Posted inଫୁରସତ

ଏହି ଗାଁର ଜନସଂଖ୍ୟା ଜାଣିଲେ ହେବେ ଆଶ୍ଚର୍ଯ୍ୟ, ଏଠାରେ ରହୁଛନ୍ତି…

ସାଧାରଣତଃ ଗୋଟିଏ ଛୋଟ ଗାଁରେ ଅତି କମ୍‌ରେ ୫୦ରୁ ୧୦୦ ଲୋକ ବାସ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ଗାଁ ଅଛି, ଯାହାର ଜନସଂଖ୍ୟା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ଆପଣ ଭାବୁଥିବେ ଏକ ବଡ଼ ଗାଁ ହୋଇଥିବ ନିଶ୍ଚିତ। ଏହାର ଜନସଂଖ୍ୟା ବହୁ ଅଧିକ ହୋଇଥିବ। ମାତ୍ର ତାହା ନୁହେଁ, ଏହି ଗାଁରେ ମାତ୍ର ଜଣେ ବୃଦ୍ଧା ରହୁଛନ୍ତି।

ଏହି ଗାଁର ନାମ ଆମେରିକାର ନେବ୍ରାସ୍କୋ ରାଜ୍ୟରେ ଥିବା ମୋନୋଭି। ୨୦୧୦ ଜନଗଣନା ଅନୁଯାୟୀ, ଏଠାରେ କେବଳ ଜଣେ ବୃଦ୍ଧା ବାସ କରନ୍ତି, ଯାହାଙ୍କ ନାମ ଏଲସି ଆଇଲର୍‌। ବର୍ତ୍ତମାନ ତାଙ୍କର ବୟସ ପ୍ରାୟ ୮୬ ବର୍ଷ। ୨୦୦୪ ମସିହାରୁ ଏଲ୍‌ସି ଏହି ଗ୍ରାମରେ ଏକାକୀ ରହୁଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ୧୯୩୦ ମସିହା ପର୍ଯ୍ୟନ୍ତ ଏଠାରେ ୧୨୩ଜଣ ଲୋକ ବାସ କରୁଥିଲେ। କିନ୍ତୁ ଏହା ପରେ ଜନସଂଖ୍ୟା ଧୀରେ ଧୀରେ କମିବାକୁ ଲାଗିଲା। ୧୯୮୦ ସୁଦ୍ଧା ଏହି ଗାଁରେ କେବଳ ୧୮ଜଣ ଲୋକ ଥିଲେ। ୨୦୦୦ ସୁଦ୍ଧା କେବଳ ଦୁଇ ଜଣ ଲୋକ ବଞ୍ଚିଥିଲେ। ଏଲସି ଏବଂ ତାଙ୍କ ସ୍ବାମୀ ରୁଡି ଆଇଲର। ୨୦୦୪ରେ ରୁଡି ଆଇଲରଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା, ଯାହା ପରେ ଏଲ୍‌ସି ବର୍ତ୍ତମାନ ଏକୁଟିଆ ଅଛନ୍ତି।

ଏଲ୍‌ସି ଗାଁରେ ଏକ ବାର୍‌ ଚଳାନ୍ତି, ଯେଉଁଠାକୁ ଅନ୍ୟ ରାଜ୍ୟର ଲୋକମାନେ ମଧ୍ୟ ଆସିଥାନ୍ତି। ବିଶେଷକରି ଗ୍ରୀଷ୍ମ ଋତୁରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ବାର୍‌ରେ ସାହାଯ୍ୟ କରିବାକୁ ଏଲ୍‌ସି କାହାକୁ ନିଯୁକ୍ତି ଦେଇନାହାନ୍ତି। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ତାଙ୍କୁ ସାହାଯ୍ୟ କରନ୍ତି।

କେବଳ ଏତିକି ନୁହେଁ, ମୋନୋଭି ଗାଁରେ ଏକ ଡାକଘର ମଧ୍ୟ ଅଛି। ଯାହା ୧୯୦୨ ମସିହାରେ ସ୍ଥାପନ କରାଯାଇଥିଲା। କିନ୍ତୁ ଜନସଂଖ୍ୟା ହ୍ରାସ ହେତୁ ୧୯୬୭ରୁ ଏହି ଡାକଘର ବନ୍ଦ ହୋଇଯାଇଛି। ୫୪ ହେକ୍ଟରରୁ ଅଧିକ ବ୍ୟାପିଥିବା ମୋନୋଭି ଗାଁରେ ପୂର୍ବରୁ ଲୋକ ରହୁଥିଲେ। ଗାଁ ଛାଡିବା ପଛରେ ରୋଜଗାରର ମୁଖ୍ୟ କାରଣ ବୋଲି କୁହାଯାଉଛି। ଲୋକମାନେ ନିଜର ଏବଂ ପିଲାମାନଙ୍କର ଉତ୍ତମ ଭବିଷ୍ୟତ ପାଇଁ ସହରକୁ ଚାଲିଗଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?