Posted inଜାତୀୟ

ପଟିଆଲାରେ ଇଣ୍ଟରନେଟ୍‌ ସେବା ବନ୍ଦ

ଚଣ୍ଡିଗଡ଼,୩୦।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ପାଟିଆଲାରେ ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଏବଂ ଖଲିସ୍ତାନ ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଫଳରେ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା। ଏ ନେଇ ପଟିଆଲାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଶନିବାର ସାମୟିକ ଭାବେ ପଟିଆଲା ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି। ଏହି କଟକଣା ସକାଳ ସାଢ଼େ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରହିବ।

ଅନ୍ୟପକ୍ଷେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୩ ପୋଲିସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ପୋଲିସ ଇନ୍ସପେକ୍ଟର୍‌ ଜେନେରାଲ ରାକେଶ ଅଗ୍ରୱାଲ, ଏସ୍‌ଏସ୍‌ପି ନାନକ ସିଂହ ଏବଂ ସହର ଏସ୍‌ପିଙ୍କୁ ବଦଳି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ବିବୃତିରେ ମୁଖବିନ୍ଦର୍‌ ସିଂହ ଚିନ୍ନାଙ୍କୁ ପଟିଆଲାର ନୂଆ ଆଇଜି ଭାବେ ନିଯୁକ୍ତ କରାଯାଇଥିବା ବେଳେ ଦୀପକ ପାରିକଙ୍କୁ ଏସ୍‌ଏସ୍‌ପି ଏବଂ ୱାଜିର ସିଂହଙ୍କୁ ନୂତନ ଏସ୍‌ପି. ଭାବେ ନିଯୁକ୍ତ କରାଯାଇଛି।

ସୂଚନା ଯୋଗ୍ୟ, ସଂଘର୍ଷରେ ୨ ପୋଲିସ କର୍ମଚାରୀଙ୍କ ସମେତ ୪ଜଣ ଆହତ ହୋଇଥିଲେ। ସଂଘର୍ଷ ସମୟରେ ଟେକାପଥର ଫିଙ୍ଗାଫିଙ୍ଗି ସହ ଓ ଖଣ୍ଡା ବୁଲିଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅନ୍ୟପକ୍ଷେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସକୁ ଫାଙ୍କା ଗୁଳି ଚଳାଇବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଜଣଙ୍କୁ ମାରି ବିହାରୀ ଯୁବକ ଗିରଫ

ହାଇଦ୍ରାବାଦ,୨୭ା୫: ତେଲଙ୍ଗାନାର ଓ୍ବାରାଙ୍ଗଲରେ ଘଟିଛି ସିରିଜ୍‌ ମର୍ଡର। ପୋଲିସ ଏହାର ଖୋଳତାଡ଼ କରି ଜଣେ ବିହାରୀ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଲିଭ୍‌ ଇନ୍‌ରେ...

ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ବିରୋଧରେ ବିବାଦୀୟ ପୋଷ୍ଟ: ଯୁବକଙ୍କୁ ମାଡ଼ମାରି ଲଣ୍ଡା କଲେ ଶିବସେନା ସମର୍ଥକ

ମୁମ୍ବାଇ,୨୪।୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ପୋଷ୍ଟ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଶିବସେନା ସମର୍ଥକ ଉକ୍ତ ଯୁବକଙ୍କୁ ମାଡ଼ମାରିବା ସହ...

କୋଚିରେ ପହଞ୍ଚି ପଦଯାତ୍ରା କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ,୨୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କେରଳରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କେରଳର ଅନେକ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର...

ଶେଷ ନୁହେଁ, ଆରମ୍ଭ ମାତ୍ର: ଅମ୍ରିତ୍‌ପାଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୪ା୪: ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିବା ୨୯ ବର୍ଷୀୟ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ୍‌ପାଲ ସିଂଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼...

ଅମ୍ରିତ୍‌ପାଲଙ୍କ ସହ ପୂର୍ବତନ ପାକିସ୍ତାନ ଆର୍ମି ମୁଖ୍ୟଙ୍କ ପୁଅ ସହିତ ରହିଛି ଲିଙ୍କ୍‌

ନୂଆଦିଲ୍ଲୀ,୨୮।୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂଙ୍କ ସମର୍ଥନରେ ବିଦେଶରେ ଖଲିସ୍ତାନୀ ସମର୍ଥକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳିସ୍ଥିତିରେ ଅମ୍ରିତ୍‌ପାଲଙ୍କ...

ଅଖିଳେଶଙ୍କ ପାଇଁ ମମତା କରିବେ ପ୍ରଚାର, ଦଳ ଦେବନାହିଁ ପ୍ରାର୍ଥୀ

ଲକ୍ଷ୍ନୌ,୧୮।୧: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ସହ...

ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା

ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍‌ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ...

ବନ୍ଦ ଘରୁ ମିଳିଲା ୫ଜଣଙ୍କର ଗଳିତ ମୃତଦେହ

ନୂଆଦିଲ୍ଲୀ,୧୨।୨: ଦିଲ୍ଲୀ ଭଜନପୁରା ଅଞ୍ଚଳରୁ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ବୁରାରି ଗଣଆତ୍ମହତ୍ୟା ଘଟଣା ଲୋକଙ୍କ ମନରୁ ଲିଭି ନ ଥିବା ବେଳେ ଉତ୍ତର-ପୂର୍ବ...

Advertisement
Archives

Model This Week