Posted inଫୁରସତ

ବର୍ଷାରେ ଭ୍ରମଣ ଚେରାପୁଞ୍ଜି

ମେଘାଳୟର ଇଷ୍ଟ ଖାସି ହିଲ୍ସ ଜିଲା ଅନ୍ତର୍ଗତ ଏକ ଆକର୍ଷଣୀୟ ସ୍ଥାନ ହେଉଛି ଚେରାପୁଞ୍ଜି। ଏହା ସ୍ଥାନୀୟ ଅଞ୍ଚଳରେ ସୋହରା ନାମରେ ମଧ୍ୟ ପରିଚିତ। ଅଧିକ ମାତ୍ରାରେ ବର୍ଷା ହେଉଥିବାର ଭିନ୍ନ ଏକ ରେକର୍ଡ ବି ଏହି ସ୍ଥାନ ନାଁରେ ରହିଛି। ସେଥିପାଇଁ ଏହି ସ୍ଥାନକୁ ଅନେକେ ପୃଥିବୀର ଏକ ଆଦ୍ରତାପୂର୍ଣ୍ଣ ସ୍ଥାନ ଭାବେ ମଧ୍ୟ ଗଣନା କରିଥାନ୍ତି। ପ୍ରାକୃତିକ ବୈଭବରେ ଭରା ଚେରାପୁଞ୍ଜିରେ କେବଳ ଅଧିକ ମାତ୍ରାରେ ବର୍ଷା ହୁଏ ତାହା ନୁହେଁ, ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବି ଏଠାରେ ରହିଛି ଅନେକ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ। ଖାସ୍‌ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ଦେଖିବାକୁ ମିଳିଥାଏ।

କେବେ ଯିବେ
ଚେରାପୁଞ୍ଜିର ଜଳବାୟୁ ବର୍ଷସାରା ବେଶ୍‌ ମନୋରମ ରହିଥାଏ। ତେବେ ସ୍ଥାନୀୟ ପାଣିପାଗ ସୂଚନାକେନ୍ଦ୍ରର ମତାନୁଯାୟୀ, ଏଠାକୁ ବୁଲିଯିବା ପାଇଁ ଶୀତଦିନେ ମୁଖ୍ୟତଃ ଅକ୍ଟୋବରରୁ ଫେବୃୟାରୀ ହେଉଛି ସବୁଠୁ ଭଲ ସମୟ। କାରଣ ଏହି ସମୟରେ ଏଠାକାର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହିଥାଏ। ତା’ଛଡ଼ା ନୂଆ ନୂଆ ଖରା ଆରମ୍ଭ ହେଉଥିବା ସମୟରେ ବି ଏଠାକୁ ବୁଲି ଯାଇହେବ। କିନ୍ତୁ ବର୍ଷାଦିନେ ଏଠାରେ ପ୍ରବଳ ବର୍ଷା ହେଉଥିବାରୁ ସେହି ସମୟରେ ଗଲେ ବୁଲିବାକୁ ଟିକେ ଅସୁବିଧା ହୋଇଥାଏ। କିନ୍ତୁ ଯେଉଁମାନଙ୍କୁ ବର୍ଷାରେ ଭିଜିବାକୁ ଭଲ ଲାଗେ, ସେମାନଙ୍କ ପାଇଁ ବର୍ଷାଦିନ ବେଶ୍‌ ଉପଯୁକ୍ତ ହୋଇଥାଏ।

କେମିତି ଯିବେ
ଗୁଆହାଟୀ ଏୟାରପୋର୍ଟ ହେଉଛି ଚେରାପୁଞ୍ଜିର ନିକଟତମ ତଥା ଏକ ପ୍ରମୁଖ ବିମାନବନ୍ଦର। ତେବେ ଏହି ଏୟାରପୋର୍ଟଟି ଦେଶର ବହୁ ପ୍ରମୁଖ ସହର ଯେମିତିକି: ଦିଲ୍ଲୀ, କୋଲ୍‌କାତା, ମୁମ୍ବାଇ ଆଦି ସ୍ଥାନ ସହ ସିଧାସଳଖ ସଂଯୋଗ କରିଥାଏ। ତା’ଛଡ଼ା ପର୍ଯ୍ୟଟକ ଚାହିଁଲେ ଟ୍ରେନ୍‌ ତଥା ବସ୍‌ ଯୋଗେ ମଧ୍ୟ ଯାଇ ସୁବିଧାରେ ଚେରାପୁଞ୍ଜି ପହଞ୍ଚତ୍ପାରିବେ।

କ’ଣ ଦେଖିବେ
ଅଧିକ ମାତ୍ରାରେ ବର୍ଷା ହେଉଥିବା ସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଥିବା ଚେରାପୁଞ୍ଜିରେ ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ରହିଛି ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ଯେମିତିକି:

