ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ନୂଆଗାଁ,୧୬।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍‌ଜିଏନ୍‌ଆରଇଜିଏସ୍‌) ଓ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ତଦନ୍ତ ମଧ୍ୟ ହେଉ ନ ଥିବା ଅଭିଯୋଗ ହେଉଛି ।
ଶ୍ରମିକମାନେ ରୋଜଗାର ପାଇଁ ଦାଦନ ନ ଯାଇ ଗାଁରେ ରହି ପରିବାର ପ୍ରତିପୋଷଣ କରିବା ସକାଶେ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କରିଛନ୍ତି ା
ଉକ୍ତ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ନିୟମ କରିଥିବା ବେଳେ ନୂଆଗାଁ ବ୍ଲକରେ ସବୁ ଆଇନ କାନୁନକୁ ଉଲ୍ଲଂଘନ କରି ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ମିଳିମିଶି ଅନୁଦାନ ଲୁଟୁଛନ୍ତି ା ଏପରିକି କାମ ନ କରି ଓ ବିନା ସୂଚନା ଫଳରେ ଅନୁଦାନ ଆତ୍ମସାତ୍‌ ହେଉଛି । ଯାହାର ଉଦାହରଣ କାପ୍ତାପଲି ପଞ୍ଚାୟତ ବଡତାମନାଡୁ ଗ୍ରାମର ସୁରକ୍ଷା ପାଇଁ ଟ୍ରେଞ୍ଚ ଖନନ କାର୍ଯ୍ୟ। ବଡତାମନାଡୁ ଗ୍ରାମର ସୁରକ୍ଷା ଦୃଷ୍ଟିରୁ ପାହାଡ଼ ପାଣି ଗାଁ ଭିତରକୁ ନ ପଶିବା ପାଇଁ ପାହାଡ ପାଦଦେଶରେ ଟ୍ରେଞ୍ଚ ଖୋଳିବା ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ତା ୪ା୧ା୨୧ ରିଖରେ ୮ ଲକ୍ଷ ୩୩ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇ ତା ୧ା୮ା୨୧ ରିଖରୁ ଜେସିବି ମାଧ୍ୟମର ବିନା ସୂଚନା ଫଳକରେ କାମ ଆରମ୍ଭ କରାଯାଇଥିଲା ।
ସେହି ସମୟରେ ସେହି କାମ ବାବଦକୁ ଠିକାଦାର ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ବିଲ କରି ନେଇଥିଲେ । ଚଳିତ ବର୍ଷ କୌଣସି କାର୍ଯ୍ୟ ନ କରି ସେହି ୨ ବର୍ଷ ପୂର୍ବରୁ ପୁରୁଣା କାମକୁ ଦେଖାଇ ତା ୧୨ା୧ା୨୩ ରିଖଠାରୁ ୧୮ା୧ା୨୩ ରିଖ ପର୍ଯ୍ୟନ୍ତ ୬୬ ହଜାର ଟଙ୍କା ବିଲ ହୋଇଛି । ସେହିପରି ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରୀଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ କାହାରି ଅଭିଯୋଗ ନ ଶୁଣି ପୂର୍ବଭଳି କାମ କରାଯାଇଥିଲା। ଫଳସ୍ବରୂପ କେଉଁ ସ୍କୁଲର ସିଲିଂ ଖସିଲାଣି ତ କେଉଁ ସ୍କୁଲର କାନ୍ଥ ଫାଟିଲାଣି । ଆଉ କେଉଁ ସ୍କୁଲର କାନ୍ଥରେ ଗଛ ଉଠି କାନ୍ଥ ଫାଟି ଭୁଶୁଡିବାକୁ ବସିଲାଣି । ଚାହାଳି ଓ ଅନ୍ୟାନ୍ୟ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଓ ଭତ୍ତା ଟଙ୍କାରେ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ ହେଉଛି । ନିମ୍ନମାନର କାମ ହେବାଫଳରେ ତିନି ମାସ ନ ହେଉଣୁ ମାଳିସାହି ପଞ୍ଚାୟତର କଂକ୍ରିଟ ରାସ୍ତା ଫାଟି ଆଁ କଲାଣି । ହେଲେ ମାଟିର ଦୋଷ କହି କଥାକୁ ଏଡାଇ ଯାଉଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା । ଏତେ ସବୁ ଅଭିଯୋଗ ପରେ ବି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଦୁର୍ନିତୀଗ୍ରସ୍ତ କର୍ମଚାରୀ, ଅଧିକାରୀ କାହା ଛତ୍ରଛାୟା ତଳେ ରହି କାମ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅଭିଯୋଗ ପରେ ତଦନ୍ତ ନ ହେବା ବାବଦରେ ଜିଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଅନିୟମିତତାଗୁଡିକୁ ମୋତେ ଲିଖିତ ଭାବେ ଜଣାନ୍ତୁ ା ମୁଁ ତଦନ୍ତ କରିବି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଫସଲବୀମା ଦାବିରେ ଚାଷୀଙ୍କ ରାଜପଥ ଅବରୋଧ

ଲୋଇସିଂହା,୬।୯: ବଲାଙ୍ଗୀର ଜିଲା ଆଗଲପୁର ବ୍ଲକର କେତେକ ପଞ୍ଚାୟତର ଚାଷୀ ୨୦୨୦-୨୧ ପ୍ରଧାମନ୍ତ୍ରୀ ଫସଲ ବୀମା ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି l ଏହାର ପ୍ରତିବାଦରେ...

ଏହି ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କଲେ ଜିଲାପାଳ

ବଲାଙ୍ଗୀର ଅଫିସ,୨୯।୭-ବଲାଙ୍ଗୀର ଜିଲାକୁ ୪ ଦିନ ପାଇଁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଜୁଲାଇ ୩୧ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲା ଶଟ୍‌ଡାଉନ ରହିବ।...

ସେବା ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ: ସ୍ବାସ୍ଥ୍ୟ ପରୀକ୍ଷା କଲେ ୧୭୦ ଜଣ

ନୂଆଗାଁ,୯।୬(ଡି.ଏନ୍‌.ଏ): ନୟାଗଡ ଜିଲା ସେବା ସମିତି ପକ୍ଷରୁ ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ...

ଖାଦ୍ୟ ଚାଖିବାକୁ କହିବାରୁ ରାଗିଗଲେ ବିଡ଼ିଓ

ବାମରା,୪।୪(ଡି.ଏନ.ଏ.)କରେନା ପାଇଁ ସମସ୍ତ ପଞ୍ଚାୟତରେ ଅସ୍ଥାୟୀ କେନ୍ଦ୍ର ଖୋଲି ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ମଧ୍ୟ ରନ୍ଧା ଖାଦ୍ୟ...

ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌

ଢେଙ୍କାନାଳ ଅଫିସ, ୧୧।୧: ଗଞ୍ଜାମରୁ ମୟୂରଭଞ୍ଜ ଯାଏ ସୃଷ୍ଟି କରିଥିଲେ ଭୟ ଆତଙ୍କର ବାତାବରଣ। ଟଙ୍କା, ସୁନା ପାଇଁ ଟପିଯାଉଥିଲେ ସବୁ ସୀମା। ପଥଚାରୀଙ୍କୁ ରାସ୍ତା...

ଗୁଣପୁର କୋର୍ଟରେ ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ

ଗୁଣପୁର,୭।୮(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ଏଡିଜେ କୋର୍ଟରେ ଶନିବାର ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ହାଜର ହୋଇଥିଲେ। ବିଜେଡି ନେତା ଯଯାତି କେଶରୀ ସାହୁ ହତ୍ୟାକାଣ୍ଡ...

ବଢ଼ୁଛି ଧାନକିଣା ବିବାଦ

ନୟାଗଡ଼ ଅଫିସ,୨।୧:ନୟାଗଡ଼ ଜିଲାରେ ଧାନକିଣା ଆରମ୍ଭ ହେବାର ଇତିମଧ୍ୟରେ ୧୦ ଦିନ ବିତିଛି। ଜିଲାରେ ୧୬୭ଟି ମଣ୍ଡିରୁ ଏଯାବତ ମାତ୍ର ୫ଟି ମଣ୍ଡି ଖୋଲିଛି ।...

ଅଟୋ ଚଳାଉଥିବା ରଶ୍ମୀରେଖାଙ୍କୁ କୋଭିଡ-୧୯ ସଂଗ୍ରାମୀ ସମ୍ମାନ

ବରଗଡ଼ ଅଫିସ,୧୩।୬- ବରଗ ଜିଲା ଘେଁସ ଗ୍ରାମର ଉଚ୍ଚ ଶିକ୍ଷିତା ଝିଅ ରଶ୍ମିରେଖା ବାଗ ନିଜେ ଅଟୋ ଚଲାଇ ପାଠ ପଢିବା ସହିତ ପରିବାର ଗୁଜୁରାଣ...

Advertisement
Archives

Model This Week