Posted inଜାତୀୟ

ଶିବସେନା କର୍ମୀଙ୍କ ଆକ୍ରମଣ ଘଟଣା: ପୂର୍ବତନ ନୌସେନା ଅଧିକାରୀ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ

ମୁମ୍ବାଇ,୧୨।୯-ପୂର୍ବତନ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଶୁକ୍ରବାର ଶିବସେନା କର୍ମଚାରୀମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉଦ୍ଧବ ସରକାର ଉପରେ ବର୍ଷିଛନ୍ତି। ଅପରପକ୍ଷେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ମଦନ ଶର୍ମାଙ୍କୁ ଫୋନ କରି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପୂର୍ବତନ ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣ ଗ୍ରହଣୀୟ ନୁହେଁ। ଏହା ଏକ ନିନ୍ଦନୀୟ ଘଟଣା।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଉପରେ ଏକ କାର୍ଟୁନ ଫୋଟକୁ ହ୍ବାଟ୍ସଆପରେ ମଦନ ଶର୍ମା ଶେୟାର କରିଥିଲେ। ଏହାପରେ ଶିବସେନା କର୍ମୀ ଫୋନ କରି ଧମକ ଦେଇଥିଲେ। ପରେ ମଦନ ଶର୍ମାଙ୍କ ଘରକୁ ଆସି ତାଙ୍କୁ ୮ ଜଣ ଶିବସେନା କର୍ମୀମାନେ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ସୀମାରେ ମିଠା ଦିଆନିଆ

ଅଗରତାଲା/ଅଜଓ୍ବଲ,୬ା୬(ପି.ଟି.): ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ବୁଧବାର ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଏବଂ ବାଂଲାଦେଶ ସୀମା ଗାର୍ଡ (ବିଜିବି) ମଧ୍ୟରେ ମିଷ୍ଟାନ୍ନ ଆଦାନ ପ୍ରଦାନ...

‘ପୁଅ ଜୀବନ ପ୍ରତି ଲୋଭ ଥିଲେ ଛୁଟିରେ ଚାଲିଯାଅ’

ଭୋପାଳ,୧୮ା୬: ରାଜ୍ୟର ପ୍ରଶାସନିକ ଅଫିସରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ଯୁବ ଆଇଏଏସ୍‌ ଅଫିସର ଲୋକେଶ କୁମାର ଜାଙ୍ଗିଦ ଶୁକ୍ରବାର ମଧ୍ୟପ୍ରଦେଶରେ ପୋଲିସ ସୁରକ୍ଷା ଦାବି...

ଏହି ଢ଼ାଳର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଲକ୍ଷ୍ନୌ,୪।୧୧: ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ, ତ୍ୟାଗ ଓ ସମର୍ପଣର ପ୍ରତୀକ ହେଉଛି କରଓ୍ବାଚୌଥ ପୂଜା। ଦେଶରେ ବୁଧବାର କରଓ୍ବାଚୌଥ ପର୍ବ ପାଳନ କରାଯାଉଛି।...

ଅକ୍ସିଜେନ୍‌ ସାହାଯ୍ୟରେ ପରୀକ୍ଷା ଦେଲେ ଛାତ୍ରୀ

ବରେଲି(ଉତ୍ତର ପ୍ରଦେଶ): ଦୃଢ଼ ଇଚ୍ଛାଶକ୍ତି ଥିଲେ କୌଣସି ପ୍ରତିବନ୍ଧକ ଲକ୍ଷଚ୍ୟୁତ କରିପାରେନି। ନିଜର ଆତ୍ମବିଶ୍ୱାସ ଆଗରେ ରୋଗ ମଧ୍ୟ ହାର୍‌ ମାନିଯାଏ। ଏହା ପ୍ରମାଣିତ କରିଛନ୍ତି,...

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ...

୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍‌

ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍‌ ଉପହାର ସ୍ବରୂପ ପ୍ରଦାନ...

ଟିକା ଯୋଗୁ ଦେଶରେ ଗଲା ପ୍ରଥମ ଜୀବନ

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ଟିକାକରଣ ପ୍ରକ୍ରିୟା ଜାରି ରହିଛି। ଜାନୁଆରୀ ୧୬ରୁ ଭାରତରେ କରୋନା ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୬କୋଟିରୁ...

୯୦ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ନୂଆଦିଲ୍ଲୀ,୨।୭: ରାଜଧାନୀ ଦିଲ୍ଲୀରେ ଗତ ୩ ଦିନ ହେବ ପ୍ରବଳ ଖରା ହେଉଛି। ଫଳସ୍ବରୂପ ତାପମାତ୍ରା ୯୦ ବର୍ଷର ରେକର୍ଡ ଭାଙ୍ଗିଛି। ଜୁଲାଇର ପ୍ରଥମ ଦିନ...

Advertisement


Archives

Model This Week