ଅସହ୍ୟ ହେଲାଣି ମହଙ୍ଗା ମାଡ଼

ଭୁବନେଶ୍ୱର,୧୮ା୭(ଅନିଲ ଦାସ):ଗତ କିଛି ମାସ ହେବ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ିଚାଲିଛି। ପ୍ରାୟ ଅଧିକାଂଶ ସାମଗ୍ରୀ ଦର କିଲୋ ପ୍ରତି ୫୦ରୁ ୧୦୦ ଟଙ୍କା ବୃଦ୍ଧି ହୋଇଛି। ବର୍ଷା ଯୋଗୁ ପନିପରିବା ଫସଲ ଦର ବୃଦ୍ଧି କୁହାଯାଉଥିବା ବେଳେ ଡାଲି, ଚାଉଳ, ଜିରା, ଲଙ୍କା, ସୋରିଷ, ଅଦା, ରସୁଣ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ଏସବୁର ଦରବୃଦ୍ଧି ମଧ୍ୟବିତ୍ତ ଓ ଗରିବବର୍ଗଙ୍କୁ ବହୁ କଷ୍ଟ ଦେଉଛି। କର୍ପୋରେଟ ହାତକୁ ରିଟେଲ ମାର୍କେଟ ଟେକିଦେବା ଏବଂ ସରକାରଙ୍କ ଦୂରଦୃଷ୍ଟି ଅଭାବ ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି ବୋଲି ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି।
ଗତ ୨/୩ମାସ ମଧ୍ୟରେ ଚାଉଳ କୁଇଣ୍ଟାଲ ପିଛା ଦର ୭୦୦ରୁ ୮୦୦ ଟଙ୍କା ବଢ଼ିଗଲାଣି। ଅର୍ଥାତ୍‌ ଯେଉଁ ଚାଉଳ କିଲୋ ପିଛା ୨୫ ଟଙ୍କାରେ ମିଳୁଥିଲା, ଏବେ ତାହା ୩୨ରୁ ୩୫ ଟଙ୍କାରେ ପହଞ୍ଚିଲାଣି। ଚାଉଳ ଦର ଗତ ୧୦ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ସେହିପରି ୧୦୦ରୁ ୧୧୦ ଟଙ୍କାରେ ମିଳୁଥିବା ହରଡ଼ ଡାଲି ଏବେ ୧୮୦ ଛୁଇଁଲାଣି। ମୁଗ, ବୁଟ ଓ ବିରିଡାଲି ମଧ୍ୟ ସମତାଳରେ ବଢ଼ିଚାଲିଛି। କେବଳ ସେତିକି ନୁହେଁ, ତରକାରି ସୁଆଦ ପାଇଁ ବ୍ୟବହୃତ ଜିରା, ଗୋଲମରିଚ, ପାନମଧୁରି, ଗୁଜୁରାତି ଦର ମଧ୍ୟ ଏବେ ଅମୂଲ ମୂଲ ହୋଇଛି। ୨ ମାସ ପୂର୍ବରୁ ଜିରା କିଲୋ ଅଢ଼େଇ ଶହରୁ ୩ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ୭୦୦ ଛୁଇଁଲାଣି। ସେହିପରିି ଅଦା ୨୦୦ ଟଙ୍କାରୁ ତଳକୁ ଖସୁ ନ ଥିବାବେଳେ ରସୁଣ କିଲୋ ମଧ୍ୟ ୧୫୦ ଉପରେ ରହିଛି। ସେହିପରି ଗହମଜାତ ସାମଗ୍ରୀ ଅଟା, ସୁଜି, ମଇଦା ମୂଲ୍ୟ ମଧ୍ୟ ଉପରମୁହଁା ହେବାରେ ଲାଗିଛି। ଅନ୍ୟପକ୍ଷରେ ପନିପରିବା ବଜାରରେ ଦର ସାମାନ୍ୟ ତଳମୁହଁା ହୋଇଛି। କିନ୍ତୁ ଟମାଟୋ ୧୦୦ ଟଙ୍କା ଉପରେ ବିକ୍ରି ହେଉଥିବାବେଳେ ବାଇଗଣ, କଲରା, ପୋଟଳ, ଜହ୍ନି ଓ ଝୁଡ଼ଙ୍ଗ, କାକୁଡି କିଲୋ ୫୦ ତଳକୁ ନାହିଁ। ସେହିପରି କଞ୍ଚାଲଙ୍କା ୨୦୦ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ବିନ୍‌ସ ଦେଢ଼ଶହ ଟଙ୍କାରେ ବିକ୍ରି ହେଉଛି। ଭୁବନେଶ୍ୱର ୧ ନମ୍ବର ହାଟ ହେଉ କି କଟକ ଛତ୍ରବଜାର ସବୁଠି ଅଧିକ ଦରରେ ପନିପରିବା ବିକ୍ରି ହେଉଛି।
