ଟପ୍ପରଙ୍କ ଗତି ଓ ସ୍ଥିତି

ମାଟ୍ରିକ୍‌, ଯୁକ୍ତଦୁଇ, ଯୁକ୍ତ ତିନି, ପିଜି, ମେଡିକାଲ, ଇଞ୍ଜିନିୟରିଂ, ଓପିଏସ୍‌ସି ଓ ୟୁପିଏସ୍‌ସି ଫଳ ପ୍ରକାଶନ ସଙ୍ଗେ ସଙ୍ଗେ ବେଷ୍ଟ୍‌ ଟେନ୍‌ଥ ବା ଟପ୍ପରଙ୍କ ତାଲିକା ପ୍ରକାଶ ପାଇଥାଏ। ଗଣମାଧ୍ୟମରେ ସେମାନଙ୍କ ସାକ୍ଷାତ୍‌କାର ପ୍ରକାଶ ପାଏ। ସେମାନେ ନିଜ ସଫଳତା ପାଇଁ ମାତାପିତାଙ୍କ ସମେତ ଶିକ୍ଷକ-ଶିକ୍ଷିକା, ଜ୍ଞାତିକୁଟୁମ୍ବ ଏବଂ ସର୍ବଶେଷରେ କେହି କେହି ଭଗବାନଙ୍କୁ ଶ୍ରେୟ ଦେଇଥାନ୍ତି। ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳେ ‘ମୁଁ ସମାଜର ସେବା କରିବି’।
ମାଟ୍ରିକ୍‌, ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ଟପ୍ପର ହୋଇ ଯେଉଁମାନେ ଉଚ୍ଚତର ଶ୍ରେଣୀରେ ଅଧ୍ୟୟନ କରିବାକୁ ଯାଆନ୍ତି, ସେମାନଙ୍କୁ ଉଚ୍ଚତର ଶ୍ରେଣୀ ପରୀକ୍ଷାର ଟପ୍ପର ତାଲିକାରେ ଆଉ ପ୍ରୟ ଦେଖିବାକୁ ମିଳେନାହିଁ। ସେମାନେ ବାଟରେ କେଉଁଠି ହଜିଯାଆନ୍ତି ତାହାକୁ ମଧ୍ୟ କେହି କେବେ ଖୋଜି ନ ଥାନ୍ତି। ହୁଏତ ପରିବର୍ତ୍ତିତ ପରିସ୍ଥିତିରେ ସେମାନେ ନିଜକୁ ପୂର୍ବବତ୍‌ ଅବସ୍ଥାପିତ କରିପାରନ୍ତି ନାହିଁ କିମ୍ବା ନିଜର ଲକ୍ଷ୍ୟ ସ୍ଥଳ ବଦଳାଇ ଅନ୍ୟ କୌଣସି ବୈଷୟିକ ଅନୁଷ୍ଠାନ ବା ପ୍ରତିଷ୍ଠାନରେ ସଂଯୁକ୍ତ ହୋଇଯାଇଥାନ୍ତି।
ଏଥର ଓପିଏସ୍‌ସି ପରୀକ୍ଷା ଫଳ ବାହାରିଲା। କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ସର୍ବାଧିକ ୬୯ ପ୍ରତିଶତ ମାର୍କ ରଖିଥିଲେ ଟପ୍ପର। ସର୍ବନିମ୍ନ ୧୫ କିମ୍ବା ୧୬ ହୋଇପାରିଥାଏ। ୟୁପିଏସ୍‌ସି ପରୀକ୍ଷାରେ ଟପ୍ପରଙ୍କ ମାର୍କ ଥିଲା ୫୪ ପ୍ରତିଶତ। ଜେଇଇ (ଆଡ୍‌ଭାନ୍ସଡ୍‌) ପରୀକ୍ଷାରେ ଖୁବ୍‌ କମ୍‌ ପ୍ରତିଶତ ମାର୍କ ରଖି ଆଇଆଇଟି ଓ ମେଡିକାଲ କଲେଜରେ ନାମ ଲେଖାଇବାକୁ ସୁଯୋଗ ପାଇଛନ୍ତି ପରୀକ୍ଷାର୍ଥୀ। ଉଲ୍ଲେଖଯୋଗ୍ୟ ଯେ ଦିନକୁ ଦିନ ପରୀକ୍ଷାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସ୍ଥଳେ କୃତିତ୍ୱ ଅର୍ଜନ କରୁଥିବା ପରୀକ୍ଷାର୍ଥୀଙ୍କ ମାର୍କ ହ୍ରାସ ପାଇବାରେ ଲାଗିଛି। ଏହା ଏକ ଶୁଭ ସଙ୍କେତ ନୁହେଁ ବୋଲି କୁହାଯାଇପାରେ।
ସାଧାରଣତଃ ଯେତେବେଳେ ଆଇଏଏସ୍‌ ପରୀକ୍ଷା ଫଳ ପ୍ରକାଶ ପାଏ ଆମ ରାଜ୍ୟର ଭାଗ କମ୍‌ ହୋଇଯାଉଥିବାରୁ ଆମେ ବ୍ୟସ୍ତ ହୋଇ ପଡ଼ନ୍ତି। ଟପ୍ପର ତାଲିକାରେ ଓଡ଼ିଆମାନଙ୍କୁ ଦେଖିଲେ ଆମ ଛାତି କୁଣ୍ଢେ ମୋଟ ହୋଇଯାଏ। ମାତ୍ର ଆମ ରାଜ୍ୟରେ ପୂର୍ବରୁ ଆଇଏଏସ୍‌ ପାଇଥିବା ସେହି ଧୀସମ୍ପନ୍ନ ବ୍ୟକ୍ତିମାନେ ଯାଆନ୍ତି କୁଆଡ଼େ? ଦିନେ ସମାଜର ସେବା କରିବାର ପ୍ରତିଶ୍ରୁତି ଦେଇଥିବା ସେହି ବ୍ୟକ୍ତିମାନେ ଏବେ କରୁଛନ୍ତି କ’ଣ? ଉଚ୍ଚ ପଦପଦବୀରେ ଅବସ୍ଥାପିତ ହେବା ପରେ ସେମାନେ ଭୁଲିଯାଆନ୍ତି ସମାଜକୁ ଏବଂ ସମାଜରେ ବାସ କରୁଥିବା ସାଧାରଣ ଲୋକଙ୍କୁ। ସରକାରଙ୍କ ଏକାନ୍ତ ଅନୁଗତ ଭୃତ୍ୟ ହୋଇ ସେମାନେ ସାଧାରଣ ଜନତାଙ୍କ ବିରୋଧରେ ଯିବାକୁ ବି ତିଳେ ମାତ୍ର କୁଣ୍ଠାବୋଧ କରନ୍ତି ନାହିଁ। ବର୍ତ୍ତମାନ ଦେଶରେ ଥିବା ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଅଧିକାରୀଙ୍କ ଭୂମିକା ବି ତଦ୍ରୂପ। ଆମ ରାଜ୍ୟରେ ଥିବା ଓଏଏସ୍‌ ଅଧିକାରୀଙ୍କ ଆନୁଗତ୍ୟ କହିଲେ ନ ସରେ। ସେମାନେ ଶାସକ ଦଳର ହାତବାରିସି ହୋଇ କାର୍ଯ୍ୟ କରିଥାନ୍ତି। ଗଣତନ୍ତ୍ରର ଗଣ୍ଡି ଭିତରେ ସ୍ବସକ୍ରିୟ ଅମଲାତନ୍ତ୍ର ଦେଶଟାକୁ କେଉଁ ଅବସ୍ଥାକୁ ନେଇଗଲେଣି, ତାହା ଭାବିଲେ ମୁଣ୍ଡ ଘୂରେଇ ଯାଏ।
