Posted inଖେଳ

ବିଜୟ ହଜାରେ ଟ୍ରଫି: ପଡିକାଲଙ୍କ ଶତକ: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର,୨୫।୨(ସ୍ପୋର୍ଟ୍ସ ବ୍ୟୁରୋ): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ କେରଳଠାରୁ ୩୪ ରନରେ ଭିଜେଡି ନିୟମରେ ପରାସ୍ତ ହେବା ପରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌ରେ ରେଲ୍‌ଓ୍ବେଠାରୁ ୮ ଉଇକେଟରେ ପରାସ୍ତ ହୋଇଥିଲା। ବୁଧବାର ଓଡ଼ିଶା ତା’ର ତୃତୀୟ ମ୍ୟାଚ୍‌ରେ କର୍ନାଟକଠାରୁ ମଧ୍ୟ ବୃହତ୍‌ ୧୦୧ ରନରେ ହାରିଛି। କର୍ନାଟକ ଓପନର ଦେବଦତ୍ତ ପଡିକାଲ ୧୪୦ ବଲ୍‌ ଖେଳି ୧୪ ଚୌକା ଓ ୫ ଛକା ସହ ୧୫୨ରନର ବୃହତ୍‌ ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏହି ବିଜୟ ସହ କର୍ନାଟକ ୪ ପଏଣ୍ଟ ହାସଲ କରିଛି ଓ ଓଡ଼ିଶା ଏ ପର୍ଯ୍ୟନ୍ତ ଖାତା ଖୋଲିପାରି ନାହିଁ।
ଅଲୁରସ୍ଥିତ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ତୃତୀୟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କର୍ନାଟକ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୨୯ ରନର ବଡ଼ ସ୍କୋର ହାସଲ କରିଥିଲା। ଜବାବରେ ଓଡ଼ିଶା ୪୪ ଓଭରରେ ୨୨୮ ରନକରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଥିଲା।
୩୩୦ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ଓଡ଼ିଶା ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକ ପ୍ରଥମ ଉଇକେଟରେ ୫୫ ରନ ସଂଗ୍ରହ କରିଥିଲେ। ତେବେ ଗୌରବ ୨୦ ରନ କରି ପ୍ରଥମେ ଆଉଟ ହେବା ପରେ ସନ୍ଦୀପ ୨୮ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୧୧ ରନକରି ଆଉଟ ହୋଇଥିଲେ। ଶୁଭ୍ରାଂଶୁ ସେନାପତି ଓ ଅଙ୍କିତ ଯାଦବ ଅର୍ଦ୍ଧଶତକୀୟ ଇନିଂସ ଖେଳି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ଏହି ଦୁଇଜଣ ଆଉଟ ହେବା ପରେ ଓଡ଼ିଶା ଇନିଂସ ଭୁଶୁଡି ପଡିଥିଲା। ଶୁଭ୍ରାଂଶୁ ୭୮ ରନରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ସେହିପରି ଅଙ୍କିତ ୫୬ ରନ ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ। ସନ୍ଦୀପ ଓ ଶୁଭ୍ରାଂଶୁ ରନଆଉଟ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳର ୬ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ କର୍ନାଟକ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଶ୍ରେୟାସ ଗୋପାଲ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ବିଜୟ କୁମାର ଭିସାକ ଓ ଜଗଦୀଶା ସୁଚିତ ଗୋଟିଏ କରି ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା କର୍ନାଟକ ତରଫରୁ ପଡିକାଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ବଡ଼ ଶତକ ହାସଲ କରିଥିଲେ। ଅନ୍ୟତମ ଓପନର ତଥା ଅଧିନାୟକ ରବିକୁମାର ସମର୍ଥ ୬୦, କୃଷ୍ଣମୂର୍ତ୍ତି ସିଦ୍ଧାର୍ଥ ୪୧, କରୁନ ନାୟାର ୨୫ ରନକରି ଆଉଟ ହୋଇଥିବା ବେଳେ ଅଭିମନ୍ୟୁ ମିଥୁନ ମାତ୍ର ୧୭ଟି ବଲ୍‌ ଖେଳି ୫ ଛକା ସହ ଦ୍ରୁତ ୪୦ ରନକରି ଅପରାଜିତ ରହିଥିଲେ। ସୁଚିତ ୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ହର୍ଷିତ ରାଠୋର ୨ଟି ଲେଖାଏ, ଶାନ୍ତନୁ ମିଶ୍ର ଗୋଟିଏ ସଫଳତା ପାଇଥିଲେ।
ସଂକ୍ଷିପ୍ତ ସ୍କୋର:
କର୍ନାଟକ ୫୦ ଓଭରରେ ୩୨୯/୫
(ପଡିକାଲ- ୧୫୨, ସମର୍ଥ- ୬୦, ସିଦ୍ଧାର୍ଥ- ୪୧, ନାୟାର- ୨୫, ମିଥୁନ- ୪୦*, ସୂର୍ଯ୍ୟକାନ୍ତ- ୨/୫୩, ହର୍ଷିତ- ୨/୮୦, ଶାନ୍ତନୁ- ୧/୩୯)।
ଓଡ଼ିଶା ୪୪ ଓଭରରେ ୨୨୮ ଅଲ୍‌ଆଉଟ
(ଶୁଭ୍ରାଂଶୁ- ୭୮, ଅଙ୍କିତ- ୫୬, ସନ୍ଦୀପ- ୨୮, ଗୌରବ- ୨୦, କ୍ରିଷ୍ଣା- ୩/୪୬, ଗୋପାଲ- ୩/୪୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri