କଇଁଛ ବିଜ୍ଞାନୀ

କେବଳ ଭୂଭାଗରେ ବିଚରଣ କରୁଥିବା ପ୍ରାଣୀ ନୁହନ୍ତି, ଜଳଜ (ଆକ୍ୱାଟିକ୍‌) ପ୍ରାଣୀଙ୍କ ପ୍ରତି ଶିକାରୀଙ୍କ କ୍ରୂରଭାବ ସେମାନଙ୍କ ସଂଖ୍ୟା କମାଇ ଚାଲିଛି। ବିଶେଷକରି ମଧୁରଜଳରେ ବାସ କରୁଥିବା ଜଳଜ ଜୀବ କଇଁଛ, କୁମ୍ଭୀର ଓ ଡଲଫିନ୍‌ ବଂଶ ବିପଦରେ ପଡ଼ିଛି। ବେଆଇନ ବେପାର, ବାସସ୍ଥଳୀ ନଷ୍ଟ ଓ ମନୁଷ୍ୟ ସମ୍ବନ୍ଧୀୟ ଦ୍ୱନ୍ଦ୍ୱ (ହ୍ୟୁମାନ କନ୍‌ଫ୍ଲିକ୍ଟ) ଯୋଗୁ ଏହି ଜଳଚର ଜୀବନ ବହୁ ଆହ୍ବାନର ସମ୍ମୁଖୀନ ହେଉଛନ୍ତି। ଡଲଫିନ୍‌ ଏବଂ ଓଧ ଜଳବିଦ୍ୟୁତ୍‌ ପ୍ରକଳ୍ପ ଦ୍ୱାରା ଘୋର ପ୍ରଭାବିତ। ଅସହନୀୟ ମାଛଧରିବା କାର୍ଯ୍ୟ ଦ୍ୱାରା ଉପରଲିଖିତ ପ୍ରାଣୀଙ୍କ ଜୀବନ ବିପଦରେ ପଡ଼ୁଛି। ଏ ବିଷୟରେ ଯେତେ ଆଲୋଚନା, ଅନୁଧ୍ୟାନ ଓ ସଚେତନତା ସୃଷ୍ଟି କରାଗଲେ ମଧ୍ୟ ଆଶାନୁରୂପ ଫଳ ମିଳିପାରୁ ନାହିଁ। ତେବେ ଏହି ଜଳଜୀବ ବିଶେଷକରି କଇଁଛ ଓ କୁମ୍ଭୀରଙ୍କ ସଂରକ୍ଷଣ ପାଇଁ ନିରନ୍ତର କାର୍ଯ୍ୟ କରୁଥିବା ଜୀବ ବିଜ୍ଞାନୀ ଡକ୍ଟର ଶୈଳେନ୍ଦ୍ର ସିଂ ଏବେ ବେହେଲର କଞ୍ଜରଭେଶନ ଆଓ୍ବାର୍ଡ ବିଜେତା ହେବା ପରେ ଏଭଳି ପ୍ରସଙ୍ଗକୁ ନେଇ ଆଲୋଚନା ହେବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, କଇଁଛ ସଂରକ୍ଷଣ ଓ ଜୀବବିଜ୍ଞାନ କ୍ଷେତ୍ରରେ ଏହି ସମ୍ମାନକୁ ‘ନୋବେଲ ପ୍ରାଇଜ୍‌’ ସହ ସମାନ ଭାବେ ଦେଖାଯାଇଥାଏ। ୨୦୦୬ରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଆମେରିକାର ନ୍ୟୁୟର୍କସ୍ଥିତ ବ୍ରୋନ୍‌କ୍ସ ଜୁ’ର ପୂର୍ବତନ ସଂଗ୍ରହାଧ୍ୟକ୍ଷ ଜନ୍‌ ଏଲ୍‌. ବେହେଲରଙ୍କ ସ୍ମୃତିରେ ଏହି ସମ୍ମାନ ନାମିତ କରାଯାଇଛି। ବେହେଲର ଆଓ୍ବାର୍ଡ କମିଟି ଏକ ବ୍ୟାପକ ଚୟନ ପ୍ରକ୍ରିୟା ଦେଇ ବିଜେତାଙ୍କୁ ବାଛିଥାଆନ୍ତି। ଚଳିତ ଥର ଶୈଳେନ୍ଦ୍ର ଏହି ସମ୍ମାନର ଅଧିକାରୀ ହୋଇଥିବାରୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଜଳଜୀବ କିଭଳି ସ୍ଥାନ ଅଧିକାର କରିଛନ୍ତି ସେ ବିଷୟରେ ପ୍ରାଣୀପ୍ରେମୀମାନେ ଜାଣିବାକୁ ନିଶ୍ଚିତ ଚାହିଁବେ।
ଭାରତ-ନେପାଳ ସୀମାନ୍ତ ଉତ୍ତରପ୍ରଦେଶର କାଟେର୍ନିଆଘାଟ ଅଭୟାରଣ୍ୟ ନିକଟବର୍ତ୍ତୀ ଏକ ଗ୍ରାମରେ ଶୈଳେନ୍ଦ୍ରଙ୍କ ଜନ୍ମ। ପିଲାଟି ବେଳୁ ମାଛ, ପ୍ରଜାପତି ଓ କଇଁଛ ଦେଖି ତାଙ୍କ ମନରେ ଏହିସବୁ ଜୀବ ପ୍ରତି ଅନେକ ଉତ୍ସୁକତା ଥିଲା। ସେ କହନ୍ତି, ତାଙ୍କର ‘ଟମ୍‌’ ଓ ‘ଟିଙ୍କି’ ନାମରେ ଦୁଇଟି ଇଣ୍ଡିଆନ୍‌ ରୁଫ୍‌ଡ୍‌ ଟର୍ଟଲ ଥିଲା। ଏଗୁଡ଼ିକୁ ପୋଷା ଭାବେ ରଖିବା ନିୟମ ବିରୁଦ୍ଧ ଜାଣିବା ପରେ ସେହି କଇଁଛକୁ ଛାଡ଼ି ଦେଇଥିଲେ। ହେଲେ ମନ ମଧ୍ୟରେ ସେହି ଜୀବ ବିଷୟରେ ଅଧିକ ଜାଣିବା ସକାଶେ ଆଗ୍ରହ ଥିଲା। ଏପରି କି ସେ ବାରମ୍ବାର ଜୀବଗୁଡ଼ିକର ବାସସ୍ଥଳୀକୁ ଯାଇ ବିଭିନ୍ନ ବିଷୟରେ ଅନୁଧ୍ୟାନ କରୁଥିଲେ। ପିଲାଦିନର ସେହି ଆଗ୍ରହ ତାଙ୍କୁ ଉକ୍ତ ଜୀବଗୁଡ଼ିକୁ ପାଠପଢ଼ା ବିଷୟବସ୍ତୁରେ ରଖିବେ ବୋଲି ମନସ୍ଥ କରିଥିଲେ। ପରେ ସେ ଘଡ଼ିଆଳ କୁମ୍ଭୀର ବିଷୟ ରଖି ସ୍ନାତକୋତ୍ତର କରିଥିଲେ ଓ ପିଏଚ୍‌ଡି ରେଡ୍‌-କ୍ରାଉନ୍‌ଡ ରୁଫ୍‌ଡ୍‌ ଟର୍ଟଲ ଉପରେ ପର୍ଯ୍ୟବସିତ ଥିଲା। ଶୈଳେନ୍ଦ୍ର କଲେଜ ପଢ଼ା ସାରିବା ମାତ୍ରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ରେ ଟ୍ରେନି ଅଫିସର ଭାବେ ଯୋଗ ଦେଇଥିଲେ। କିନ୍ତୁ ଆଗ୍ରହ ତାଙ୍କୁ ସେହି ଜଳଜୀବ ଆଡ଼କୁ ଟାଣି ନେଉଥିବା ଅନୁଭବ କରିବା ପରେ ଚାକିରି ଛାଡ଼ି ଗବେଷଣାରେ ଲାଗିପଡ଼ିଥିଲେ। ଏବେ ସେ ଭାରତର ମଧୁରଜଳରେ ଥିବା କଇଁଛ ଓ କୁମ୍ଭୀରଙ୍କ ଉଦ୍ଧାର ଓ ସୁରକ୍ଷା ଦିଗରେ ଅଭିଯାନ ଜାରି ରଖିଛନ୍ତି। ବନ୍ୟପ୍ରାଣୀ ସଂରକ୍ଷଣ ସମିତି (ଡବ୍ଲ୍ୟୁସିଏସ୍‌) ଓ ଟର୍ଟଲ ସର୍ଭାଇଭାଲ ଆଲିଆନ୍ସ (ଟିଏସ୍‌ଏ) ସହ ନିଜକୁ ଜଡ଼ିତ କରିଛନ୍ତି। ଡବ୍ଲ୍ୟୁସିଏସ୍‌ ମାଧ୍ୟମରେ ୧୬୭ ସଂରକ୍ଷଣ, ଗବେଷଣା ଓ ଶିକ୍ଷାଗତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି। ଭାରତରେ ଅନେକ ହଜାର କଇଁଛ ନିୟମିତ ଭାବେ ବାହାରକୁ ଚାଲାଣ ହେବା ଦ୍ୱାରା ସେମାନଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ଦେଶରେ ପ୍ରଶିକ୍ଷିତ ମାନବ ସମ୍ବଳର ଅଭାବ ଥିବାରୁ ଏହା କେତେକ ଆହ୍ବାନର ସମ୍ମୁଖୀନ ହୋଇଛି ବୋଲି ଶୈଳେନ୍ଦ୍ର କହିଥାନ୍ତି। ସଂରକ୍ଷଣ ପାଇଁ କରାଯାଇଥିବା ପ୍ରକଳ୍ପ ଲାଗି ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ମଧ୍ୟ ଏହାର ଗତି କଚ୍ଛପ ଭଳି ରହିଯାଉଛି। ତଥାପି ଶୈଳେନ୍ଦ୍ର ଆଶାବାଦୀ ଯେ, କଇଁଛଙ୍କ ସଂରକ୍ଷଣ ଓ ବାସସ୍ଥଳୀକୁ ଯଥାସମ୍ଭବ ସୁରକ୍ଷିତ ରଖିବାରେ ତାଙ୍କ କୌଶଳ ନିଶ୍ଚିତ ନୂଆ ଦିଶା ଦେଖାଇବ।

 

  • ଜିତେନ୍ଦ୍ର କୁମାର ନାୟକ

Enter your email to get our daily news in your inbox.

All Right Reserved By Dharitri.Com

ନୀତିବିହୀନ ନିର୍ଦ୍ଧାରକ

ଭାରତରେ ଖାଦ୍ୟପଦାର୍ଥର ମୂଲ୍ୟ ବୃଦ୍ଧି ଯୋଗୁ ଗତ ଜୁନ୍‌ରେ ଖୁଚୁରା (ରିଟେଲ୍‌) ମୁଦ୍ରାସ୍ଫୀତି ୪.୩୮ ପ୍ରତିଶତରେ ପହଞ୍ଚତ୍ଛି, ଯାହା ମେ’ରେ ଥିଲା ୩.୯୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ…

ସମାଜ ବିଭକ୍ତୀକରଣର ଅନ୍ତୁଡ଼ିଶାଳ

ସ୍ବାଧୀନୋତ୍ତର ଭାରତର ସରକାରମାନେ ଶିକ୍ଷାର ପ୍ରସାର ଦିଗରେ କାମ କରିଚାଲିଛନ୍ତି। ବହୁ ଶିକ୍ଷା କମିଶନ ବସିଛି। ବହୁ ଆଇନ ପ୍ରଣୟନ ହୋଇଛି। ସେଥିମଧ୍ୟରୁ ବିଳମ୍ବରେ ହେଲେ ମଧ୍ୟ…

ଚାଲ ଫେରିବା ଗାଁକୁ

ଗ୍ରାମାଞ୍ଚଳ ଓ ଗ୍ରାମ୍ୟ ଜୀବନ କାହାକୁ ଆକୃଷ୍ଟ ନ କରେ! ମୋ ଜନ୍ମସ୍ଥାନଟି ହେଉଛି ରାଜ୍ୟର ଉପକୂଳବର୍ତ୍ତୀ ବ୍ରାହ୍ମଣୀ ନଦୀକୂଳ ଆଳି ମାଣିକପାଟଣା। ଗଁାଦିନର ସ୍ମୃତି ଅନେକ।…

ଏଇ ଭାରତରେ

ରାସ୍ତାରେ ଭିକ୍ଷାବୃତ୍ତି କରୁଥିବା ପିଲାଙ୍କ ପାଇଁ ଆଶାର ଆଲୋକ ପାଲଟିଛନ୍ତି ଦିଲ୍ଲୀର କୃଷ୍ଣ କୁମାର। ଏଭଳି ପିଲାଙ୍କୁ ସେ ରାସ୍ତାକଡ଼ରେ ପଢ଼ାଉଛନ୍ତି। ସ୍କୁଲ କହିଲେ ଭଲ ଘର…

ମଣିଷ ଦେଖିଲେ ଡର ଲାଗୁଛି

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଏ ନିବନ୍ଧଟି ପ୍ରସ୍ତୁତ କରିବାକୁ ଗଲାବେଳେ ପ୍ରଖ୍ୟାତ ସାହିତି୍ୟକ ମନୋଜ ଦାସଙ୍କ ‘କେତେ ଦିଗନ୍ତ’ ପୁସ୍ତକରୁ ରୋଚକ ପ୍ରସଙ୍ଗଟିଏ ସ୍ମରଣକୁ ଆସୁଛି। କିଛି…

ପୁଅ କୋଉ ବିଜ୍ଞାନ ପଢ଼ିବ

ସୁମୀ ଅତି ସ୍ନେହରେ ପୁଅର ନାଆଁ ରଖିଥିଲା ‘ଶ୍ରୀମୟ’। କିନ୍ତୁ ପୁଅ ବଡ଼ ହେଲା ପରେ ତା’ ସାଙ୍ଗମାନଙ୍କୁ ‘ଶ୍ରୀମୟ’ ନାଆଁଟା ପସନ୍ଦ ହେଲାନି। ସେମାନେ ତାକୁ…

ଦୂରେଇଯାଇଛି ବାଂଲାଦେଶ

ବହିର୍ବ୍ୟାପାର ନୀତି କେବଳ ଜଣେ ବ୍ୟକ୍ତିଙ୍କ ଉପରେ ଆଧାରିତ ହୋଇଗଲେ ତାହା ଦୁର୍ବଳ ଓ ଦୂରଦୃଷ୍ଟିବିହୀନ ହୋଇଥାଏ। କ୍ଷମତାରୁ ବିତାଡ଼ିତ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କୁ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri