Posted inଖେଳ

ବିଜୟ ହଜାରେ ଟ୍ରଫି: ପଡିକାଲଙ୍କ ଶତକ: ଓଡ଼ିଶାର କ୍ରମାଗତ ତୃତୀୟ ପରାଜୟ

ଭୁବନେଶ୍ୱର,୨୫।୨(ସ୍ପୋର୍ଟ୍ସ ବ୍ୟୁରୋ): ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ କେରଳଠାରୁ ୩୪ ରନରେ ଭିଜେଡି ନିୟମରେ ପରାସ୍ତ ହେବା ପରେ ଓଡ଼ିଶା ଦ୍ୱିତୀୟ ମ୍ୟାଚ୍‌ରେ ରେଲ୍‌ଓ୍ବେଠାରୁ ୮ ଉଇକେଟରେ ପରାସ୍ତ ହୋଇଥିଲା। ବୁଧବାର ଓଡ଼ିଶା ତା’ର ତୃତୀୟ ମ୍ୟାଚ୍‌ରେ କର୍ନାଟକଠାରୁ ମଧ୍ୟ ବୃହତ୍‌ ୧୦୧ ରନରେ ହାରିଛି। କର୍ନାଟକ ଓପନର ଦେବଦତ୍ତ ପଡିକାଲ ୧୪୦ ବଲ୍‌ ଖେଳି ୧୪ ଚୌକା ଓ ୫ ଛକା ସହ ୧୫୨ରନର ବୃହତ୍‌ ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଏହି ବିଜୟ ସହ କର୍ନାଟକ ୪ ପଏଣ୍ଟ ହାସଲ କରିଛି ଓ ଓଡ଼ିଶା ଏ ପର୍ଯ୍ୟନ୍ତ ଖାତା ଖୋଲିପାରି ନାହିଁ।
ଅଲୁରସ୍ଥିତ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେଏସ୍‌ସିଏ) ତୃତୀୟ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଓଡ଼ିଶା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କର୍ନାଟକ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ ହରାଇ ୩୨୯ ରନର ବଡ଼ ସ୍କୋର ହାସଲ କରିଥିଲା। ଜବାବରେ ଓଡ଼ିଶା ୪୪ ଓଭରରେ ୨୨୮ ରନକରି ଅଲଆଉଟ ହୋଇ ଆତ୍ମସମର୍ପଣ କରିଥିଲା।
୩୩୦ ରନ କଷ୍ଟସାଧ୍ୟ ଟାର୍ଗେଟର ପିଛା କରି ଓଡ଼ିଶା ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଗୌରବ ଚୌଧୁରୀ ଓ ସନ୍ଦୀପ ପଟ୍ଟନାୟକ ପ୍ରଥମ ଉଇକେଟରେ ୫୫ ରନ ସଂଗ୍ରହ କରିଥିଲେ। ତେବେ ଗୌରବ ୨୦ ରନ କରି ପ୍ରଥମେ ଆଉଟ ହେବା ପରେ ସନ୍ଦୀପ ୨୮ ରନ କରିଥିବା ବେଳେ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୧୧ ରନକରି ଆଉଟ ହୋଇଥିଲେ। ଶୁଭ୍ରାଂଶୁ ସେନାପତି ଓ ଅଙ୍କିତ ଯାଦବ ଅର୍ଦ୍ଧଶତକୀୟ ଇନିଂସ ଖେଳି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ତେବେ ଏହି ଦୁଇଜଣ ଆଉଟ ହେବା ପରେ ଓଡ଼ିଶା ଇନିଂସ ଭୁଶୁଡି ପଡିଥିଲା। ଶୁଭ୍ରାଂଶୁ ୭୮ ରନରେ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ ହୋଇଥିଲେ। ସେହିପରି ଅଙ୍କିତ ୫୬ ରନ ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ। ସନ୍ଦୀପ ଓ ଶୁଭ୍ରାଂଶୁ ରନଆଉଟ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳର ୬ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ କର୍ନାଟକ ତରଫରୁ ପ୍ରସିଦ୍ଧ କ୍ରିଷ୍ଣା ଓ ଶ୍ରେୟାସ ଗୋପାଲ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ସେହିପରି ବିଜୟ କୁମାର ଭିସାକ ଓ ଜଗଦୀଶା ସୁଚିତ ଗୋଟିଏ କରି ଉଇକେଟ ନେଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା କର୍ନାଟକ ତରଫରୁ ପଡିକାଲ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରି ବଡ଼ ଶତକ ହାସଲ କରିଥିଲେ। ଅନ୍ୟତମ ଓପନର ତଥା ଅଧିନାୟକ ରବିକୁମାର ସମର୍ଥ ୬୦, କୃଷ୍ଣମୂର୍ତ୍ତି ସିଦ୍ଧାର୍ଥ ୪୧, କରୁନ ନାୟାର ୨୫ ରନକରି ଆଉଟ ହୋଇଥିବା ବେଳେ ଅଭିମନ୍ୟୁ ମିଥୁନ ମାତ୍ର ୧୭ଟି ବଲ୍‌ ଖେଳି ୫ ଛକା ସହ ଦ୍ରୁତ ୪୦ ରନକରି ଅପରାଜିତ ରହିଥିଲେ। ସୁଚିତ ୫ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଓଡ଼ିଶା ତରଫରୁ ସୂର୍ଯ୍ୟକାନ୍ତ ପ୍ରଧାନ ଓ ହର୍ଷିତ ରାଠୋର ୨ଟି ଲେଖାଏ, ଶାନ୍ତନୁ ମିଶ୍ର ଗୋଟିଏ ସଫଳତା ପାଇଥିଲେ।
ସଂକ୍ଷିପ୍ତ ସ୍କୋର:
କର୍ନାଟକ ୫୦ ଓଭରରେ ୩୨୯/୫
(ପଡିକାଲ- ୧୫୨, ସମର୍ଥ- ୬୦, ସିଦ୍ଧାର୍ଥ- ୪୧, ନାୟାର- ୨୫, ମିଥୁନ- ୪୦*, ସୂର୍ଯ୍ୟକାନ୍ତ- ୨/୫୩, ହର୍ଷିତ- ୨/୮୦, ଶାନ୍ତନୁ- ୧/୩୯)।
ଓଡ଼ିଶା ୪୪ ଓଭରରେ ୨୨୮ ଅଲ୍‌ଆଉଟ
(ଶୁଭ୍ରାଂଶୁ- ୭୮, ଅଙ୍କିତ- ୫୬, ସନ୍ଦୀପ- ୨୮, ଗୌରବ- ୨୦, କ୍ରିଷ୍ଣା- ୩/୪୬, ଗୋପାଲ- ୩/୪୭)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେପାଳ ବ୍ୟାଟ୍ସମ୍ୟାନଙ୍କ ବିଶ୍ୱ ରେକର୍ଡ

