ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ପାଇଲେ ଜାଡେଜା

ଦୁବାଇ, ୩।୧୦: ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ୭ ରନରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ପକ୍ଷରୁ ଧାର୍ଯ୍ୟ ୧୬୫ ରନର ଟାର୍ଗେଟ୍‌କୁ ପିଛା କରି ମହେନ୍ଦ୍ର ସିଂ ଧୋନୀଙ୍କ ଦଳ ୫ ଉଇକେଟ୍‌ରେ ୧୫୭ ରନ କରିବାକୁ ସମର୍ଥ ହୋଇଥିଲା। ଷ୍ଟାର୍‌ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ୩୫ ବଲରୁ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ତେବେ ଏହି ଅର୍ଦ୍ଧଶତକ ସହ ସେ ଆଇପିଏଲ୍‌ରେ ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଜାଡେଜା ୨ ହଜାର ରନ୍‌ ପୂରଣ କରିବା ସହିତ ୧୦୦ ଉଇକେଟ୍‌ ମଧ୍ୟ ହାସଲ କରିଛନ୍ତି। ୨୦୦୮ରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଖେଳି ଆଇପିଏଲ୍‌ କ୍ୟାରିୟାର ଆରମ୍ଭ କରିଥିବା ଜାଡେଜା ବର୍ତ୍ତମାନ ସୁଦ୍ଧା ୧୭୪ ମ୍ୟାଚ୍‌ରେ ୨୪.୧ ଆଭରେଜରେ ୨ ହଜାର ରନ୍‌ ପୂରଣ କରିଛନ୍ତି। ସେ ଆଇପିଏଲ୍‌ରେ ଗୋଟିଏ ଅର୍ଦ୍ଧଶତକ ସହ ୬୭ ଛକା ମାରିଛନ୍ତି। ସେହିଭଳି ବୋଲିଂରେ ସେ ୭.୬୬ ଇକୋନୋମିରେ ୧୧୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଗୋଟିଏ ଥର ଜାଡେଜା ୫ ଉଇକେଟ୍‌ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟର୍‌ କରିଥିଲେ ଏମିତି ରେକର୍ଡ ଯାହା ଆଜିପର୍ଯ୍ୟନ୍ତ ଭାଙ୍ଗିପାରିନାହାନ୍ତି ୨୬୦୮ ଖେଳାଳି

ପାକିସ୍ତାନର ଅଲରାଉଣ୍ଡର ତଥା ପୂର୍ବତନ କ୍ରିକେଟର ସହିଦ ଆଫ୍ରିଦି ଆଜି ତାଙ୍କର ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ପାକିସ୍ତାନର ଜଣେ ପ୍ରସିଦ୍ଧ ଖେଳାଳି ଭାବେ...

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ଭାରତ

ଦୁବାଇ,୨୮।୮: ଏସିଆ କପ୍‌ ୧୫ତମ ସିଜିନ୍‌ରେ ଭାରତ ତାର ତାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ ଚିରପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ...

‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୭।୬(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ସହିଦ୍‌ ସ୍ପୋଟର୍‌ସଂ ଖେଳ ପଡ଼ିଆରେ ନିର୍ମିତ ‘ଦିଲୀପ ତିର୍କୀ’ ଷ୍ଟାଣ୍ଡ୍‌ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ହକି ଦଳର ପ୍ରାକ୍ତନ...

ପୁଣି ନମ୍ବର-୧ ହେଲା ଭାରତ

ନୂଆଦିଲ୍ଲୀ,୧୯।୧: ଗାବା ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ଟିମ ଇଣ୍ଡିଆ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଏକ ନମ୍ବରରେ ପହଞ୍ଚିଛି। ଏଥି ସହିତ...

ଆଇପିଏଲ୍‌ ଖେଳିଲେ ଯାଆଁଳା ଭାଇ

ମୁମ୍ବାଇ, ୧୬।୪ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦୁଇ ଭାଇ ଖେଳିବାର ନଜିର ରହିଛି। ହେଲେ ୧୬ ତମ ସଂସ୍କରଣରେ ପ୍ରଥମ ଥର ପାଇଁ ଖେଳିଛନ୍ତି...

କୁଲ୍‌ଦୀପ୍‌-ଚହଲଙ୍କ ଉପରେ ନଜର

ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍‌-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର...

ଜାତୀୟ ଶିବିରରେ ଜବାମଣୀ

କଟକ ଅଫିସ,୧୮ା୬- ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଏଏଫ୍‌ସି ମହିଳା ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ନିମନ୍ତେ...

‘ଅନ୍ୟ ଜଣେ ନେଇଗଲେ ମୋ ସଫଳତାର ଶ୍ରେୟ’

ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆରେ ୨୦୨୦-୨୧ରେ ଭାରତ ଐତିହାସିକ ସିରିଜ୍‌ ଜିତିଥିଲା। ପ୍ରଥମ ମ୍ୟାଚ୍‌ରେ ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ୪ ମ୍ୟାଚ୍‌...

Advertisement
Archives

Model This Week