ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ

ଛତ୍ରପୁର, ୧୫ା୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍‌ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା ଲେକ ଭିୟୁ ପାର୍କ ଏବଂ ତାମ୍ପରା ହ୍ରଦର ପ୍ରାକୃତିକ ଓ ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ତଥା ସୁବିସ୍ତିର୍ଣ୍ଣ ଜଳରାଶିର ଭଣ୍ଡାର ହୁମୁରୀ ତାମ୍ପରା ହ୍ରଦ। ଜାତୀୟ ରାଜପଥ ଠାରୁ ଅତି ନିକଟରେ ରହିଛି ଏହି ହଦ୍ର। ଗୋଟିଏ ପାର୍ଶ୍ୱରେ ରହିଛି ଜାତୀୟ ରାଜପଥ ଏବଂ ଅନ୍ୟପାର୍ଶ୍ୱରେ ଝାଉଁବଣ ଓ କାଜୁ ଜଙ୍ଗଲ ଏବଂ ତା’ପରେ ବିସ୍ତିର୍ଣ୍ଣ ସମୁଦ୍ର ବେଳାଭୂମି। ତାମ୍ପରା ହ୍ରଦ ମଧ୍ୟରେ ରହିଛି ୭.୫ କିମି ବ୍ୟାପ୍ତ ବିସ୍ତିର୍ଣ୍ଣ ଜଳରାଶି ା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ତାମ୍ପରାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଛିି। ଏଠାରେ ରହିଛି ବୋଟିଂ କ୍ଲବ ା ୱାଟର ସ୍ପୋର୍ଟସ, ଜେଟି ଆଦି ବିଭିନ୍ନ ପ୍ରକାରର ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ। ରାଜ୍ୟ ବାହାରୁ ଏବଂ ଜିଲା ବାହାରୁ ଏଠାକୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ବୋଟିଂ ବେଳେ ଯେପରି କୌଣସି କ୍ଷତି ହେବନାହିଁ ସେଥିଲାଗି ଲାଇଫ ଜ୍ୟାକେଟ ବିନା ବୋଟିଂକୁ କାହାରିକୁ ଛଡ଼ା ଯାଉନାହିଁ । ଏଠାକୁ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକ ଆସି ଏହି ତାମ୍ପର ହ୍ରଦରେ ବୋଟିଂ ଓ ପିକନିକ୍‌ର ମଜା ନେଇପାରିବେ ତାର ଉତ୍ତମ ବ୍ୟବସ୍ଥା ହୋଇଛି ା ସୁରକ୍ଷା ଦୃଷ୍ଟିରୁ ଜିଲା ପ୍ରଶାସନ ପକ୍ଷରୁ ସେଠାରେ ସିସି ଟିଭି କ୍ୟାମେରା ବ୍ୟବସ୍ଥା ସହ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ପ୍ରଶାସନ ପକ୍ଷରୁ ପିଲାମାନଙ୍କ ପାଇଁ ଗେମ୍‌ ଜୋନ୍‌ ବ୍ୟବସ୍ଥା ଥିବାବେଳେ କାଫେ ରହିଛି ା ପାନୀୟ ଜଳ ଠାରୁ ଆରମ୍ଭ କରି ଟଏଲେଟ୍‌ର ବ୍ୟବସ୍ଥା ହୋଇଛି ା ପର୍ଯ୍ୟଟକଙ୍କ ରହିବା ପାଇଁ ଏଠାରେ ବହୁ ଘରୋଇ ରିସୋର୍ଟ, ହୋଟେଲ ଓ ଅତ୍ୟାଧୁନିକ କାଫେ ସୁବିଧା ମଧ୍ୟ ରହିଛି ା ତାମ୍ପରା ହ୍ରଦ ଓ ତାର ଚତୁଃପାର୍ଶ୍ୱ କିଭଳି ସଫା ରହିବ ସେ ଉପରେ ପ୍ରଶାସନ ଗୁରୁତ୍ୱ ଦେଇଆସୁଛି ା ପ୍ଲାଷ୍ଟିକ୍‌ ଫ୍ରି ଉପରେ ଧ୍ୟାନ ଦିଆଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଏ ଓଭର ବ୍ରିଜ୍‌ ତଳ ରାସ୍ତାରେ ଭୟ

ବଡ଼ଚଣା,୨୨।୧(ଡି.ଏନ୍‌.ଏ.): ୧୬ନଂ. ଜାତୀୟ ରାଜପଥ ସଂପ୍ରସାରଣ କରାଯାଇ ୨ରୁ ୪ ଲାଇନ କରାଗଲା। ଜନସାଧାରଣଙ୍କ ସୁବିଧାକୁ ଆଖି ଆଗରେ ରଖି ବଜାର, ଛକ ଏବଂ ମୁଖ୍ୟସ୍ଥଳରେ...

କଣ୍ଟାମାଳରେ ଭାଜପା, ବୌଦ୍ଧରେ ବିଜେଡି ଆଗୁଆ

ବୌଦ୍ଧ,୨୩।୫: ୧୦ ରାଉଣ୍ଡ ଗଣତି ସୁଦ୍ଧା କଣ୍ଟାମାଳ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଚରଣ ଡାଙ୍ଗ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ମହୀଧର ରଣାଙ୍କଠାରୁ ୫୩୨୦...

ତେଲେଙ୍ଗାନାରେ ଫସିଛନ୍ତି ୩ ଓଡ଼ିଆ ଶ୍ରମିକ

ବନ୍ତ,୨୮ା୩(ଡି.ଏନ୍‌.ଏ.)-କରୋନା ପାଇଁ ସମଗ୍ର ଦେଶ ଲକ୍‌ ଡାଉନ୍‌ ହୋଇଥିବା ବେଳେ ବିମାନ, ରେଳ ଓ ବସ ସେବା ବନ୍ଦ ରହିଛି ା ଫଳରେ ଦେଶ ଓ...

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା: କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

ବାରିପଦା ଅଫିସ, ୧୫।୬: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମରେ ସୋମବାର ଡହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟା...

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର...

ଆବାସ ଯୋଜନାର ବିଲ ଲାଗି ହିତାଧିକାରୀ ହଟହଟା

ସମ୍ବଲପୁର,୨୬।୪ (ବ୍ୟୁରୋ):  ସମ୍ବଲପୁର ମହାନଗର ନିଗମର ଭିନେ ଭିନେ ଗାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନେ ଘର ତିଆରି କରୁଛନ୍‌। ହେଲେ ପାଖାପାଖି ମାସେ ହେଲା...

ନିଆଁ ଲଗାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ

ବାରିପଦା ଅଫିସ,୧୬।୩ – ଜୈବ ମଣ୍ଡଳ ଶିମିଳିପାଳ ଓ ଆଖପାଖ ସଂରକ୍ଷିତ ଜଙ୍ଗଲକୁ ବନାଗ୍ନିରୁ ସୁରକ୍ଷା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ବୈଠକ ମଙ୍ଗଳବାର...

ଜେଲ ଗଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ସଜନାଗଡ଼,୭ା୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି କଲେଜର ଜନୈକା ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ ଅଭିଯୋଗରେ କଲେଜର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ସୂଚନା...

Advertisement
Archives

Model This Week