ମେଡିକାଲ ଏଣ୍ଟ୍ରାନ୍ସରେ କୃତିତ୍ୱ ଅର୍ଜନ କରିଥିବା ପରୀକ୍ଷାର୍ଥୀ ମେଡିକାଲ ପାଠ ପଢ଼ି ସାରିଲା ପରେ ପ୍ରାୟ ନିଯୁକ୍ତି ପାଆନ୍ତି ସରକାରୀ ହସ୍ପିଟାଲରେ। ମାତ୍ର ସେମାନେ ପ୍ରାକ୍ଟିସ୍‌ କରନ୍ତି ଘରୋଇ ଭାବେ କିମ୍ବା ଘରୋଇ ନର୍ସିଂ ହୋମ୍‌ରେ। ଡାକ୍ତରମାନଙ୍କର ଏତାଦୃଶ କାର୍ଯ୍ୟକୁ କ’ଣ ରୋଗୀ ସେବା କୁହାଯିବ ନା ସମାଜସେବା କୁହାଯିବ? ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌, ଆଇଇଏସ୍‌, ଓଏଏସ୍‌ ଓ ଇଞ୍ଜିନିୟର୍‌ମାନେ କେତେବେଳେ ଭିଜିଲାନ୍ସ ଜାଲରେ ପଡ଼ୁଛନ୍ତି ତ ଆଉ କେତେବେଳେ ଇଡି ଜାଲରେ। କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି! ମଜାର କଥା ହେଉଛି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଧରିବାକୁ ଯେଉଁ ଭିଜିଲାନ୍ସ, ଇଡି, ସିବିଆଇ ଅଧିକାରୀଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି ସେମାନେ ବି ବେଳେ ବେଳେ ନିଜ ଜାଲରେ ପଡ଼ିଯାଉଛନ୍ତି। ମନ୍ତ୍ରୀ, ଯନ୍ତ୍ରୀ ଓ ତନ୍ତ୍ରୀଙ୍କ ଭିତରେ ସତେ ଯେପରି ଏକ ଅଭେଦ୍ୟ ସମ୍ପର୍କ ବଳବତ୍ତର ରହିଛି। ଦେଶର ଆର୍ଥିକ ଶୃଙ୍ଖଳାକୁ ସେମାନେ ଦଳି ମଚକି ଧୂଳିସାତ୍‌ କରିଦେଉଛନ୍ତି।
ଏହା ନିର୍ଦ୍ୱନ୍ଦ୍ୱରେ କୁହାଯାଇପାରେ ଯେ ଟପ୍ପର ହେଉଥିବା ଛାତ୍ରୀଛାତ୍ରମାନେ ସମସ୍ତେ ମେଧାବୀ। ସେମାନଙ୍କ ଲାଗି ଉଦ୍ଦିଷ୍ଟ ସ୍ବତନ୍ତ୍ର ଶିକ୍ଷା ପ୍ରଦାନ ନିମିତ୍ତ ଦେଶର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୁଏ। ବିନିମୟରେ ଦେଶ ମଧ୍ୟ ସେମାନଙ୍କଠାରୁ ବହୁତ କିଛି ଆଶା କରେ। ମାତ୍ର ହୁଏ କ’ଣ? ସେଦିନର ମେଧାବୀମାନଙ୍କ ମଧ୍ୟରୁ ଅଧିକାଂଶ ଦୁର୍ନୀତିର ପଙ୍କରେ ଉବୁଟୁବୁ ହୋଇଯାଆନ୍ତି। ବିଚରା ସାଧାରଣ ଜନତା ସେ ସବୁକୁ ମୁଣ୍ଡପାତି ସହି ନିଅନ୍ତି।

  • ରବିନାରାୟଣ ସାମଲ
    ମୋ-୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?