Posted inଜାତୀୟ

ପୁଣି ଆରମ୍ଭ ହେବ ରଣବୀର ଆଲବାଦିଆଙ୍କ ପୋଡକାଷ୍ଟ୍: କେନ୍ଦ୍ର ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୩: ବାକ୍ ସ୍ୱାଧୀନତାର ଅଧିକାର ଏବଂ ଶିଷ୍ଟାଚାର ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ୟୁଟ୍ୟୁବର ରଣବୀର ଆଲବାଦିଆଙ୍କ ମନ୍ତବ୍ୟକୁ ନେଇ ଉଠିଥିବା ବିବାଦ ମଧ୍ୟରେ ଡିଜିଟାଲ କଣ୍ଟେଣ୍ଟ ପାଇଁ ମାର୍ଗଦର୍ଶିକା ଆଣିବାକୁ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ଏଥିସହିତ ନ୍ୟାୟାଳୟ ୩୧ ବର୍ଷୀୟ ୟୁଟ୍ୟୁବରଙ୍କୁ ତାଙ୍କର ପୋଡକାଷ୍ଟ୍ ଶୁଟିଂ ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି, ଯାହା ବିବାଦ ପରେ ବନ୍ଦ ରହିଥିଲା। ତେବେ ନ୍ୟାୟାଳୟ ରଣବୀରଙ୍କୁ ଲିଖିତ ପ୍ରତିଶ୍ରୁତି ଦେବାକୁ କୁହାଯାଇଛି, ଯେପରି ସେ ଭବିଷ୍ୟତରେ ତାଙ୍କର କାର୍ଯ୍ୟକ୍ରମରେ ଶିଷ୍ଟାଚାର ବଜାୟ ରଖିବେ, ଯାହାଦ୍ୱାରା ସମସ୍ତ ବର୍ଗର ଲୋକେ ଏହାକୁ ଦେଖିପାରିବେ।

ବିଅର ବାଇସେପ୍ ନାମରେ ଲୋକପ୍ରିୟ ରଣବୀର ଆଲବାଦିଆ ଗତ ମାସରେ ଷ୍ଟାଣ୍ଡ ଅପ୍ କମେଡିଆନ ସମୟ ରାଇନାଙ୍କ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଶୋ’ରେ ଅଶାଳୀନ ମନ୍ତବ୍ୟ ବିବାଦ ଘେରକୁ ଆସିଥିଲେ। ଜଣେ ପ୍ରତିଯୋଗୀଙ୍କୁ ସେ ତାଙ୍କର ଅଭିଭାବକଙ୍କ ଯୌନ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଏବଂ ତାଙ୍କର ଘୋର ସମାଲୋଚନା କରାଯାଇଥିଲା।

ବିବାଦ ମଧ୍ୟରେ, ଆଲବାଦିଆ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଏବଂ କହିଥିଲେ “କମେଡି ମୋର ଶକ୍ତି ନୁହେଁ” ଏବଂ “ଏହା ମଜାଦାର ନଥିଲା”। ସେ ସୋସିଆଲ ମିଡିଆରେ ଏକ କ୍ଷମା ପ୍ରାର୍ଥନା କରି ଲେଖିଥିଲେ, “ମୁଁ ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟ’ରେ ଯାହା କହିଥିଲି ତାହା କହିବା ଉଚିତ୍ ନଥିଲା। ମୁଁ ଦୁଃଖିତ।” ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, “ମୋର ମନ୍ତବ୍ୟ କେବଳ ଅନୁପଯୁକ୍ତ ନଥିଲା, ଏହା ମଜାଦାର ମଧ୍ୟ ନଥିଲା। କମେଡି ମୋର ଶକ୍ତି ନୁହେଁ, ମୁଁ କେବଳ ଦୁଃଖ ଜଣାଇବାକୁ ଏଠାରେ ଅଛି।”

ଆଲବାଦିଆଙ୍କ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠକୁ ତାଙ୍କ ଶୋ’ ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଅନୁରୋଧ କରିଥିଲେ କାରଣ ଏଥିରେ ପ୍ରାୟ 280 ଜଣ ଲୋକ ନିଯୁକ୍ତି ପାଆନ୍ତି।

କେନ୍ଦ୍ର ପକ୍ଷରୁ ହାଜର ହୋଇ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ ଆଲବାଦିଆଙ୍କ ମନ୍ତବ୍ୟ “ଅଶ୍ଳୀଳ ନୁହେଁ, ବରଂ ବିକୃତ”। “ମୁଁ କୌତୁହଳବଶତଃ ଶୋ’ଟି ଦେଖିଥିଲି। ହାସ୍ୟରସ ଏକ ଜିନିଷ, ଅଶ୍ଳୀଳତା ଏକ ଜିନିଷ, ଏବଂ ବିକୃତତା ଅନ୍ୟ ଏକ ସ୍ତର। ପୁରୁଷ ଏବଂ ମହିଳାଙ୍କୁ ଛାଡିଦିଅ… ମୁଁ ଏବଂ ଏଜି ଏହାକୁ ଏକାଠି ଦେଖିପାରିବୁ ନାହିଁ। ବିଚାରପତିମାନେ ଏହାକୁ ଏକାଠି ଦେଖିପାରିବେ ନାହିଁ। ତେଣୁ ତାଙ୍କୁ କିଛି ସମୟ ପାଇଁ ଚୁପ୍ ରହିବାକୁ ଦିଅ,” ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ଲେଖିଲେ ପାକିସ୍ତାନ ଖେଳାଳି: ଡେବ୍ୟୁ ମ୍ୟାଚ୍‌ରେ କଲେ କମାଲ୍‌

ରାୱଲପିଣ୍ଡି,୧୩।୧୦:ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିବା ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ। ହେଲେ କିଛି ଖେଳାଳି ନିଜର ପ୍ରଥମ ମ୍ୟାଚ୍‌ରେ ଏମିତି ପ୍ରଦର୍ଶନ କରନ୍ତି, ଯାହା କ୍ରିକେଟ ଇତିହାସରେ ସବୁଦିନ…

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

କେଜ୍ରିୱାଲଙ୍କୁ ହତ୍ୟା ଧମକ: ଲରେନ ଗ୍ୟାଙ୍ଗ୍‌ ସଦସ୍ୟଙ୍କ ୭ କୋଟି ଟଙ୍କା ଦାବି

ମୋହାଲି, ୧୨ା୧୧: ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ବିଧାୟକ ଜର୍ନେଲ ସିଂହଙ୍କ ଅଭିଯୋଗ ଆଧାରରେ ପଞ୍ଜାବ ପୋଲିସ ଏକ ମାମଲା ରୁଜୁ କରିଛି। ଦଳର ନେତା…

ଘରେ ଭୟଙ୍କର ବିସ୍ଫୋରଣ, ୩ ଗୁରୁତର, କାରଣ ଖୋଜୁଛି ବମ୍‌ ସ୍କ୍ବାଡ

ଖଲ୍ଲିକୋଟ,୧୨ା୧୧(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ସହର ଅରବିନ୍ଦ ନଗର ଦ୍ୱିତୀୟ ଗଳିରେ ବୁଧବାର ବିଳମ୍ବିତ ରାତିରେ ଜଣଙ୍କ ଘର ଭିତରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଛି।…

ପରଷ୍ପରଙ୍କୁ ହତ୍ୟା ଉଦ୍ୟମ: ଜେଲ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୨।୧୧(ଅଶେଷ ନାଥ ମିଶ୍ର): ପରଷ୍ପରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ କେ.ନୂଆଗାଁ ପୋଲିସ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଗ୍ରାମର ସୀମାଞ୍ଚଳ ଦଳାଇ(୨୮), ଅଭି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?