ଖର୍ଚ୍ଚ ଚାଲିଛିି, ତଦାରଖ ହେଉନି

କେନ୍ଦୁଝର,୩୦।୪(ସ୍ବ.ପ୍ର.)

ଓଡ଼ିଶା ପ୍ରସିଦ୍ଧ ସାନଘାଗରା ଜଳପ୍ରପାତର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ବହୁ ଅର୍ଥ ଖର୍ଚ୍ଚ କରିବା ସହ ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରୁଛି। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ କାମର ମାନକୁ ନେଇ ଏବେ ପ୍ରଶ୍ନ ଉଠୁଛି ା କାର୍ଯ୍ୟସ୍ଥଳୀରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନ ଥିବାରୁ କ’ଣ କାମ ହେଉଛି ଏବଂ କେଉଁ ମାନର ସାମଗ୍ରୀ ବ୍ୟବହାର ହେଉଛି ସେସବୁର ତଦାରଖ ଠିକ୍‌ ଭାବରେ ହୋଇପାରୁ ନ ଥିବା ଅଭିଯୋଗ ହୋଇଛି।
ଯେ, ସାନଘାଗରାର ବିକାଶ ପାଇଁ ପାଖାପାଖି ୪ କୋଟି ୨୬ ଲକ୍ଷ ଟଙ୍କାର କାମ ଚାଲିଛି ା ଏହି ଅର୍ଥରେ ପାର୍କିଂ ବ୍ୟବସ୍ଥା, ଶାୈଚାଳୟ, ପାଚେରୀ, ପ୍ରବେଶ ଗେଟ, ଚଲାପଥ, ପାରିପାର୍ଶ୍ୱିକ ଅଞ୍ଚଳ ବିକାଶ ଓ ସାୈନ୍ଦର୍ଯ୍ୟକରଣ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ, କାଫେଟେରିଆ, ଫଟୋଗ୍ରାଫି ଜୋନ, ପାନୀୟ ଜଳ ବ୍ୟବସ୍ଥା, ଓ୍ବାଚ୍‌ଟାଓ୍ବାର, ବୋଟିଂ ଘାଟ, ବୁଲିବା ପଥ, ସାଇନବୋର୍ଡ ଆଦି କାମ ଚାଲିଛି ା
କଙ୍କ୍ରିଟ କାମ ଠିକ୍‌ ଭାଗମାପ ଓ ପେଭର ବ୍ଲକ ଠିକ ଟେଷ୍ଟ ନ କରି ଏବଂ ଠିକ ଭାବରେ ସମତୁଲ କରି କାମ କରାଯାଉ ନ ଥିବା ଅଭିଯୋଗ ହେଉଛି। ଫଳରେ ଗାଡ଼ି ପାର୍କିଂ ବେଳେ ଖଣ୍ଡ ଖଣ୍ଡ ଭାଙ୍ଗିଯିବା ସମ୍ଭାବନା ରହିଛି। ସାନଘାଗରାର ସୌନ୍ଦର୍ଯ୍ୟକରଣ ଓ ଉନ୍ନତିକରଣ ନାମରେ ଗଛକାଟି ପଦା କରାଯାଇଥିବାରୁ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି ା ସେହିପରି ଏଠାରେ ବ୍ୟବହାର ହେଉଥିବା ସାମଗ୍ରୀର ମାନ ଠିକ ଯାଞ୍ଚ ହେଉ ନ ଥିବାରୁ କାମର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେନ୍ଦ୍ର ପରିସରରୁ ମାଟି ତାଡି ନେଇ ଅନ୍ୟ କାମରେ ବ୍ୟବହାର କରାଯାଉଥିବାରୁ ମୃତ୍ତିକା କ୍ଷୟ ସହିତ ପରିବେଶ କ୍ଷତିଗ୍ରସ୍ତ ହେଉଛି ା ଫଳରେ ଏହା ମଧ୍ୟରେ ଥିବା ଗଛ ସବୁ ଧସି ପଡିବା ଆଶଙ୍କା ରହୁଛି ା ନୂଆ ପ୍ରବେଶ ଗେଟ ନିର୍ମାଣ ନ ହୋଇ ପୁରୁଣା ଗେଟ ଉପରେ କାମ କରାଯାଉଛି। ଏନ୍‌ଏଚ୍‌ ନଂ.୪୯ର କଙ୍କ୍ରିଟ ଗାର୍ଡ ଓ୍ବାଲ ଉପରେ ତାର ବାଡ ଦିଆଯାଇ ପାଚେରି କାମ କରାଯାଉଛି ା ଚଲାପଥରେ ଲଗାଯାଇଥିବା ପେଭର ବ୍ଲକ ଠିକ୍‌ ଭାବେ ବସା ଯାଉ ନ ଥିବା ବେଳେ ଠିକ ମାନର ବାଲି ମଧ୍ୟ ଫିଲିଂ ହେଉନାହିଁ। ଏଣୁ ସମସ୍ତ କାମର ତଦାରଖ ଏକ ଟେକ୍ନିକାଲ କମିଟି ଦ୍ୱାରା ଯାଞ୍ଚ କରିବାକୁ ଦାବି ହେଉଛି। ଏସମ୍ପର୍କରେ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ଶ୍ରୀଧର ମହଲା କହିଛନ୍ତି, କାମ ଠିକ ଭାବେ ଚାଲିଛି। ହ୍ବାଟସ ଆପ ଜରିଆରେ ପ୍ରତ୍ୟେକ କାମର ମାନ ନିରୀକ୍ଷଣ ଓ ତଦାରଖ କରାଯାଉଛି ା କାୈଣସି ଅନିୟମତତା ହେଉନାହିଁ। ପ୍ରକାଶ ଯେ, ସାନଘାଗରାକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ...

