Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଡିଫେଣ୍ଡର ସାହିଲ ପାନଓ୍ବାର ଓ ସେବାଷ୍ଟିଆନ ଥଙ୍ଗମୁଆନସଙ୍ଗ ଓଡ଼ିଶା ଏଫ୍‌ସି ସହ ଚୁକ୍ତି କରିଛନ୍ତି।
ହାଇଦ୍ରାବାଦ ଏଫ୍‌ସି ବୋର୍ଡରେ ୨୧ ବର୍ଷୀୟ ସାହିଲ ଆସି ଓଡ଼ିଶା ସହ ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଆଉ ଗୋଟିଏ ବର୍ଷ ଚୁକ୍ତି ବଢାଇବାକୁ ତାଙ୍କ ପାଖରେ ବିକଳ୍ପ ମଧ୍ୟ ରହିଛି। ଏହି ଗ୍ରୀଷ୍ମ ସେସନରେ ଭାରତୀୟ ଖେଳାଳିଙ୍କ ଟ୍ରାନ୍ସଫର ଥରେ ଖୋଲିବା ପରେ ଆନୁଷ୍ଠାନିକ ଭାବେ ଏହି ଟ୍ରାନ୍ସଫର ସମ୍ପନ୍ନ ହେବ ବୋଲି କୁହାଯାଇଛି। ଡୋରାଡୁନ୍‌ର ଏହି ଲେଫ୍ଟ ବ୍ୟାକ୍‌ ପ୍ଲେୟର ଆଇଏସ୍‌ଏଲ୍‌ର ଚତୁର୍ଥ ସଂସ୍କରଣରେ ଏଫ୍‌ସି ପୁଣେ ସିଟି ତରଫରୁ ପଦାର୍ପଣ କରିଥିଲେ। ଏହାପରେ ସେ ହାଇଦ୍ରାବାଦ ଏଫ୍‌ସିରେ ସାମିଲ ହୋଇଥିଲେ। ୨ଟି କ୍ଲବ ତରଫରୁ ସେ ୩୭ଟି ମ୍ୟାଚ୍‌ ଖେଳିଛନ୍ତି। ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ୨୦୧୭ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ୧୮ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ରେ ସେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିଲେ।
ସେହିପରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରର ୨୨ ବର୍ଷୀୟ ସେବାଷ୍ଟିଆନଙ୍କୁ ଓଡ଼ିଶା ଏଫ୍‌ସି ଆପଣେଇଛି। ସେ କିଛିଦିନ ତଳେ ଗୋକୁଳମ କେରଳ ଏଫ୍‌ିସି ତରଫରୁ ପ୍ରତିନିଧିତ୍ୱ କରି ଆଇ- ଲିଗ୍‌ ଟାଇଟଲ ଜିତିଛନ୍ତି। ସେ ମଧ୍ୟ ଓଡ଼ିଶା ସହ ୨ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ସେ ମଧ୍ୟ ପୂର୍ବରୁ ନେରୋକା ଓ ଚେନ୍ନାଇ ସିଟି ଏଫ୍‌ସି ତରଫରୁ ଆଇ- ଲିଗ୍‌ରେ ପ୍ରତିନିଧିତ୍ୱ କରିଥିଲେ। ନିଜ ୟୁଥ୍‌ କ୍ୟାରିୟରରେ ସେ ପୁଣେ ସହିତ ଜଡିତ ଥିଲେ।
ସାହିଲ ଓ ସେବାଷ୍ଟିଆନଙ୍କୁ ଆମେ ଦଳକୁ ସ୍ବାଗତ କରୁଛୁ ବୋଲି ଓଡ଼ିଶା ଏଫ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ରୋହନ ଶର୍ମା କହିଛନ୍ତି। ଆଇଏସ୍‌ଏଲ୍‌ରେ ସାହିଲ ଗତ କିଛିବର୍ଷ ହେବ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଯୁବ ଖେଳାଳି ହୋଇଥିଲେ ମଧ୍ୟ ସେ ଅଭିଜ୍ଞ ଭଳି ପ୍ରଦର୍ଶନ କରିଛନ୍ତି। ସାହିଲ ଓ ସେବାଷ୍ଟିଆନ ଦେଶର ଦୁଇ ଉଦୀୟମାନ ଡିଫେଣ୍ଡର ରୂପେ ଜଣାଶୁଣା। ଦଳ ଏମାନଙ୍କ ପ୍ରତିଭାରୁ ଫାଇଦା ଉଠାଇବ। ଓଡ଼ିଶା ଏଫ୍‌ସି ସବୁବେଳେ ଯୁବ ଖେଳାଳିଙ୍କୁ ଆଗକୁ ବଢିବାର ସୁଯୋଗ ଦେଇଥାଏ ଓ ଅଗ୍ରାଧିକାର ଦେଇଥାଏ। ଆଗାମୀ ସେସନରେ ଏହି ଦୁଇ ଖେଳାଳି ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରୁଛୁ ବୋଲି ରୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

ଭାରତର ଘରୋଇ କ୍ରିକେଟରମାନେ ବର୍ଷକୁ କୋଟିଏ ଟଙ୍କା ପାଇବେ ଦରମା, ବିସିସିଆଇର ବଡ଼ ନିଷ୍ପତି

ମୁମ୍ବାଇ,୨୫।୪: ଘରୋଇ ଖେଳାଳିଙ୍କ ଆୟ ବଢାଇବାକୁ ବିସିସିଆଇ ଚାହୁଁଛି। ଭାରତର ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟିକୁ ଦରମା ବୃଦ୍ଧି କରିବାର ଉପାୟ...

ଅଲିମ୍ପିକ କିମ୍ବଦନ୍ତୀ ଉସେନ ବୋଲ୍ଟ ହେଲେ ଟି-୨୦ ବିଶ୍ୱକପ୍‌ର ଆମ୍ବାସାଡାର

ନୂଆଦିଲ୍ଲୀ,୨୫।୪: ବିଶ୍ୱର କିମ୍ବଦନ୍ତୀ ଦ୍ରୁତ ଧାବକ ଉସେନ ବୋଲ୍ଟ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଜୁନ ୧ରୁ ଆମେରିକା...

ଲଜ୍ଜାଜନକ ରେକର୍ଡ କଲେ ମୋହିତ ଶର୍ମା

ନୂଆଦିଲ୍ଲୀ,୨୫।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗୁଜୁରାଟ ଟାଇଟାନ୍ସ ବୋଲର ମୋହିତ ଶର୍ମାଙ୍କ ନାମରେ ଏକ ଲଜ୍ଜାଜନକ ରେକର୍ଡ କରିଛନ୍ତି। ମୋହିତ ଶର୍ମା ଆଇପିଏଲ ଇତିହାସରେ ସର୍ବାଧିକ...

ଇତିହାସ ରଚିଲେ ପନ୍ତ: ଟି-୨୦ରେ ଏମିତି ରେକର୍ଡ କରିବାରେ ପ୍ରଥମ ଖେଳାଳି

ନୂଆଦିଲ୍ଲୀ,୨୫।୪: ଅଧିନାୟକ ରିଷଭ ପନ୍ତଙ୍କ ଅପରାଜିତ ୮୮ ରନ ଯୋଗୁ ଦିଲ୍ଲୀ କ୍ୟାପିଟାଳ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଚାରି ଉଇକେଟ ପାଇଁ ୨୨୪ ରନ ସଂଗ୍ରହ...

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri