କାଲି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ…

ନୂଆଦିଲ୍ଲୀ,୪।୫ : ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ। ଦୁଇଟି ଚନ୍ଦ୍ରଗ୍ରହଣ ବ୍ୟତୀତ ଆଉ ଗୋଟିଏ ସୂର୍ଯ୍ୟ ପରାଗ ମଧ୍ୟ ହେବ। ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ହୋଇଥିଲା। ଯାହା ଏକ ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା। \୨୦୨୩ ର ଶେଷ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବରରେ ଘଟିବ ।

ମେ’ ୫ ରେ, ଉପଛାୟା ଚନ୍ଦ୍ରଗ୍ରହଣ ରାତି ୮ଟା ୪୪ ରୁ ଆରମ୍ଭ ହୋଇ ମେ’ ୬ ତାରିଖ ଗୋଟାଏ ୧ ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ ଘଣ୍ଟା ୧୮ ମିନିଟ ହେବ। ଏହି ମହାଜାଗତିକ ଦୃଶ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ। ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ, ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ।

ସଧାରଣତଃ ତିନୋଟି ପ୍ରକାରର ଚନ୍ଦ୍ରଗ୍ରହଣ ଘଟିଥାଏ। ସେଗୁଡିକ ହେଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ପୃଥିବୀ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ଗତି କଲାବେଳେ ସୂର୍ଯ୍ୟଙ୍କ ଆଲୋକକୁ ଅନ୍ଧକାର କରି ଚନ୍ଦ୍ର ପୃଷ୍ଠରେ ଛାଇ ପଡ଼ିଲେ ଉପଛାୟା ଚନ୍ଦ୍ରଗ୍ରହଣ ଘଟିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାହାର ଶୁଭ ଏବଂ ଅଶୁଭ ପ୍ରଭାବ ୧୨ଟି ରାଶି ଉପରେ ଅନୁଭୁତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?