ଭାରତ ବନ୍ଦକୁ ହିନ୍ଦ୍‌ ମଜଦୁର ସଭାର ସମର୍ଥନ: ଏହି ସମର୍ଥନ ସହ ବିଜେଡିର ସମ୍ପର୍କ ନାହିଁ: ରଣେନ୍ଦ୍ର

ଭୁବନେଶ୍ୱର, ୮।୧(ବ୍ୟୁରୋ):ଦେଶର ବିଭିନ୍ନ ଶ୍ରମିକ ସଂଗଠନ, ବିରୋଧୀ ରାଜନୈତିକ ଦଳ ଦ୍ୱାରା ବୁଧବାର ଭାରତ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ କଂଗ୍ରେସ ପକ୍ଷରୁ ମଧ୍ୟ...

‘ଇସ୍ପାତ ଉତ୍ପାଦନରେ ପିଏଲ୍‌ଆଇ ଯୋଜନାର ଲାଭ ଉଠାନ୍ତୁ ଶିଳ୍ପ ସମୂହ’

ଭୁବନେଶ୍ୱର, ୨୫ା୨(ବ୍ୟୁରୋ): ଇସ୍ପାତ କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା(ପିଏଲ୍‌ଆଇ) କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ସ୍ବଦେଶୀ ଉତ୍ପାଦନ ବୃଦ୍ଧି ପାଇଁ ଅଣାଯାଇଥିବା ଏହି...

ଏଣିକି ବିବାହରେ ୧୦୦, ଶୁଦ୍ଧି କାର୍ଯ୍ୟରେ ୫୦ଜଣଙ୍କୁ ଅନୁମତି

ଭୁବନେଶ୍ୱର, ୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଆସନ୍ତା ୬ ତାରିଖରୁ...

ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ

ସଜନାଗଡ/ସୋର/ଖଇରା/ରେମୁଣା/ ବାହାନଗା,୨୩ ।୧୧ ବାଲେଶ୍ୱର ସଦର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବାଲେଶ୍ୱର ସଦର ବିଧାନସଭା ନିର୍ବାଚନମଣ୍ଡଳୀ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ...

‘ଶିଶୁଙ୍କୁ ପ୍ରକୃତି ସହ ଯୋଡ଼ିରଖିବା ଶିକ୍ଷାବ୍ୟବସ୍ଥାର ଆଭିମୁଖ୍ୟ ହେଉ’

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ପ୍ରକୃତିଠୁ ଜୀବନ ଦୂରେଇ ଯିବା ହିଁ ଅନେକ ସମସ୍ୟାର କାରଣ। ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ି ରଖିବା ଶିକ୍ଷାବ୍ୟବସ୍ଥାର ପ୍ରମୁଖ ଆଭିମୁଖ୍ୟ ହେବା ଉଚିତ...

ଅଫ୍‌ଲାଇନ୍‌ରେ ଡିଏଲ୍‌ଏଡ୍‌ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ

ଭୁବନେଶ୍ୱର, ୧୧। ୧୦(ବ୍ୟୁରୋ): ଆସନ୍ତା ନଭେମ୍ବର ୪ରୁ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରୀ ଏଜୁକେଶନ (ଡିଏଲ୍‌ଏଡ୍‌) ପ୍ରଥମ ଓ ଶେଷବର୍ଷ ପରୀକ୍ଷା ଆରମ୍ଭ ହେବ। ରାଜ୍ୟର ପ୍ରାୟ...

ଏଣିକି ସବୁ ଅଭିଯୋଗ ପାଇଁ ‘୧୩୯’

ଭୁବନେଶ୍ୱର,୨୪।୧(ବ୍ୟୁରୋ): ଭାରତୀୟ ରେଳପଥ ପକ୍ଷରୁ ସମସ୍ତ ହେଲ୍ପଲାଇନ ନମ୍ବରକୁ ଗୋଟିଏ ହେଲ୍ପଲାଇନ ନମ୍ବର-୧୩୯ ସହିତ ମିଶ୍ରଣ କରାଯାଇଛି। ଯାତ୍ରୀମାନେ ହେଲ୍ପଲାଇନ ନମ୍ବରକୁ ସହଜରେ ମନେରଖିବା ପାଇଁ...

Advertisement
Archives

Model This Week