ଅବହେଳାକୁ ନେଇ ଉଦ୍‌ବେଗ

ବାରିପଦା ଅଫିସ, ୩୦।୪

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ନେଇ ସରକାରୀ ସ୍ତରରେ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗମନାଗମନ, ପାନୀୟଜଳ, ସ୍ବାସ୍ଥ୍ୟ ଓ ଶିକ୍ଷା ଦିଗରେ ମୟୂରଭଞ୍ଜ ଜିଲାପ୍ରଶାସନ ଅବହେଳା କରୁଥିବା ନେଇ ୫ମ ଜିଲା ଉନ୍ନୟନ ସମନ୍ବୟ ଓ କାର୍ଯ୍ୟକାରୀ କମିଟି(ଦିଶା) ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବା ଓ ସେମାନଙ୍କ ନିଷ୍କ୍ରିୟତା ପାଇଁ ଏପରି ପରିସ୍ଥିତି ଉପୁଜି ଥିବା ଅଭିଯୋଗ ହୋଇଛି। ଏନେଇ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଅଧିକାରୀମାନଙ୍କୁ ତାଗିଦ୍‌ କରିଛନ୍ତି ା
ଶୁକ୍ରବାର ବାରିପଦାସ୍ଥିତ ମୁର୍ଗାବାଡ଼ି ପ୍ରୟାସ ହଲରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଟୁଡୁ ଅଧ୍ୟକ୍ଷତା କରିଥିଲେ। ଜିଲାପରିଷଦ ଅଧ୍ୟକ୍ଷା ଭାରତୀ ହଁାସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ବଡ଼ସାହି ବିଧାୟକ ସନାତନ ବିଜୁଳି, ସାରସକଣା ବିଧାୟକ ଡା.ବୁଢ଼ାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢ଼େଇ ଓ ପିଡି ଡିଆରଡିଏ ପି.ଅନ୍ବେଷା ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ ା ଜିଲାରେ ଉପୁଜିଥିବା ବିଭିନ୍ନ ସମସ୍ୟା ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାନୀୟଜଳ, ଗମନାଗମନ, ଏମଜିଏନ୍‌ଆର୍‌ଇଜିଏ ଯୋଜନା ଗୁଡିକର ସମୀକ୍ଷା କରାଯାଇଥିଲା। ଗତବର୍ଷ ଅତିରିକ୍ତ ଆବାସ ଗୃହ ପାଇଁ ୧ଲକ୍ଷ ୬୪ହଜାର ଗୃହ ଆବଶ୍ୟକତା ଥିବା ବେଳେ ୧ଲକ୍ଷ ୪୭ହଜାର ୪୯୪ଟି ଘର ପାଇଁ ଅର୍ଥ ମଞ୍ଜୁର ହେବାରେ ବିଳମ୍ବ ହୋଇଛି। ସେଥି ମଧ୍ୟରୁ ୧ଲକ୍ଷ ୪୬ହଜାର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଅଧିକ ୫୦ହଜାର ଆବାସ ଗୃହର ଆବଶ୍ୟକତା ରହିଥିବା ବେଳେ ଆବେଦନକାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆବାସ ଗୃହ ନିର୍ମାଣ ନିମନ୍ତେ ଆବଶ୍ୟକ ସରଞ୍ଜାମ ଗୁଡ଼ିକର ଅହେତୁକ ଦର ବୃଦ୍ଧି ହୋଇଥିବାରୁ ଅଧିକ ଅର୍ଥ ମଞ୍ଜୁର କରିବା ପାଇଁ ବାରିପଦା ପୌରାଧ୍ୟକ୍ଷ କୃଷ୍ଣାନନ୍ଦ ମହାନ୍ତି ଦାବି କରିଥିଲେ। ସେହିପରି ସୀମାନ୍ତରେ ଥିବା ଗ୍ରାମ ଗୁଡ଼ିକରେ ରାସ୍ତା ଓ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଯଶିପୁର ବିଧାୟକ ଗଣେଶରାମ ସିଂଖଣ୍ଟିିଆ କହିିଥିଲେ। ଅଦ୍ୟାବଧି ଶିମିଳିପାଳ ସଂଲଗ୍ନ ୨୨ଟି ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ନ ଥିବାରୁ ଅଞ୍ଚଳବାସୀ ଅନ୍ଧାରରେ ରହି ଆସୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ବିନା ସଂଯୋଗରେ ବିଦ୍ୟୁତ୍‌ ବିଲ ଆସୁଥିବା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି। ଗ୍ରୀଷ୍ମ ପ୍ରବାହକୁ ନେଇ ବିଭିନ୍ନ ସ୍ଥାନରେ ଦେଖାଦେଇଥିବା ଜଳକଷ୍ଟ ଦୂର କରିବାକୁ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ବୈଠକରେ ଅଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନଭୋଜନ ପାଚିକା, ସହାୟିକା ସଂଘ ସମାବେଶ

