Posted inଖେଳ

ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍‌ ସନ୍ଦେହ ଘେରରେ

ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍‌ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ କ୍ରିକେଟ ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି), ସିଏସି ସଦସ୍ୟ ସୁଲକ୍ଷଣା ନାଏକ ଓ ନୀତୁ ଡେଭିଡ୍‌ଙ୍କ ଚୟନ କମିଟି ଏବେ ସନ୍ଦେହ ଘେରକୁ ଆସିଛନ୍ତି। ଏମାନେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସନ୍ଦେହ ଘେରକୁ ଆସିଛନ୍ତି।
ରମଣଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ଦଳ ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଥିଲା। ସେ ମଧ୍ୟ ଜଣେ ସଫଳ କୋଚ୍‌ ରୂପେ ଜଣାଶୁଣା ଥିଲେ। ତେବେ ସିଏସି ତାଙ୍କୁ ବହିଷ୍କାର କରି ପୂର୍ବତନ କ୍ରିକେଟର ରମେଶ ପାଓ୍ବାରଙ୍କୁ ଏହି ହାଇପ୍ରୋଫାଇଲ ପଦରେ ଗୁରୁବାର ନିଯୁକ୍ତ କରିଥିଲା। ପାଓ୍ବାରଙ୍କୁ ମଧ୍ୟ ଏହି ପଦରୁ ୨୦୧୮ରେ ବହିଷ୍କାର କରାଯାଇଥିଲା। ତେଣୁ ଲୋଧା କମିଟିର ନିୟମ ଅନୁସାରେ ମଦନ ଲାଲ୍‌ଙ୍କ ସିଏସି ବେଆଇନ କାର୍ଯ୍ୟ କରିଛି ବୋଲି ପ୍ରଶ୍ନ ଉଠାଇଛି। କେଉଁ ଭଳି ସ୍ଥିତିରେ ରମଣଙ୍କୁ ପଦରୁ ବହିଷ୍କାର କରାଗଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପୂର୍ବତନ ଭାରତୀୟ ଖେଳାଳି ସୁଲକ୍ଷଣା ନାଏକ ମୁମ୍ବାଇ କ୍ରିକେଟ ଆସୋସିଏଶନ ସମ୍ଭାଦକ ସଞ୍ଜୟ ନାଏକଙ୍କ ସାନ ଭଉଣୀ। ସେ ଏପର୍ଯ୍ୟନ୍ତ ସିଏସିର ୩ଟି ବୈଠକରେ ଅଂଶଗ୍ରହଣ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ସିରିଜରେ ଦଳ ଚୟନ ନେଇ ରମଣ ଅସନ୍ତୋଷ ଜାହିର କରିଥିଲେ। ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଓ ଶିଖା ପାଣ୍ଡେଙ୍କୁ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ସାମିଲ କରାଯାଇ ନ ଥିଲ। ଏ ନେଇ ରମଣ ଓ ଚୟନ କମିଟି ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା। ତେଣୁ ବିଭିନ୍ନ କାରଣ ନେଇ ରମଣ ଓ ଅନ୍ୟମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଯାହା ଫଳରେ ରମଣଙ୍କୁ ପଦରୁ ହଟାଯିବାର ଅଭିଯୋଗ ହୋଇଛି। କିନ୍ତୁ ଏଥିପାଇଁ ସିଏସି, ନୀତୁ ଓ ନାଏକ ଏବେ ସନ୍ଦେହ ଘେରକୁ ଆସିଛନ୍ତି।
ଗାଙ୍ଗୁଲି, ଡ୍ରାଭିଡ୍‌ଙ୍କୁ ରମଣଙ୍କ ଚିଠି
ଏ ସଂକ୍ରାନ୍ତରେ ରମଣ ବସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ ) ଅଧ୍ୟକ୍ଷ ରାହୁଲ ଡ୍ରାଭିଡ୍‌ଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜାହିର କରିଛନ୍ତି। ପ୍ରଥମେ ମହିଳାଙ୍କୁ ଅଗ୍ରାଧିକାର ଦେବାର ସଂସ୍କୃତି ତଥା ଚଳଣି ଭାରତୀୟ ମହିଳା ଦଳରେ ରହିଛି ଓ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରମଣ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ରମଣ ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରି ଗାଙ୍ଗୁଲି ଓ ଡ୍ରାଭିଡ୍‌ଙ୍କୁ ମେଲ୍‌ କରିଛନ୍ତି। କ୍ରିକେଟ ପାଇଁ ଦଳ ସବୁଠାରୁ ବଡ଼। କୌଣସି ଜଣେ ବା ଦୁଇଜଣଙ୍କୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ପ୍ରଥମେ ମହିଳା ସଂସ୍କୃତିକୁ ହଟାଇବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ନନ୍ଦିଗ୍ରାମରେ ଭାଜପାର ବଡ଼ ବିଜୟ, ତାମିଲନାଡୁରେ ବିଜୟଙ୍କ TVKର ଜଲୱା!

ନୂଆଦିଲ୍ଲୀ,୯ା୧୦: ଦେଶର ବିଭିନ୍ନ ସ୍ଥାନରେ ୫ଟି ବିଧାନସଭା ଏବଂ ଗୋଟିଏ ଲୋକ ସଭା ଆସନରେ ଉପନିର୍ବାଚନ ହୋଇଥିଲା । ଆଜି ଭୋଟ ଗଣତି ଚାଲିଥିବା ବେଳେ, ଟ୍ରେଣ୍ଡ…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?