବସିଲେଣି।
ଶୀତଋତୁରେ ଏହି ପୀଠରେ ପ୍ରବଳ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’ ବରୁଣେଇ ଓ କରୁଣେଇଙ୍କ ଦର୍ଶନ କରିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି। ସେହିପରି ଏଠାରେ ବଣଭୋଜିର ସୁବଧା ରହିଛି। ତେବେ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ପାନୀୟଜଳ ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇପଡ଼ିଥିବାବେଳେ ମନ୍ଦିର ପାହାଚ ଫାଟି ଆଁ କରିଛି। ଅନେକ ଗଛ ଭାଙ୍ଗି ପାହାଚରେ କାଠଗଣ୍ଡି ପଡ଼ିଛି। ଫଳରେ ପର୍ଯ୍ୟଟକ ଯାତାୟାତ ଲାଗି ହଇରାଣ ହେଉଛନ୍ତି। ବରୁଣେଇରୁ ବୋହି ଆସୁଥିବା ଜଳସ୍ରୋତ ଯୋଗୁ ରାସ୍ତାରେ ଶିଉଳି ଜମିଛି। ପୀଠକୁ ଯାଉଥିବା ପିଲା, ବୃଦ୍ଧାବୃଦ୍ଧଙ୍କ ଗୋଡ଼ ଖସି ଆହତ ହେଉଛନ୍ତି। ଅନେକ ସ୍ଥାନରେ ପ୍ଲାଷ୍ଟିକ, ପଲିଥିନ, ବୋତଲ ପଡ଼ିରହିଛି। ଏହି ପର୍ଯ୍ୟଟନ କ୍ଷେତ୍ରର ବିକାଶ ଓ ସ୍ବଚ୍ଛତା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ନୟାଗଡ଼ରୁ ଆସିଥିବା ପର୍ଯ୍ୟଟକ ପ୍ରଫୁଲ୍ଲ ଦାସ ଅଭିଯୋଗ କରିଛନ୍ତି। ଶିଳ୍ପାଞ୍ଚଳରୁ ସଂଯୋଗ କରୁଥିବା ଏହି ରାସ୍ତାର ଉଭୟ ପଟେ ଯାନବାହନ ପାର୍କିଂ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ସେହିପରି ବରୁଣେଇ ଜଙ୍ଗଲରୁ କାଠ ଚୋରାଚାଲାଣ ହେଉଛି। ପର୍ଯ୍ୟଟକଙ୍କୁ ମୌଳିକ ସୁବିଧା ମିଳୁ ନ ଥିବା ବେଳେ ମନୋରମ ପ୍ରାକୃତିକ ପରିବେଶ ନଷ୍ଟ ହେବାରେ ଲାଗିଛି। ପର୍ଯ୍ୟଟନ ବିଭାଗ କେବଳ ନାମଫଳକ ଟାଙ୍ଗିଦେଇ ଚୁପ୍‌ ବସିଛି। କରୋନା କଟକଣା ଯୋଗୁ ଏହି ପୀଠ ପ୍ରାୟ ୧୦ ମାସ ବନ୍ଦ ରହିଥିଲା। ଏବେ ଖୋଲିଥିଲେ ମଧ୍ୟ ପର୍ଯ୍ୟଟକଙ୍କ ବିଶେଷ ଆଗମନ ନାହିଁ। ପୀଠର ବିଭିନ୍ନ ସମସ୍ୟା ଯୋଗୁ ପର୍ଯ୍ୟଟକ ଏଠାକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀଙ୍କ ସମେତ କେତେଜଣ ପର୍ଯ୍ୟଟକ କହିଛନ୍ତି। ବର୍ତ୍ତମାନ କରୋନା କଟକଣା କୋହଳ ହୋଇଥିବାବେଳେ ପର୍ଯ୍ୟଟନ ଋତୁ ଆସିଲାଣି। ତେଣୁ ଏହି ପର୍ଯ୍ୟଟନସ୍ଥଳର ବିକାଶ ଓ ସ୍ବଚ୍ଛତା ଲାଗି ପଦକ୍ଷେପ ନିଆଯିବାକୁ ଦାବି ହେଉଛି। ଏ ନେଇ ନୂତନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି, ବରୁଣେଇ ପୀଠ ସମେତ ଜିଲାର ସମସ୍ତ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କେଏନ୍‌ପୁରରେ ଅଗ୍ନିକାଣ୍ଡ: ଗୋଟିଏ ପରିବାର ସର୍ବସ୍ବାନ୍ତ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନ୍‌ପୁରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମୟନ୍ତୀ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ଛାର୍‌ଖାର ହୋଇଛି। ଅଗ୍ନିଶମ...

