ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦିଗହରା

ବରୀ,୧୬ା୩(ଡି.ଏନ.ଏ.): ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ ଦିଗହରା ହୋଇଛି। ଉକ୍ତ ଅଭିଯାନ ମାଧ୍ୟରେ ଗର୍ଭବତୀଙ୍କୁ ଯେଉଁ ସୁବିଧା ପ୍ରଦାନ କରାଯିବା କଥା ତାହା କରାଯାଉନାହିଁ। ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। କାର୍ଯ୍ୟକ୍ରମର ନିୟମ ମୁତାବକ ଗର୍ଭବତୀଙ୍କୁ ପ୍ରତ୍ୟେକ ମାସର ୯ ତାରିଖରେ ପରୀକ୍ଷା କରିବା ସହ ସେମାନଙ୍କୁ ୮୦ ଟଙ୍କାର ଶୁଖିଲା ଖାଦ୍ୟ ଦେବା କଥା। ମାତ୍ର ଖାଦ୍ୟ ବଣ୍ଟନ ଦାୟିତ୍ୱରେ ଥିବା କର୍ମଚାରୀ ଜଣଙ୍କ ପରୀକ୍ଷା ପାଇଁ ଆସୁଥିବା ଗର୍ଭବତୀଙ୍କୁ କେବଳ ଏକ ୫ ଟଙ୍କିଆ ବିସ୍କୁଟ, ୧୦ ଟଙ୍କିଆ ବ୍ରେଡ୍‌, ୨ଟି କଦଳୀ, ୫୦ ଗ୍ରାମ ଅଙ୍ଗୁର ଓ ଗୋଟିଏ ପାଣି ବଟଲ ଦେଉଛନ୍ତି। ଏସବୁ ସାମଗ୍ରୀର ମୂଲ୍ୟ ୩୫ରୁ ୪୦ ଟଙ୍କା ମଧ୍ୟରେ ହେବ। ବଳକା ଅର୍ଥକୁ ସମ୍ପୃକ୍ତ କର୍ମଚାରୀ ହଡ଼ପ କରୁଛନ୍ତି। ଏତଦ୍‌ବ୍ୟତୀତ ଉକ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃ ବିଭାଗରେ ଚିକିତ୍ସିତ ହେଉଥିବା ରୋଗୀ ଏବଂ ପ୍ରସୂତିଙ୍କୁ ସୁଷମ ଖାଦ୍ୟ ଯୋଗାଇ ଦିଆଯିବାକୁ ନିୟମ ରହିଥିବାବେଳେ ଏହା ମଧ୍ୟ ଦିଆଯାଉ ନ ଥିବା ଅଭିଯୋଗ ହେଉଛି। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଉଚ୍ଚ ପଦସ୍ଥ ଅଧିକାରୀ ଆସି ତଦନ୍ତ କରି ଫେରିଛନ୍ତି। ହେଲେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉ ନ ଥିବାରୁ ତଦନ୍ତ ଧର୍ମକୁ ଆଖିଠାର ସଦୃଶ ବୋଲି ବୁଦ୍ଧିଜୀବୀ ମତ ରଖିଛନ୍ତି। ୫-ଟି ଅଧୀନରେ ସ୍ବାସ୍ଥ୍ୟ ବିଭାଗ ରହିବା ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ବ୍ୟାପକ ହରିଲୁଟ୍‌ ଘଟଣାକୁ ନେଇ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ୫-ଟି ସଚିବଙ୍କୁ ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି। ହେଲେ ଘଟଣା ଉପରେ କୌଣସି ପଦକ୍ଷେପ ନ ନିଆଯିବା ଯୋଗୁ ଏଠାରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇଛି। ବାଧ୍ୟ ହୋଇ ଅନେକ ରୋଗୀ ଘରୋଇ ଚିକିତ୍ସାଳୟକୁ ଯାଉ ଖର୍ଚ୍ଚାନ୍ତ ହେଉଛନ୍ତି। ତେଣୁ ଏସବୁ ଘଟଣା ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ଜିଲାପାଳ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ. ସବ୍ୟସାଚ୍ଚୀ ଦାସଙ୍କୁ ଫୋନ୍‌ ଦ୍ୱାରା ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ୍‌ ଗ୍ରହଣ କରି ନ ଥିଲେ। ଘଟଣା ସମ୍ପର୍କରେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର (ବିପିଏମ୍‌) ପବିତ୍ର ଗୌରବ ଦାସଙ୍କୁ ପଚାରିବାରେ ସେ ଗଣମାଧ୍ୟମକୁ କୌଣସି ତଥ୍ୟ ଦେବାକୁ ବାଧ୍ୟ ନୁହେଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡଷ୍ଟବିନ୍‌ରୁ ଖାଦ୍ୟ ସାଉଁଟୁଛନ୍ତି ମାନସିକ ବିକୃତ ମହିଳା

ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ...

ଦେବୋଲିନ କଲେଜ କୁଇନ୍‌

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ଦେବୋଲିନ ବରାଳ ତରଙ୍ଗ ମ୍ୟୁଜିକ୍‌ କଲେଜ କୁଇନ ପ୍ରତିଯୋଗିତାରେ ଚଳିତ ବର୍ଷର ବିଜୟିନୀ ହୋଇଛନ୍ତି। ଫ୍ୟାଶନ...

ଚାଷୀଙ୍କୁ ମିଲର୍ସଙ୍କ ମାଡ଼

ସମ୍ବଲପୁର,୧୩ା୧୨(ବ୍ୟୁରୋ): ଧାନ କଟନୀଛଟନୀକୁ ବିରୋଧ କରିବାରୁ ଟାମ୍ପରକେଲା (ଅଇଁଲାମାଲ) ଗ୍ରାମର ଚାଷୀ ବିଭୂତି ପ୍ରଧାନଙ୍କୁ ଜଣେ ମିଲର୍ସ ଶନିବାର ମାଡ଼ ମାରିଛନ୍ତି। ଏନେଇ ବିଭୂତି ସମ୍ବଲପୁର...

ଭଡ଼ା ବାକିଥିବା ଦୋକାନରେ ଝୁଲିଲା ତାଲା

କାମାକ୍ଷାନଗର,୧।୮(ଡି.ଏନ୍‌.ଏ.)-କାମାକ୍ଷାନଗର ଏନ୍‌ଏସି ପକ୍ଷରୁ ବ୍ୟବସାୟ ପାଇଁ ଲିଜ୍‌ସୂତ୍ରରେ ଦିଆଯାଇଛି ଦୋକାନ ଗୃହ। ହେଲେ ବ୍ୟବସାୟୀମାନେ ବର୍ଷ ବର୍ଷ ଧରି ଭଡ଼ା ଦେଉନାହାନ୍ତି। ବାରମ୍ବାର ନୋଟିସ୍‌ ଦିଆଯିବା...

ପରପାରିରେ ପୂର୍ବତନ ବିଧାୟକ ଅଜିତ ଦାସ

ଭବାନୀପାଟଣା,୪।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣାର ପୂର୍ବତନ ବିଧାୟକ ଅଜିତ ଦାସଙ୍କର ଶୁକ୍ରବାର ସନ୍ଧ୍ୟାରେ ପରଲୋକ ହୋଇଛି। ଭବାନୀପାଟଣାସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ...

କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବ୍ରହ୍ମପୁର ଅଫିସ,୨୯।୯: ଗଞ୍ଜାମ ଜିଲା ବୈଦ୍ୟନାଥପୁର ପୋଲିସ ରବିବାର ସକାଳେ ବିଦ୍ୟୁତ୍‌ପୁର କଲୋନୀ ନିକଟସ୍ଥ ଏକ ପରିତ୍ୟକ୍ତ କୂଅରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର...

ଜେଲରେ ସାମ୍ବାଦିକତା ପରୀକ୍ଷା ଦେଲେ ଅଭିଯୁକ୍ତ ପୁଞ୍ଜିଲାଲ୍‌

ବଲାଙ୍ଗୀର ଅଫିସ,୧୨।୩: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌ ମେହେର ବଲାଙ୍ଗୀର ଜିଲା କାରାଗାରରେ ଶନିବାର ଗଣମାଧ୍ୟମ ଓ ଗଣଯୋଗାଯୋଗ ବିଷୟରେ...

ଲାଗି ହେଲା ୧୦୦୮ ପ୍ରକାର ପ୍ରସାଦ

ବାଲେଶ୍ୱର ଅଫିସ,୨୧।୧: ବାଲେଶ୍ୱର ସହର ଉପକଣ୍ଠ କୁରୁଡ଼ା ନିକଟସ୍ଥ ଶ୍ରୀ ଶ୍ରୀ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ମା’ ବଗଳାମୁଖୀଙ୍କ ଜନ୍ମୋତ୍ସବ ଓ ନବମ ବାର୍ଷିକ...

Advertisement
Archives

Model This Week