କାଠମାଣ୍ଡୁ,୯।୨- ନେପାଳର ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲା ସ୍ବତନ୍ତ୍ର ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅର୍ଦ୍ଧଶତକ ହାସଲ କରିଛନ୍ତି।...

କୋଚ୍‌ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢ଼ାଇବ ଇଂଲଣ୍ଡ

ଲଣ୍ଡନ,୨୬।୬: ଫୁଟ୍‌ବଲ କୋଚ୍‌ ଗାରେଥ ସାଉଥଗେଟ୍‌ଙ୍କ କାର୍ଯ୍ୟକାଳ ବଢାଇବାକୁ ଚାହୁଁଛି ଇଂଲଣ୍ଡ। ଚଳିତ ୟୁରୋକପ୍‌ ଓ ଆସନ୍ତାବର୍ଷ କାତାରରେ ଆୟୋଜନ ହେବାକୁ ଥିବା ଫିଫା ବିଶ୍ୱକପ୍‌ରେ...

ଇତିହାସ ରଚିଲେ ଓ୍ବାର୍ନର

ମେଲବୋର୍ନ,୨୭।୧୨:ବକ୍ସିଂ ଡେ ଟେଷ୍ଟ ମ୍ୟାଚରେ ଡେଭିଡ ୱାର୍ନର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଇତିହାସ ସୃଷ୍ଟି କରିଛନ୍ତି। ୱାର୍ନର ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚରେ ଦ୍ୱିଶତକ ହାସଲ...

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା...

ଇରାନର ପ୍ରଥମ ବିଜୟ

ଅଲ୍‌ ରାୟାନ, ୨୬।୧୧ (ଏପି):  ଚଳିତ ଫିଫା ବିଶ୍ୱକପ୍‌ରେ ପ୍ରଥମ ବିଜୟ ହାସଲ କରିଛି ଇରାନ। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଏହି ଦଳ ୨-୦ ଗୋଲରେ...

ଅଶ୍ୱିନଙ୍କଠାରୁ ଅଲଗା ହୋଇପାରେ କିଙ୍ଗ୍ସ ଏକାଦଶ ପଞ୍ଜାବ

ଚଣ୍ଡିଗଡ଼,୨୬।୮: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଣ୍ଟିଗୁଆ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇ ନ ଥିବାବେଳେ ଇଣ୍ଡିଆନ ପ୍ରିମିୟର...

ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ,୧ା୯(ପି.ଟି): ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ...

ନିଜକୁ ଫିଟ୍‌ ରଖିବାକୁ ବିରିୟାନୀ ଖାଇବା ଛାଡ଼ିିଦେଇଛନ୍ତି ଖେଳାଳି

ସାଉଥାମ୍ପଟନ୍‌, ୨୪।୬: ବିଶ୍ୱକପରେ ପ୍ରଥମ ମ୍ୟାଚ ଖେଳି ସଫଳତା ପାଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଆହତ ଭୁବନେଶ୍ୱର କୁମାରଙ୍କ...

Advertisement
Archives

Model This Week