Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଜାପାନରେ ଭାଇରସ୍‌ ଇମର୍ଜେନ୍ସି ବଢ଼ିବ

ଟୋକିଓ,୧୫।୫ (ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜନ କରିବା ନେଇ ଜାପାନ ସରକାର ତାଙ୍କର ଆଭିମୁଖ୍ୟ ପୁଣି ସ୍ପଷ୍ଟ କରିଛନ୍ତି। ଅଲିମ୍ପିକ୍ସ ଆୟୋଜନ ହେବାକୁ ଆଉ ମାତ୍ର ୨ ମାସ ବାକି ରହିଛି। ରାଜଧାନୀ ଟୋକିଓ ଓ ଅନ୍ୟ ୫ଟି ଅନ୍ୟ ସହରରୁ ଏବେ ୯ଟି ଅଞ୍ଚଳରେ ସରକାର କରୋନା ଭାଇରସ୍‌ ଇମର୍ଜେନ୍ସିକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଲିମ୍ପିକ୍ସ ପୂର୍ବରୁ ଜାପାନ କରୋନା ଭାଇରସ୍‌ ନେଇ ସଂଘର୍ଷ କରୁଛି। ଏବେ ଜାପାନର ଉତ୍ତରରେ ଥିବା ଦ୍ୱୀପ ରାଜ୍ୟ ହୋକାଇଡୋ, ହିରୋଶିମା ଓ ପଶ୍ଚିମ ଜାପାନର ଓକାୟାମାରେ ଇମର୍ଜେନ୍ସି ଲାଗୁ କରାଯିବ ବୋଲି କୁହାଯାଇଛି। ହୋକାଇଡୋରେ ଅଲିମ୍ପିକ୍‌ ମାରାଥନ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି।
ପୂର୍ବରୁ ଟୋକିଓ, ଓସାକା ଓ ଅନ୍ୟ ୪ଟି ଅଞ୍ଚଳରେ କରୋନା ସଂକ୍ରମଣ ପାଇଁ ବିଭିନ୍ନ କଟକଣା ଜାରି କରାଯାଇ ସାରିଛି। ଏହା ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ। ଏହି ଅଞ୍ଚଳରେ ଥିବା ବାର୍‌, କରାଓକେ ପାର୍ଲର ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଯେଉଁ ବ୍ୟବସାୟୀମାନେ ନିୟମ ମାନିବେ ଓ ଜରିମାନାର ସମ୍ମୁଖୀନ ନ ହେବେ, ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଛି। ଶୁକ୍ରବାର ଏ ନେଇ ପ୍ରାଧାନମନ୍ତ୍ରୀ ୟୋଶିହାଇଡ୍‌ ସୁଗା ଏନେଇ ଔପଚାରିକ ଭାବେ ଘୋଷଣା କରିବେ। ଅନ୍ୟ ଅଞ୍ଚଳକୁ ଇମର୍ଜେନ୍ସି ବଢ଼ାଇବା ସରକାରଙ୍କ ପ୍ରାରମ୍ଭିକ ଯୋଜନାଠାରୁ ଟିକିଏ ଭିନ୍ନ। ହିରୋଶିମାରେ ଆୟୋଜନ ହେବାକୁ ଥିବା ମଶାଲ ରାଲିକୁ ମଧ୍ୟ ଇତିମଧ୍ୟରେ ବାତିଲ କରାଯାଇଛି।
ଅଲିମ୍ପିକ୍‌ ଆୟୋଜନକୁ ଜାପାନରେ ପ୍ରବଳ ବିରୋଧ କରାଯାଉଛି। ଫଳରେ ସୁଗାଙ୍କ ସରକାର ଚାପରେ ରହିଛନ୍ତି। ବାରମ୍ବାର ଇମର୍ଜେନ୍ସି ନେଇ ଘୋଷଣା ହେବା ଓ ଟିକାକରଣରେ ମନ୍ଥରତା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢାଇଛି। ଲୋକେ ମଧ୍ୟ ସରକାରଙ୍କୁ ସହଯୋଗ କରିବାକୁ ଅମଙ୍ଗ ହେଉଛନ୍ତି। ଏପର୍ଯ୍ୟନ୍ତ ୨ ପ୍ରତିଶତରୁ କମ୍‌ ଲୋକଙ୍କୁ ଟିକା ଦିଆଯାଇଛି। ଅଲିମ୍ପିକ୍ସକୁ ବାତିଲ କରିବାକୁ ସ୍ବାକ୍ଷରତା ଅଭିଯାନ ମଧ୍ୟ କରାଯାଇଛି। ୩ ଲକ୍ଷ ୫୦ ହଜାର ଲୋକଙ୍କ ସ୍ବାକ୍ଷର ସଂଗ୍ରହ କରାଯାଇ ସାରିଲାଣି। ଅଲିମ୍ପିକ୍ସ ଆୟୋଜନ ନେଇ ଖର୍ଚ୍ଚ ହେବାକୁ ଥିବା ଅର୍ଥ ମହାମାରୀ ବିରୋଧୀ ଲଢ଼େଇରେ ବିନିଯୋଗ ଓ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରାଯିବା ଉଚିତ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri