Posted inଖେଳ

ଇଂଲଣ୍ଡ ଦଳକୁ ଟୋପ୍‌ଲେଙ୍କ ପ୍ରତ୍ୟାବର୍ତ୍ତନ

ସାଉଥାମ୍ପଟନ, ୨୮।୭ (ପି.ଟି.)-
ଦୀର୍ଘ ୪ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ବାମହାତୀ ପେସ୍‌ ବୋଲର ରିଷି ଟୋପ୍‌ଲେ। ଆୟର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ସୋମବାର ଘୋଷିତ ୧୪ ଜଣିଆ ଇଂଲଣ୍ଡ ଦଳରେ ଟୋପ୍‌ଲେଙ୍କୁ ସାମିଲ କରାଯାଇଛି। ଆସନ୍ତା ଗୁରୁବାରଠାରୁ ଏହି ସିରିଜ ଆରମ୍ଭ ହେବ। ଇଅନ ମୋର୍ଗାନ ଅଧିନାୟକ ଓ ମୋଇନ୍‌ ଅଲୀଙ୍କୁ ଉପ-ଅଧିନାୟକ ମନୋନୀତ କରାଯାଇଛି। ୩ ଖେଳାଳିଙ୍କୁ ରିଜର୍ଭ ରଖା ଯାଇଛି। ୨୬ ବର୍ଷୀୟ ଟୋପ୍‌ଲେ ୧୦ଟି ଦିନିକିଆ ଖେଳି ୧୬ଟି ଉଇକେଟ ନେଇଛନ୍ତି। ଶେଷଥରପାଇଁ ସେ ୨୦୧୬ ଟି୨୦ ବିଶ୍ୱକପରେ ଇଂଲଣ୍ଡ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ପିଠିରେ ସମସ୍ୟା ଯୋଗୁ ସେ ୨୦୧୮ରେ ଅସ୍ତ୍ରୋପଚାର କରାଇଥିଲେ। ଗତବର୍ଷ ସେ ସସେକ୍ସର ଅଗ୍ରଣୀ ଉଇକେଟ ହାସଲକାରୀ ଥିଲେ। ସାମ୍‌ ବିଲିଙ୍ଗ୍ସ, ଲିଆମ ଡସନ ଓ ଡେଭିଡ ଓ୍ବଲି ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏକ ଜୈବ-ସୁରକ୍ଷିତ ବାତାବରଣରେ ଏହି ସିରିଜ ବିନା ଦର୍ଶକରେ ଅନୁଷ୍ଠିତ ହେବ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବାରୁ ଜୋ ରୁଟ୍‌, ବେନ୍‌ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, କ୍ରିସ୍‌ ଓ୍ବକ୍ସ ଓ ମାର୍କ ଉଡ୍‌ଙ୍କ ନାମ ବିଚାରକୁ ନିଆ ଯାଇ ନ ଥିଲା। ଫଳରେ ବିଶ୍ୱକପ ବିଜେତା ଜନି ବେୟାରଷ୍ଟୋ, ଟମ୍‌ କୁରାନ, ଲିଆମ ଡସନ, ଆଡିଲ ରଶିଦ, ଜାସନ ରୟ ଏବଂ ଜେମ୍ସ ଭିନ୍ସ ପ୍ରମୁଖ ସ୍ଥାନ ପାଇଛନ୍ତି। କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଏହା ହେବ ପ୍ରଥମ ଦିନିକିଆ ସିରିଜ। ଏହାର ଦ୍ୱିତୀୟ ଓ ତୃତୀୟ ଦିନିକିଆ ସେହି ସାଉଥାମ୍ପଟନଠାରେ ଯଥାକ୍ରମେ ଅଗଷ୍ଟ ୧ ଓ ୪ରେ ଅନୁଷ୍ଠିତ ହେବ।
ଇଂଲଣ୍ଡ ଦଳ: ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲୀ, ଜନି ବେୟାରଷ୍ଟୋ, ଟମ୍‌ ବାଣ୍ଟନ, ସାମ୍‌ ବିଲିଙ୍ଗ୍ସ, ଟମ୍‌ କୁରାନ, ଲିଆମ ଡସନ, ଜୋ ଡେନଲି, ଶାକିବ ମେହମୁଦ, ଆଡିଲ ରଶିଦ, ଜାସନ ରୟ, ରିଷି ଟୋପ୍‌ଲେ, ଜେମ୍ସ ଭିନ୍ସ, ଡେଭିଡ ଓ୍ବିଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାରବାଟୀରେ ହାରିଲା ଟିମ୍‌ ଇଣ୍ଡିଆ

କଟକ ଅଫିସ,୧୨।୬: ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୪ ଉଇକେଟରେ ଟିମ୍‌ ଇଣ୍ଡିଆକୁ ହରାଇ ଦେଇଛି। ଏହି...