ବଳକା ଚାଉଳ ରାଜ୍ୟ ଓଡ଼ିଶା ଏବେ ଚଢ଼ା ଦରବୃଦ୍ଧି କଷଟିରେ କଷି ହେଉଛି। ସରକାର ରାଜ୍ୟର ପ୍ରାୟ ୨୬ ଲକ୍ଷ କୁଇଣ୍ଟାଲ ବଳକା ଚାଉଳକୁ ବିକିବାକୁ କେନ୍ଦ୍ର ସରକାରଙ୍କ ପଛରେ ଗୋଡ଼ାଇଥିବା ବେଳେ ରାଜ୍ୟରେ ଦରବୃଦ୍ଧି ସାଧାରଣ ଖାଉଟିଙ୍କଠାରୁ ଆରମ୍ଭ କରି ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି।
ମିଳିଥିବା ସୂଚନା ଅନୁସାରେ ଗତ ଦୁଇଦଶନ୍ଧି ତଳେ ଓଡ଼ିଶାରେ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହେଉଥିଲା ବେଳେ ୨୦୨୨ ସୁଦ୍ଧା ଏହା ୧୧୫ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଏହା ସତ୍ତ୍ୱେ ଦର ବୃଦ୍ଧିକୁ ନେଇ ଖାଉଟି ଚିନ୍ତାରେ ପଡ଼ିଛନ୍ତି। ରାଶନକାର୍ଡଧାରୀଙ୍କୁ ସରକାର ୧ ଟଙ୍କାରେ ଚାଉଳ ଯୋଗାଇ ଦେଉଥିବା ବେଳେ ମଧ୍ୟବିତ୍ତ ପରିବାରବର୍ଗ ଉଚ୍ଚାଦରରେ ଚାଉଳ କିଣିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ କହିଛି, ବିଭିନ୍ନ ଖୁଚୁରା ବଜାର ଉପରେ କର୍ପୋରେଟ ହାଉସ୍‌ର ନିୟନ୍ତ୍ରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି। ଉତ୍ପାଦନ ଆରମ୍ଭରୁ ବଡ଼ବଡ଼ ମଲ ଓ ଷ୍ଟୋରଗୁଡ଼ିକ ଅତ୍ୟାବଶ୍ୟକ ସାମଗ୍ରୀ କିଣି ମହଜୁଦ୍‌ କରି ରଖୁଥିବାରୁ ବଜାରରେ ଅଭାବ ପଡୁଛି। ତିରୋଟ ସମୟରେ ସେମାନେ ଲାଭବାନ ହେଉଥିବା ବେଳେ ଗରିବ ଓ ମଧ୍ୟବିତ୍ତ ଲୋକେ ମହଙ୍ଗା ମାଡ଼ରେ ସନ୍ତୁଳି ହେଉଛନ୍ତି। ରାଜ୍ୟ ବ୍ୟବସାୟୀ ସଂଘ ସାଧାରଣ ସମ୍ପାଦକ ସୁଧାକରଣ ପଣ୍ଡା କହିଛନ୍ତି, ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ନିବେଶକୁ ଅନୁମତି ଦେବା ପରେ ଏଭଳି ପରିସ୍ଥିତି ହୋଇଛି। ବଡ଼ ବଡ଼ ମଲ୍‌ କରିଥିବା କର୍ପୋରେଟ ସଂସ୍ଥା ବଜାରକୁ ନିୟନ୍ତ୍ରଣ କରୁଛନ୍ତି। ସରକାର ଅସହାୟ ହୋଇଛନ୍ତି। ଯେତେବେଳେ ଦର ଯାହା ହେବ ଖାଉଟି ନେବାକୁ ବାଧ୍ୟ ହେବେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମୁକ୍ତ ବଜାର ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ। ସରକାର କେବଳ ବ୍ୟବସାୟୀଙ୍କୁ ତାଗିଦ୍‌ କରିପାରିବେ। ଉତ୍ପାଦନ ହ୍ରାସ ପାଇଥିବାରୁ ଦର ବଢୁଛି। ନୂଆ ଫସଲ ଆସିଲେ ଦର କମିଯିବ। ଭୁବନେଶ୍ୱରର ତେଜରାତି ବ୍ୟବସାୟୀ ବାବୁଲି ସାହୁ କହିଛନ୍ତି, କେବଳ ତେଲକୁ ଛାଡ଼ି ଦେଲେ ସବୁ ଦର ଉପରମୁହଁା ରହିଛି। ଅଧିକ ଦରରେ କିଣିବାକୁ ପଡୁଥିବାରୁ ଗ୍ରାହକଙ୍କ ଚାହିଦା ମୁତାବକ ମାଲ ବିକ୍ରି ହେଉ ନାହିଁ। ସରକାର ଏହା ଉପରେ ଧ୍ୟାନ ଦେବା ଦରକାର। ପରିବା ବ୍ୟବସାୟୀ ସୁନାକର ଖୁଣ୍ଟିଆ କହିଛନ୍ତି, ଦର ଉଚ୍ଚାରେ କିଣିଥିବାରୁ ବାଧ୍ୟ ହୋଇ ଅଧିକ ଦରରେ ବିକିବାକୁ ପଡୁଛି। ନୂଆ ଫସଲ ବଜାରକୁ ଆସିଗଲେ ପରିବା ଦର କମିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?