*ପାହାଡ଼ି ଇଲାକା: ଚେରାପୁଞ୍ଜିରେ ରହିଛି ଅନେକ ଉଚ୍ଚ ଉଚ୍ଚ ପାହାଡ଼ ତଥା ଜଙ୍ଗଲୀ ପରିବେଶ। ଆକର୍ଷଣୀୟ ପ୍ରାକୃତିକ ପରିବେଶରେ ଭରା ଏହି ସ୍ଥାନରେ ପର୍ଯ୍ୟଟକ ଅନେକ ରଙ୍ଗବେରଙ୍ଗର ଫୁଲ ତଥା ବହୁ ବିରଳ ପଶୁପକ୍ଷୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ।

*ନୋହକାଲିକାଈ ଝରଣା: ଚେରାପୁଞ୍ଜିରେ ଥିବା ଏହି ଝରଣାର ନାମକରଣକୁ ନେଇ ରହିଛି ଏକ ଦୁଃଖଦ କାହାଣୀ। କୁହାଯାଏ, କାଲିକାଈ ନାମକ ଏକ ମହିଳା ବହୁ ବର୍ଷ ପୂର୍ବେ ଭୁଲବଶତଃ ନିଜ ଝିଅକୁ ମାରିଦେଇଥିଲେ ଏବଂ ପରେ ସେକଥା ଜଣାପଡିବାରୁ ସେ ଆସି ଏହି ଝରଣାରେ ଆତ୍ମହତ୍ୟା କରିଥିଲେ। ଫଳରେ ସେହି ଦିନଠାରୁ ତାଙ୍କରି ନାମାନୁସାରେ ଏହି ଝରଣାର ନାମ ନୋହକାଲିକାଈ ରଖାଯାଇଥିଲା ବୋଲି ଅନୁମାନ କରାଯାଏ।

*ସେଭେନ୍‌ ସିଷ୍ଟର୍ସ ଫଲ୍ସ: ଏହା ମଧ୍ୟ ହେଉଛି ଚେରାପୁଞ୍ଜିର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ସମୁଦ୍ରପତ୍ତନଠାରୁ ପ୍ରାୟ ୧,୦୩୩ ଫୁଟ୍‌ ଉଚ୍ଚତାରେ ଥିବା ଏହି ଝରଣାରେ ସାତ ଧାର ହୋଇ ପାଣି ବେଶ୍‌ ପ୍ରଖର ଗତିରେ ପାହାଡ଼ ଉପରୁ ତଳକୁ ଖସିଥାଏ; ଯାହା ଦେଖିବାକୁ ବେଶ୍‌ ଆକର୍ଷଣୀୟ ଲାଗିଥାଏ। ସେଥିପାଇଁ ସ୍ଥାନୀୟ ଲୋକେ ଏହାକୁ ସେଭେନ୍‌ ସିଷ୍ଟର୍ସ ଫଲ୍ସ ବୋଲି କହିବାକୁ ଲାଗିଲେ।

*ଗୁମ୍ଫାର ସମ୍ଭାର: କୁହାଯାଏ, ମେଘାଳୟରେ କୁଆଡେ ଶତାଧିକ ଗୁମ୍ଫାମାନ ଦେଖିବାକୁ ମିଳିଥାଏ। ଚେରାପୁଞ୍ଜିରେ ବି ପର୍ଯ୍ୟଟକ ଅନେକ ଗୁମ୍ଫା ଦେଖିବାକୁ ପାଇପାରିବେ। ତନ୍ମଧ୍ୟରୁ କିଛି ଗୁମ୍ଫା ଏମିତି ବି ରହିଛି, ଯାହା ପ୍ରାୟ ୧ କି.ମି ଲମ୍ବ ବିଶିଷ୍ଟ ମଧ୍ୟ ହୋଇଥାଏ।

ତେବେ ସେ ଯାହା ବି ହେଉ, ବର୍ଷାର ପରିମାଣ ଏଠାରେ ଅଧିକ ହେଉଥିବାରୁ ଏଠାକାର ଜଳବାୟୁ ବର୍ଷସାରା ବେଶ୍‌ ଆଦ୍ରତାପୂର୍ଣ୍ଣ ରହିଥାଏ। ଫଳରେ ଏଠାରେ ଖରାଦିନେ ମଧ୍ୟ ସେତେ ବେଶି ଗରମ ଜଣାପଡ଼େ ନାହିଁ, ଯେଉଁଥିପାଇଁ ଖରାଛୁଟି କଟାଇବାକୁ ବହୁ ପର୍ଯ୍ୟଟକ ଏଠାକୁ ବୁଲିଆସିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?