ଉତ୍ତର ଓଡ଼ିଶାରେ ଭୂକମ୍ପ

ବାଲେଶ୍ୱର ଅଫିସ୍‌,୪।୧୨: ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ଗୁରୁବାର ବିଳମ୍ବିତ ରାତ୍ରିରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ...

ଅଣ୍ଡର ବ୍ରିଜ ନିର୍ମାଣ ଲାଗି ଚତୁର୍ଥ ଦିନରେ ଆନ୍ଦୋଳନ : ଜିଲା ପ୍ରଶାସନ ପକ୍ଷରୁ ବୈଠକ

କେସିଙ୍ଗା, ୨୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟରେ ଥିବା ରେଳ ଫାଟକ ନିକଟରେ ଅଣ୍ଡର ବ୍ରିଜ ନିର୍ମାଣ ଦାବି ଶନିବାର ଚତୁର୍ଥ ଦିନରେ ପହଞ୍ଚିଛି।...

ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି...

ଏସ୍‌ଭିଏମ୍‌ ମହାବିଦ୍ୟାଳୟରେ ୨ ଅଧ୍ୟାପକ ଗଣ୍ଡଗୋଳ ଘଟଣା: ଜଣେ ଅଧ୍ୟାପକଙ୍କ ସହ ୭ ଗିରଫ

ଜଗତ୍‌ସିଂହପୁର ଅଫିସ୍‌,୨୮ା୧: ଜଗତ୍‌ସିଂହପୁରସ୍ଥିତ ସ୍ବାମୀ ବିବେକାନନ୍ଦ ସ୍ମାରକୀ(ଏସ୍‌ଭିଏମ୍‌) ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ଅଧ୍ୟାପକ(ରିଡର) ଧୀରେନ ମହାନ୍ତି ଓ ଅଧ୍ୟାପକ ଜଗନ୍ନାଥ ବେହେରାଙ୍କ ମଧ୍ୟରେ ଗତ ୨୫ରେ...

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ମହାକାଳପଡ଼ା,୧୮।୯(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବନାଞ୍ଚଳ ଅଧୀନ ସ୍ଥାନୀୟ ଜମ୍ବୁ ଗ୍ରାମର ଧନଞ୍ଜୟ ଗାଇନ(୩୫)ଙ୍କୁ ଏକ ଜଙ୍ଗଲୀ ବାର୍‌ହା ଆକ୍ରମଣ କରିଛି। ଫଳରେ ତାଙ୍କର...

୨.୨୧ କୋଟିର ଚାଉଳ ଆତ୍ମସାତ୍‌

ଯାଜପୁର ଅଫିସ,୭।୧୦:ରାଜ୍ୟର ଯାଜପୁର ଜିଲା ସମେତ ଭଦ୍ରକ, ଗଞ୍ଜାମ ଓ ନବରଙ୍ଗପୁର ଜିଲାର ୨୩ ଜଣ ଯୋଗାଣ ବିଭାଗ ଅଧିକାରୀ ୨ କୋଟି ୨୧ ଲକ୍ଷ...

କାଗଜକଲମରେ ସୀମିତ ପଲିଥିନ କଟକଣା : ସରକାରୀ ନାଲିଫିତା ତଳେ ଦଣ୍ଡ ବ୍ୟବସ୍ଥା

ଖଣ୍ଡପଡ଼ା,୧୮ା୯(ସ୍ବ.ପ୍ର.): ଗାଁ ହେଉ ଅବା ସହର, ପଲିଥିନର ମୋହ ତୁଟାଇ ପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ବିଭିନ୍ନ ସାମଗ୍ରୀ ଆଣିବା ପାଇଁ ଗ୍ରାହକମାନେ ଘରୁ ବ୍ୟାଗ...

Advertisement
Archives

Model This Week