କୋଷ୍ଠା,୨୪ା୨(ଡି.ଏନ୍‌.ଏ.)- ଶୂଳିଆପଦା ବ୍ଲକ ମଧ୍ୟାହ୍ନଭୋଜନ ପାଚିକା ଓ ସହାୟିକା ସଂଘର ଏକ ସମାବେଶ କୋଷ୍ଠାସ୍ଥିତ ଉଦୟନାଥ ଆଇଟିଆଇ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦିକା ଅନ୍ନଦା...

ବାଘଛାଲ ବିକୁଥିଲେ ଇଞ୍ଜିନିୟରିଂ ଛାତ୍ର

ବାରିପଦା ଅଫିସ,୨୦ା୯: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଗାନ୍ଧୀ ପାର୍କ ନିକଟରୁ କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌) ଚଢ଼ାଉ କରି ୨ଫୁଟର କଲରାପତରିଆ ବାଘଛାଲ...

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବଡ଼ସାହି,୮।୮(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକର ଥାନା ଅଧୀନ ଛେଳିଆ(କ)ପଞ୍ଚାୟତ ବିଦ୍ୟାଧରପୁର ଗଁ।ର ପୋଖରୀରୁ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକ ଜଣକ...

ପୁଣି ୯ ସ୍କୁଲ୍‌ ଗାଡ଼ିକୁ ଜରିମାନା

ବାରିପଦା ଅଫିସ,୨୪।୪: ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଘରୋଇ ଶିକ୍ଷାନୁଷ୍ଠାନ ଯାନବାହାନଗୁଡ଼ିକର ଯାଞ୍ଚ ଚାଲିଛି। ଯାଞ୍ଚର ତୃତୀୟ ଦିନରେ ମୟୂରଭଞ୍ଜ ଜିଲାର ୯ଟି...

ଯାତ୍ରୀ ବିଶ୍ରାମାଗାର ବିପଦପୂର୍ଣ୍ଣ

ଗୋପବନ୍ଧୁ ନଗର,୪ା୧୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ଓ ଖୁଣ୍ଟା ବ୍ଲକ ସୀମା ତଥା ବାଲେଶ୍ୱରରୁ ବାରିପଦା-୍‌ଉଦଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଧାନଘେରା ଛକଠାରେ...

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବହଳଦା,୨୨ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ସାନଦୁନ୍ଦୁ-ଚାପଡା ରାସ୍ତାକଡ଼ରୁ ଶୁକ୍ରବାର ଜଣେ ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ମୁହଁକୁ ପଥରରେ ଛେଚିି...

ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିଲେ ପିଲା

ବାରିପଦା ଅଫିସ,୧୪।୯: ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ ପଥରନେସା ଆଦିବାସୀ ଆଶ୍ରମ ସ୍କୁଲର ଛାତ୍ରୀଛାତ୍ରମାନେ ଜିଲାପାଳଙ୍କୁ ଭେଟିବା ପାଇଁ ସ୍କୁଲ ଛାଡ଼ିବା ଓ ୫ କି.ମି...

କୁଡୁମୀ ସମାଜ ସଙ୍ଗଠନର ରେଳରୋକୋ: ଯାତାୟାତ ବାଧାପ୍ରାପ୍ତ

ରାଇରଙ୍ଗପୁର,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ନିକଟବର୍ତ୍ତୀ ଅଁଳାଯୋଡ଼ି ଷ୍ଟେଶନ ନିକଟରେ ମଙ୍ଗଳବାର କେନ୍ଦ୍ରୀୟ କୁଡୁମୀ ସମାଜ ସଙ୍ଗଠନ ରାଇରଙ୍ଗପୁର ଶାଖା ପକ୍ଷରୁ ରେଳରୋକୋ କରାଯାଇଛି ।...

Advertisement
Archives

Model This Week