Posted inଖେଳ

ରମଣ ଇଫେକ୍ଟ: ନୀତୁଙ୍କ ଚୟନ କମିଟି, ମଦନ ଲାଲ୍‌ ସନ୍ଦେହ ଘେରରେ

ନୂଆଦିଲ୍ଲୀ,୧୫।୫(ପି.ଟି.): ପୂର୍ବତନ ଭାରତୀୟ ଓପନର ଡବ୍ଲ୍ୟ.ଭି. ରମଣଙ୍କୁ ହଠାତ୍‌ ଭାରତୀୟ ମହିଳା କ୍ରିକେଟ ଦଳର ହେଡ୍‌ କୋଚ୍‌ ପଦରୁ ବିଦା କରାଯିବା ପରେ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ କ୍ରିକେଟ ମଦନ ଲାଲ୍‌ଙ୍କ ନେତୃତ୍ୱାଧୀନ କ୍ରିକେଟ ଉପଦେଷ୍ଟା କମିଟି (ସିଏସି), ସିଏସି ସଦସ୍ୟ ସୁଲକ୍ଷଣା ନାଏକ ଓ ନୀତୁ ଡେଭିଡ୍‌ଙ୍କ ଚୟନ କମିଟି ଏବେ ସନ୍ଦେହ ଘେରକୁ ଆସିଛନ୍ତି। ଏମାନେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସନ୍ଦେହ ଘେରକୁ ଆସିଛନ୍ତି।
ରମଣଙ୍କ ତତ୍ତ୍ୱାବଧାନରେ ଭାରତୀୟ ମହିଳା ଦଳ ଗତବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଥିଲା। ସେ ମଧ୍ୟ ଜଣେ ସଫଳ କୋଚ୍‌ ରୂପେ ଜଣାଶୁଣା ଥିଲେ। ତେବେ ସିଏସି ତାଙ୍କୁ ବହିଷ୍କାର କରି ପୂର୍ବତନ କ୍ରିକେଟର ରମେଶ ପାଓ୍ବାରଙ୍କୁ ଏହି ହାଇପ୍ରୋଫାଇଲ ପଦରେ ଗୁରୁବାର ନିଯୁକ୍ତ କରିଥିଲା। ପାଓ୍ବାରଙ୍କୁ ମଧ୍ୟ ଏହି ପଦରୁ ୨୦୧୮ରେ ବହିଷ୍କାର କରାଯାଇଥିଲା। ତେଣୁ ଲୋଧା କମିଟିର ନିୟମ ଅନୁସାରେ ମଦନ ଲାଲ୍‌ଙ୍କ ସିଏସି ବେଆଇନ କାର୍ଯ୍ୟ କରିଛି ବୋଲି ପ୍ରଶ୍ନ ଉଠାଇଛି। କେଉଁ ଭଳି ସ୍ଥିତିରେ ରମଣଙ୍କୁ ପଦରୁ ବହିଷ୍କାର କରାଗଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ପୂର୍ବତନ ଭାରତୀୟ ଖେଳାଳି ସୁଲକ୍ଷଣା ନାଏକ ମୁମ୍ବାଇ କ୍ରିକେଟ ଆସୋସିଏଶନ ସମ୍ଭାଦକ ସଞ୍ଜୟ ନାଏକଙ୍କ ସାନ ଭଉଣୀ। ସେ ଏପର୍ଯ୍ୟନ୍ତ ସିଏସିର ୩ଟି ବୈଠକରେ ଅଂଶଗ୍ରହଣ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ସିରିଜରେ ଦଳ ଚୟନ ନେଇ ରମଣ ଅସନ୍ତୋଷ ଜାହିର କରିଥିଲେ। ବ୍ୟାଟିଂ ସେନସେସନ ଶେଫାଳୀ ବର୍ମା ଓ ଶିଖା ପାଣ୍ଡେଙ୍କୁ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ସାମିଲ କରାଯାଇ ନ ଥିଲ। ଏ ନେଇ ରମଣ ଓ ଚୟନ କମିଟି ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା। ତେଣୁ ବିଭିନ୍ନ କାରଣ ନେଇ ରମଣ ଓ ଅନ୍ୟମାନଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା। ଯାହା ଫଳରେ ରମଣଙ୍କୁ ପଦରୁ ହଟାଯିବାର ଅଭିଯୋଗ ହୋଇଛି। କିନ୍ତୁ ଏଥିପାଇଁ ସିଏସି, ନୀତୁ ଓ ନାଏକ ଏବେ ସନ୍ଦେହ ଘେରକୁ ଆସିଛନ୍ତି।
ଗାଙ୍ଗୁଲି, ଡ୍ରାଭିଡ୍‌ଙ୍କୁ ରମଣଙ୍କ ଚିଠି
ଏ ସଂକ୍ରାନ୍ତରେ ରମଣ ବସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ ) ଅଧ୍ୟକ୍ଷ ରାହୁଲ ଡ୍ରାଭିଡ୍‌ଙ୍କୁ ଚିଠି ଲେଖି ନିଜର ଅସନ୍ତୋଷ ଜାହିର କରିଛନ୍ତି। ପ୍ରଥମେ ମହିଳାଙ୍କୁ ଅଗ୍ରାଧିକାର ଦେବାର ସଂସ୍କୃତି ତଥା ଚଳଣି ଭାରତୀୟ ମହିଳା ଦଳରେ ରହିଛି ଓ ଏଥିରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ରମଣ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହ ରମଣ ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ରୋଡ ମ୍ୟାପ୍‌ ପ୍ରସ୍ତୁତ କରି ଗାଙ୍ଗୁଲି ଓ ଡ୍ରାଭିଡ୍‌ଙ୍କୁ ମେଲ୍‌ କରିଛନ୍ତି। କ୍ରିକେଟ ପାଇଁ ଦଳ ସବୁଠାରୁ ବଡ଼। କୌଣସି ଜଣେ ବା ଦୁଇଜଣଙ୍କୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ପ୍ରଥମେ ମହିଳା ସଂସ୍କୃତିକୁ ହଟାଇବାକୁ ପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ ବିପକ୍ଷ ତୃତୀୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା !

ଲଣ୍ଡନ,୧୮।୮: ଇଂଲଣ୍ଡ ପେସର ମାର୍କ ଉଡ୍‌ ଭାରତ ବିପକ୍ଷ ତୃତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ଦେଖାଦେଇଛି । ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ତାଙ୍କ...

ଟି୨୦ ବିଶ୍ବକପରୁ ବିଦାହେଲା ଓ୍ବେଷ୍ଟଇଣ୍ଡିଜ

ଆବୁଧାବି, ୬।୧୧: ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଶନିବାର ଟି୨୦ ବିଶ୍ବକପ ଗ୍ରୁପ-୧ର ମ୍ୟାଚରେ ଅଷ୍ଟ୍ରେଲିଆ ୮ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର...

ଅଧିନାୟକ ପଦ ଛାଡିଲେ ରୁଟ୍‌

ଲଣ୍ଡନ,୧୫।୪: ଇଂଲଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଜୋ ରୁଟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳର ଖରାପ ପ୍ରଦର୍ଶନ ଯୋଗୁ...

ଗତ ୮ ବର୍ଷରେ କୋହଲିଙ୍କ ଓଜନ ବଢିଛି ମାତ୍ର ଏତିକି ଗ୍ରାମ

ନୂଆଦିଲ୍ଲୀ,୬।୧୧। ଭାରତୀୟ ଦଳର କିମ୍ବଦନ୍ତୀ ଖେଳାଳି ତଥା ରନ ମେସିନ ବିରାଟ କୋହଲି କେବଳ ଚଳିତ ଦଶନ୍ଧିର ବିପଜ୍ଜନକ ବ୍ୟାଟ୍ସମ୍ୟାନ ନୁହଁନ୍ତି, ବରଂ ସେ ଜଣେ...

ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସିଖବର: ଫିଟ୍‌ ହେଲେ ଏହି କ୍ରିକେଟର…

ନୂଆଦିଲ୍ଲୀ,୨।୧: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଭାରତୀୟ ଟିମ୍‌ ପାଇଁ ଖୁସି ଖବର। ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଫେବୃୟାରୀ ୯ରୁ ନାଗପୁରରେ ଖେଳାଯିବାକୁ ଥିବା...

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର...

ରୟଙ୍କ ସ୍ଥାନରେ ଗୁରବାଜ୍‌

ନୂଆଦିଲ୍ଲୀ, ୮ା୩ (ପି.ଟି.)- ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲ୍‌ ଲାଗି ଗୁଜରାଟ ଟାଇଟାନ୍ସ ଆଫଗାନିସ୍ତାନର ବିସ୍ଫୋରକ ଓପନର ରହମୁଲ୍ଲା ଗୁରବାଜ୍‌ଙ୍କୁ ଦଳରେ ନେବା ଯଥେଷ୍ଟ...

କଳା ବ୍ୟାଣ୍ଡ ପିନ୍ଧି ପଡ଼ିଆକୁ ଓହ୍ଲାଇଲେ ଭାରତୀୟ ଖେଳାଳି; କିଛି ଏପରି ରହିଛି କାରଣ…

ଲଣ୍ଡନ,୨।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲଷଣ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ଆରମ୍ଭ ହୋଇଛି। ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଛି।...

Advertisement
Archives

Model This Week