ମୋର କାହାକୁ କିଛି ପ୍ରମାଣ କରିବାର ନାହିଁ

କେପ୍‌ ଟାଉନ,୧୦।୧: ଗତ ଦୁଇ ବର୍ଷ ହେଲା ତିନି ସଂଖ୍ୟା ବିଶିଷ୍ଟ ସ୍କୋର ହାସଲ କରିବାରେ ବିଫଳ ହେବା ସହ ରନ୍‌ ସଂଗ୍ରହ ହାରରେ ମଧ୍ୟ...

ବୟସ ଜାଲିଆତି: ଏମ୍‌ସିଏ ଜୁନିୟର କ୍ୟାମ୍ପରୁ ୫ ବିଦା

ମୁମ୍ବାଇ, ୨|୮ (ପି.ଟି.)-ବୋନ୍‌ ଏଜ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ)ର ୧୬ ବର୍ଷରୁ କମ୍‌ ଅଫ୍‌ ସିଜନ କ୍ୟାମ୍ପ ଲାଗି ୫ ଜଣ...

ଏଥର ଆଇପିଏଲ୍‌ରେ ଗେଲ୍‌ ନୁହେଁ, ଏହି ଖେଳାଳି ‘ଛକା କିଙ୍ଗ୍‌’

ଦୁବାଇ, ୬।୧୧: ଆଇପିଏଲରେ ସର୍ବାଧିକ ଛକା ମାରିଥିବା ଖେଳାଳିଙ୍କ ବିଷୟରେ ଯଦି ଆଲୋଚନା ହୁଏ, ତେବେ ଦର୍ଶକଙ୍କ ମନରେ ପ୍ରଥମେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ ଗେଲ୍‌ଙ୍କ...

ଓଡ଼ିଶା ଏଫ୍‌ସି ସହ ଶୁଭମଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୩୦ା୪(କ୍ରୀଡ଼ା ପ୍ରତିନିଧି)-ଯାହା ଆଶା କରାଯାଉଥିଲା ତାହା ହିଁ ହେଲା। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗତ ସିଜନଠାରୁ ଭୁବନେଶ୍ୱର ଭିତ୍ତିକ ହୋଇଥିବା ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବଡ଼ ମାଇଲଷ୍ଟୋନ ଛୁଇଁଲେ ଧୋନୀ

ନୂଆଦିଲ୍ଲୀ,୩।୪: ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରବିବାର କ୍ୟାରିୟରରେ ଆଉ ଏକ ମାଇଲଷ୍ଟୋନ ହାସଲ କରିଛନ୍ତି। ବ୍ରାବୋର୍ନେ ଷ୍ଟାଡିୟମରେ...

ଅଧିନାୟକ ପଦ ଛାଡ଼ିବାକୁ ପ୍ରସ୍ତୁତ ମାଲିଙ୍ଗା

କଲମ୍ବୋ, ୧୩।୧- ନିକଟରେ ଶେଷ ହୋଇଥିବା ଭାରତ ବିପକ୍ଷ ଟି୨୦ ସିରିଜକୁ ୦-୨ରେ ହାରିବା ପରେ ଶ୍ରୀଲଙ୍କା ଅଧିନାୟକ ପଦ ଛାଡ଼ିବାକୁ ଲସିଥ୍‌ ମାଲିଙ୍ଗା ପ୍ରସ୍ତୁତ...

ବଡ ସଡ଼କ ଦୁର୍ଘଟଣା: ଟ୍ରକ୍‌ ସହ କାର୍‌ ପିଟିଦେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଲାହୋର,୧୧।୧: ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଅଲରାଉଣ୍ଡର ସୋଏବ ମଲିକଙ୍କ ସହ ଏକ ବଡ ଦୁର୍ଘଟଣା ଘଟିଛି। ମଲିକଙ୍କ କାର ଲାହୋରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାସ୍ତା...

Advertisement
Archives

Model This Week