Posted inଫୁରସତ

ଗୋଟିଏ ପରିବାରକୁ ନେଇ ଗାଁ

ଦିଶ୍‌ପୁର: ଭାରତ ବିଭିନ୍ନତାର ଦେଶ। ରାଷ୍ଟ୍ରର କୌଣସି ସ୍ଥାନକୁ ଗଲେ ବି ଆମକୁ କିଛି ନା କିଛି ଭିନ୍ନ ଏବଂ ନୂଆ ଦେଖିବାକୁ ମିଳିବ। ଯାହାଫଳରେ ଦେଶ ପ୍ରତି ଲୋକଙ୍କ ନଜର ବଦଳିଯିବ। ତେବେ ଭାରତରେ ଏପରି ଏକ ଗାଁ ରହିଛି, ଯେଉଁଠାରେ ଗାଁ କୁ ରାସ୍ତା ନ ଥିବା ସହ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ନାହିଁ। ସେଠାରେ କେବଳ ଗୋଟିଏ ପରିବାର ବସବାସ କରୁଛନ୍ତି। ସେହି ଗାଁର ନାମ ହେଉଛି, ବର୍ଦ୍ଧନାରା ନମ୍ବର-୨। ଏହି ନାମରେ ଅନ୍ୟ ଏକ ଗାଁ ମଧ୍ୟ ରହିଛି, ଯାହାର ନାଁ ବର୍ଦ୍ଧନାରା ନମ୍ବର-୧। ଆସାମର ନାଲବାରି ଜିଲାରେ ଏହି ଗାଁ ଅବସ୍ଥିତ। ତେବେ ଗାଁରେ ରହୁଥିବା ଗୋଟିଏ ପରିବାରରେ ୫ ଜଣ ସଦସ୍ୟ ରହୁଛନ୍ତି। କିଛି ବର୍ଷ ପୂର୍ବେ ଆସାମ ମୁଖ୍ୟମନ୍ତ୍ରୀ ଏହି ଗାଁ ପାଇଁ ଏକ ରାସ୍ତାର ଉଦ୍‌ଘାଟନ କରିଥିଲେ। ହେଲେ ଏବେ ସେହି ରାସ୍ତା ଭାଙ୍ଗିଗଲାଣି। ଯାହା ଗଁାର ମୁଖ୍ୟ ସହରକୁ ସଂଯୋଗ କରୁଥିଲା। ପୂର୍ବରୁ ଏହି ଗାଁ ରେ ବହୁ ଲୋକ ବସବାସ କରୁଥିଲେ। ୨୦୧୧ ଜନଗଣନା ସମୟରେ ଏହି ଗାଁ ରେ ମାତ୍ର ୧୬ ଜଣ ଲୋକ ରହିଥିଲେ। ବେଳକୁବେଳ ତାହା କମ୍‌ ହେବାରେ ଲାଗିଲା। ଏବେ ରିପୋର୍ଟ ମୁତାବକ, ଏହି ଗାଁ ରେ କେବଳ ଗୋଟିଏ ପରିବାର ବାସ କରୁଛି ଏବଂ ସେହି ପରିବାରରେ ମାତ୍ର ୫ ସଦସ୍ୟ ଅଛନ୍ତି। ଏହି ଗାଁ କୁ ରାସ୍ତା ନ ଥିବା ସହିତ ବର୍ଷାଦିନେ ଲୋକଙ୍କୁ ବହୁ ଅସୁବିଧା ଭୋଗିବାକୁ ପଡ଼ିବାରୁ ଲୋକେ ଏଠାରୁ ଅନ୍ୟତ୍ର ଚାଲିଗଲେ। ଗାଁ ରେ ରହୁଥିବା ପରିବାର ଏବେ ବି ବର୍ଷାଦିନେ ନୌକା ସାହାଯ୍ୟରେ ଯାତାୟାତ କରୁଛନ୍ତି। ପରିବାରର ମୁଖିଆଙ୍କ ନାମ ବିମଲ ଡେକା। ସେ ତାଙ୍କ ସ୍ତ୍ରୀ ଏବଂ ୩ ପିଲାଙ୍କ ସହିତ ରହୁଛନ୍ତି। ସେମାନଙ୍କ କହିବା ମୁତାବକ, ପିଲାଙ୍କୁ ବର୍ଷାରେ ୨ କି.ମି. କାଦୁଅ ଭିତରେ ପଶି ସ୍କୁଲ ଯିବାକୁ ପଡେ। ନଗର ନିଗମ ଓ ଗାଁ ପଞ୍ଚାୟତ ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉ ନ ଥିବାରୁ ଗାଁର ଏପରି ଅବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

୩ ରାଶିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ଶୁଭ! କାଲିଠୁ ଅଚାନକ ବଢିବ ଇନକମ, ଅଜଣା ଲୋକ ଦେବେ ସରପ୍ରାଇଜ

୨୮ ଅଗଷ୍ଟ ୨୦୨୬ରେ କୁମ୍ଭ ରାଶିରେ ଚନ୍ଦ୍ରଗ୍ରହଣ ଘଟିବ। ଏହାର ପ୍ରଭାବ ତିନୋଟି ରାଶି ପାଇଁ ଲାଭଦାୟକ ହୋଇପାରେ, ଯାହା ସେମାନଙ୍କ କ୍ୟାରିଅର, ଆର୍ଥିକ ଓ ଅଟକି…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

ସୂର୍ଯ୍ୟ-ବୁଧଙ୍କ ଶୁଭ ଯୁତି: ଖୋଲିବ ୪ ରାଶିର ଭାଗ୍ୟ, ହେବ ପ୍ରଚୁର ଧନଲାଭ!

ଆଜି ଅଗଷ୍ଟ ୨୭ ତାରିଖ ରାତି ୧୦ଟା ୩୧ ମିନିଟରେ ସୂର୍ଯ୍ୟ ଏବଂ ବୁଧ ଗ୍ରହ ଦୁହେଁ ୦ ଡିଗ୍ରୀକୁ ଆସିବେ। ଏହି ସମୟରେ ଯୁତି ଦୃଷ୍ଟି…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri