ଟୋଲ୍‌ ଫି ଲାଭ ଆଗ

ଯାଜପୁର ଅଫିସ,୧୪।୧୧: ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ୨୦୧୬ ଜୁଲାଇରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ୬ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌ )ରେ ଥିବା କଟକ ମଙ୍ଗୁଳି ଟୋଲ୍‌ପ୍ଲାଜାକୁ ବନ୍ଦାଳ ନିକଟକୁ ସ୍ଥାନାନ୍ତର କାର୍ଯ୍ୟ ପ୍ରାୟ ଶେଷ ହେବାକୁ ବସିଛି। ଅଥଚ ଭଦ୍ରକ ଜିଲା ଆଖୁଆପଦା ନିକଟକୁ ପାଣିକୋଇଲି ଟୋଲ୍‌ପ୍ଲାଜା ସ୍ଥାନାନ୍ତର ନିଷ୍ପତ୍ତି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ବନ୍ଦାଳ ଟୋଲ୍‌ପ୍ଲାଜା କାର୍ଯ୍ୟକାରୀ ହେଲେ ପାଣିକୋଇଲି ଟୋଲ୍‌ପ୍ଲାଜାକୁ ଦୂରତା ଆହୁରି ୫ କି.ମି. ହ୍ରାସ ପାଇ ୫୨ କି.ମି.ରୁ ୪୭ କି.ମି. ହେବ, ଯାହାକି ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନକୁ ଉଲ୍ଲଂଘନ କରୁଛି। ନିୟମ ଅନୁଯାୟୀ ଗୋଟିଏ ଟୋଲ୍‌ପ୍ଲାଜାରୁ ଅନ୍ୟ ଟୋଲ୍‌ପ୍ଲାଜାର ଦୂରତା ଅତିକମ୍‌ରେ ୬୦ କିଲୋମିଟର ରହିବା କଥା। ତେବେ ପ୍ରସ୍ତାବିତ ଆଖୁଆପଦାରେ ଟୋଲ୍‌ପ୍ଲାଜା ହେଲେ ଏନ୍‌ଏଚ୍‌ଏଆଇ ଗାଇଡ୍‌ଲାଇନକୁ ମଧ୍ୟ ତାହା ପୂରଣ କରିବ ନାହିଁ। କାରଣ ପାଣିକୋଇଲିଠାରୁ ଆଖୁଆପଦା ମାତ୍ର ୭ କିଲୋମିଟର। ଏଭଳିସ୍ଥଳେ ପ୍ରସ୍ତାବିତ ବନ୍ଦାଳ ଟୋଲପ୍ଲାଜାରୁ ଆଖୁଆପଦା ୫୪ କିଲୋମିଟର ହେବ। ସ୍ଥାନୀୟ ବାସିନ୍ଦା ସର୍ବେଶ୍ୱର ବେହୁରା କୁହନ୍ତି, ଏନ୍‌ଏଚ୍‌ଏଆଇ ନିୟମ ଅନୁଯାୟୀ ଆଖୁଆପଦା ପରିବର୍ତ୍ତେ ଭଦ୍ରକ ଜିଲାର ଭଣ୍ଡାରିପୋଖରୀ ନିକଟରେ ଟୋଲ୍‌ପ୍ଲାଜା ହେଲେ ଦୂରତା ବିବାଦ ରହିବ ନାହିଁ। ହେଲେ ଏଠାରେ ଟୋଲ୍‌ପ୍ଲାଜାର ଦୂରତା ବଢ଼ାଇବା ପରିବର୍ତ୍ତେ କମାଇବାକୁ ଚେଷ୍ଟା କରାଯାଇଛି। ଏହାବାଦ୍‌ ଚଣ୍ଡିଖୋଲଠାରୁ ପାରାଦୀପ ୫୩ ନମ୍ବର ଏନ୍‌ଏଚ୍‌ରେ ଥିବା ଶ୍ରୀରାମପୁର ଟୋଲ୍‌ପ୍ଲାଜାକୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇକୁ ସ୍ଥାନାନ୍ତର ପ୍ରସ୍ତାବ ଅଟକିଥିବାରୁ କମ୍‌ ଦୂରତାରେ ଏକାଧିକ ଥର ଟୋଲ୍‌ ଫି ଦେଇ ଅଞ୍ଚଳବାସୀ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହୋଇଛି।
ଯାଜପୁର ଜିଲାର ୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଓ ୫୩ ନମ୍ବର ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ୍‌ପ୍ଲାଜା ସ୍ଥାନାନ୍ତର ସମସ୍ୟା ଅସମାହିତ ହୋଇରହିଛି। ପାଣିକୋଇଲି ଟୋଲ୍‌ପ୍ଲାଜାକୁ ପୂର୍ବରୁ ନେଇଥିବା ଠିକାସଂସ୍ଥା ସାହାକାର ପ୍ରାଇଭେଟ ଲିଃ ବାଦ୍‌ ପଡିଥିବାବେଳେ ଏକ ନୂତନ ଠିକାସଂସ୍ଥା ଡିଙ୍କାର ପ୍ରାଇଭେଟ ଲିଃକୁ ଦୈନିକ ପ୍ରାୟ ୩୨ ଲକ୍ଷ ଟଙ୍କାରେ ଲିଜ୍‌ ମିଳିଛି। ପୁଣି ଏକ ନୂତନ ସଂସ୍ଥା ହାଇୱେ ଟଣ୍ଡନ ଏହି ଟୋଲପ୍ଲାଜା ଲିଜ୍‌ରେ ନେଇଛି ବୋଲି ସୂଚନା ମିଳିଛି। କିନ୍ତୁ ବିଡ଼ମ୍ବନା ଯେ, ଏନ୍‌ଏଚ୍‌ଏଆଇର ଗାଇଡଲାଇନକୁ ଉଲ୍ଲଂଘନ କରି ବେଆଇନ ଭାବେ ଚାଲିଥିବା ଉପରୋକ୍ତ ଦୁଇ ଟୋଲ୍‌ପ୍ଲାଜାକୁ ସ୍ଥାନାନ୍ତର ନିର୍ଦ୍ଦେଶକୁ ୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ। ଏହିକ୍ରମରେ ୫୦ କି.ମି. ଦୂରତା ମଧ୍ୟରେ ୪ଟି ଟୋଲ୍‌ପ୍ଲାଜାରେ ଫି ଦେଇ ଗାଡ଼ି ମାଲିକମାନେ ବହୁ ଖର୍ଚ୍ଚାନ୍ତ ହେଉଥିବା ଆନନ୍ଦପୁରର ଗାଡ଼ିମାଲିକ ତଥା ଅଧ୍ୟାପକ ଜିମୁତବରଣ ଦାସ କହିଛନ୍ତି। ବିଶେଷ କରି ଭୁବନେଶ୍ୱରଠାରୁ ଯାଜପୁର ଜିଲା ଦେଇ ପ୍ରସିଦ୍ଧ ଘଟଗାଁ ତାରିଣୀ ମନ୍ଦିରକୁ ଗଲେ ମଙ୍ଗୁଳି, ପାଣିକୋଇଲି ଓ ଆନନ୍ଦପୁର ନିକଟସ୍ଥ ହସନପୁର ଆଦି ୩ ଟୋଲ୍‌ପ୍ଲାଜା ଅତିକ୍ରମ କରିବାକୁ ପଡୁଛି। ପାଣିକୋଇଲି ଟୋଲ୍‌ପ୍ଲାଜାଠାରୁ ହସନପୁର ଟୋଲ୍‌ପ୍ଲାଜା ମଧ୍ୟରେ ଦୂରତା ମାତ୍ର ୩୮ କିଲୋମିଟର ହୋଇଥିଲେ ମଧ୍ୟ ବିପୁଳ ଟୋଲ ଫି ଲୋଭ ଯୋଗୁ ସବୁ ସରକାରୀ ନିୟମକୁ ଦଳିମକଚି ଦିଆଯାଉଛି ବୋଲି ଅଧ୍ୟାପକ ଦାସ କହିଛନ୍ତି।
ସୂଚନାଥାଉ କି ୬ ନମ୍ବର ଜାତୀୟ ରାଜପଥରେ ୫୨ କି.ମି. ଦୂରତା ମଧ୍ୟରେ ରହିଥିବା ପାଣିକୋଇଲି ଓ ମଙ୍ଗୁଳି ଟୋଲ୍‌ପ୍ଲାଜାରୁ ଦୈନିକ ମୋଟ ପ୍ରାୟ ଏକ କୋଟି ଟଙ୍କା ଟୋଲ୍‌ ଫି ଆଦାୟ ଚାଲିଛି। ନିୟମ ଉଲ୍ଲଂଘନ କରାଯାଇ ଟୋଲ୍‌ ଫି ଆଦାୟ କରାଯିବା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ମଙ୍ଗୁଳି ଟୋଲ୍‌ପ୍ଲାଜାକୁ ବନ୍ଦାଳ, ପାଣିକୋଇଲି ଟୋଲ୍‌ପ୍ଲାଜାକୁ ଆଖୁଆପଦା ଏବଂ ଶ୍ରୀରାମପୁର ଟୋଲପ୍ଲାଜାକୁ ମାର୍ଶାଘାଇକୁ ସ୍ଥାନାନ୍ତର କରିବାକୁ ୨୦୧୬ ଜୁଲାଇରେ ନିଷ୍ପତ୍ତି ହୋଇଥିଲା। ଏହି ତିନି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ପରିବହନ କମିଶନର ତାଙ୍କ ପତ୍ରସଂଖ୍ୟା ୧୧୦୬୩/୧୯ା୭ା୨୦୧୬ରେ ୱାର୍କସ୍‌ ସେକ୍ରେଟାରୀଙ୍କୁ ପତ୍ର ଲେଖିଥିଲେ। କିନ୍ତୁ ଏଯାଏ ଆଖୁଆପଦାଠାରେ ଜମି ଅଧିଗ୍ରହଣ ନେଇ ପ୍ରଶାସନିକ ତପତ୍ରତା ନାହିଁ ବୋଲି କୁହାଯାଉଛି। ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ପାଣିକୋଇଲି ଟୋଲ୍‌ଗେଟ୍‌ ନିକଟତର ହୋଇସାରଛି। କିନ୍ତୁ ଆଗକୁ ଅଧିକ ଲାଭ ଆଶାରେ ଏହି ଟୋଲଗେଟ୍‌ ସ୍ଥାନାନ୍ତର ହେବା ଆଶା ଦିଶୁନାହିଁ ବୋଲି ଅଧ୍ୟାପକ ଦାସ କହିଛନ୍ତି। କହିବାବାହୁଲ୍ୟ ଯେ, କେତେଜଣ ପ୍ରଭାବଶାଳୀଙ୍କ ଇଙ୍ଗିତରେ ପାଣିକୋଇଲି ଟୋଲ୍‌ଗେଟ୍‌ରେ ଆଦାୟ ହେଉଥିବା ଲାଭ ଅର୍ଥକୁ ମିଳିମିଶି ବଣ୍ଟାଯାଉଥିବାରୁ କୌଣସି ନିର୍ଦ୍ଦେଶ ଏଠାରେ କାର୍ଯ୍ୟକାରୀ ହେଉନାହିଁ ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲରୁ ଭଦ୍ରକ ୭୪.୫ କି.ମି. ୬ ଲେନ୍‌ ରାସ୍ତା ସମ୍ପ୍ରସାରଣ ସମୟରେ ପାଣିକୋଇଲି ଟୋଲପ୍ଲାଜା ଆଖୁଆପଦାକୁ ସ୍ଥାନାନ୍ତର ହେବ ବୋଲି ୨୦୧୮ ନଭେମ୍ବରରେ ଏନ୍‌ଏଚ୍‌ଏଆଇ ପକ୍ଷରୁ ସୂଚନା ମିଳିଥିଲା। ତାହା ବି ସୂଚନା ମଧ୍ୟରେ ସୀମିତ ରହିଯାଇଛି। ପାଣିକୋଇଲି ଟୋଲ୍‌ପ୍ଲାଜାରେ କେନ୍ଦୁଝର, ଯୋଡ଼ା, ସୁକିନ୍ଦା, କୋଇଡ଼ା ଆଦି ଅଞ୍ଚଳରୁ ଖଣି ପରିବହନରେ ଦୈନିକ ବିପୁଳ ଟଙ୍କା ଆଦାୟ ହେଉଛି। ଆଖୁଆପଦାକୁ ସ୍ଥାନାନ୍ତର ହେଲେ ଟୋଲ୍‌ ଫି ଆଦାୟ କମିଯିବା ଆଶଙ୍କାରେ ଲୋକଙ୍କ ସ୍ବାର୍ଥ ଓ ଏନ୍‌ଏଚ୍‌ଏଆଇର ଗାଇଡ୍‌ଲାଇନ ସହିତ ଖେଳ ଖେଳୁଛନ୍ତି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଟୋଲ୍‌ପ୍ଲାଜା ୟୁନିୟନ ସଭାପତି ଅଜୟ କୁମାର ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି, ଏନ୍‌ଏଚ୍‌ଏଆଇ ତରଫରୁ ଏଯାଏ କୌଣସି ଠିକ୍‌ ସୂଚନା ମିଳିନାହିଁ। କୌଣସି ମୁହୂର୍ତ୍ତରେ କିଛି ବି ନିଷ୍ପତ୍ତି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri