Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଡିଫେଣ୍ଡର ସାହିଲ ପାନଓ୍ବାର ଓ ସେବାଷ୍ଟିଆନ ଥଙ୍ଗମୁଆନସଙ୍ଗ ଓଡ଼ିଶା ଏଫ୍‌ସି ସହ ଚୁକ୍ତି କରିଛନ୍ତି।
ହାଇଦ୍ରାବାଦ ଏଫ୍‌ସି ବୋର୍ଡରେ ୨୧ ବର୍ଷୀୟ ସାହିଲ ଆସି ଓଡ଼ିଶା ସହ ୨ ବର୍ଷୀୟା ଚୁକ୍ତି କରିଛନ୍ତି। ଆଉ ଗୋଟିଏ ବର୍ଷ ଚୁକ୍ତି ବଢାଇବାକୁ ତାଙ୍କ ପାଖରେ ବିକଳ୍ପ ମଧ୍ୟ ରହିଛି। ଏହି ଗ୍ରୀଷ୍ମ ସେସନରେ ଭାରତୀୟ ଖେଳାଳିଙ୍କ ଟ୍ରାନ୍ସଫର ଥରେ ଖୋଲିବା ପରେ ଆନୁଷ୍ଠାନିକ ଭାବେ ଏହି ଟ୍ରାନ୍ସଫର ସମ୍ପନ୍ନ ହେବ ବୋଲି କୁହାଯାଇଛି। ଡୋରାଡୁନ୍‌ର ଏହି ଲେଫ୍ଟ ବ୍ୟାକ୍‌ ପ୍ଲେୟର ଆଇଏସ୍‌ଏଲ୍‌ର ଚତୁର୍ଥ ସଂସ୍କରଣରେ ଏଫ୍‌ସି ପୁଣେ ସିଟି ତରଫରୁ ପଦାର୍ପଣ କରିଥିଲେ। ଏହାପରେ ସେ ହାଇଦ୍ରାବାଦ ଏଫ୍‌ସିରେ ସାମିଲ ହୋଇଥିଲେ। ୨ଟି କ୍ଲବ ତରଫରୁ ସେ ୩୭ଟି ମ୍ୟାଚ୍‌ ଖେଳିଛନ୍ତି। ବିଭିନ୍ନ ବୟସବର୍ଗ ଟୁର୍ନାମେଣ୍ଟରେ ସେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। ୨୦୧୭ ସାଉଥ୍‌ ଏସିଆନ ଫୁଟବଲ ଫେଡେରେଶନ (ସାଫ୍‌) ୧୮ ବର୍ଷରୁ କମ୍‌ ଚାମ୍ପିୟନଶିପ୍‌ରେ ସେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଇଥିଲେ।
ସେହିପରି ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମଣିପୁରର ୨୨ ବର୍ଷୀୟ ସେବାଷ୍ଟିଆନଙ୍କୁ ଓଡ଼ିଶା ଏଫ୍‌ସି ଆପଣେଇଛି। ସେ କିଛିଦିନ ତଳେ ଗୋକୁଳମ କେରଳ ଏଫ୍‌ିସି ତରଫରୁ ପ୍ରତିନିଧିତ୍ୱ କରି ଆଇ- ଲିଗ୍‌ ଟାଇଟଲ ଜିତିଛନ୍ତି। ସେ ମଧ୍ୟ ଓଡ଼ିଶା ସହ ୨ ବର୍ଷୀୟା ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ସେ ମଧ୍ୟ ପୂର୍ବରୁ ନେରୋକା ଓ ଚେନ୍ନାଇ ସିଟି ଏଫ୍‌ସି ତରଫରୁ ଆଇ- ଲିଗ୍‌ରେ ପ୍ରତିନିଧିତ୍ୱ କରିଥିଲେ। ନିଜ ୟୁଥ୍‌ କ୍ୟାରିୟରରେ ସେ ପୁଣେ ସହିତ ଜଡିତ ଥିଲେ।
ସାହିଲ ଓ ସେବାଷ୍ଟିଆନଙ୍କୁ ଆମେ ଦଳକୁ ସ୍ବାଗତ କରୁଛୁ ବୋଲି ଓଡ଼ିଶା ଏଫ୍‌ସି ମୁଖ୍ୟ କାର୍ଯ୍ୟନିର୍ବାହୀ ରୋହନ ଶର୍ମା କହିଛନ୍ତି। ଆଇଏସ୍‌ଏଲ୍‌ରେ ସାହିଲ ଗତ କିଛିବର୍ଷ ହେବ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି। ଯୁବ ଖେଳାଳି ହୋଇଥିଲେ ମଧ୍ୟ ସେ ଅଭିଜ୍ଞ ଭଳି ପ୍ରଦର୍ଶନ କରିଛନ୍ତି। ସାହିଲ ଓ ସେବାଷ୍ଟିଆନ ଦେଶର ଦୁଇ ଉଦୀୟମାନ ଡିଫେଣ୍ଡର ରୂପେ ଜଣାଶୁଣା। ଦଳ ଏମାନଙ୍କ ପ୍ରତିଭାରୁ ଫାଇଦା ଉଠାଇବ। ଓଡ଼ିଶା ଏଫ୍‌ସି ସବୁବେଳେ ଯୁବ ଖେଳାଳିଙ୍କୁ ଆଗକୁ ବଢିବାର ସୁଯୋଗ ଦେଇଥାଏ ଓ ଅଗ୍ରାଧିକାର ଦେଇଥାଏ। ଆଗାମୀ ସେସନରେ ଏହି ଦୁଇ ଖେଳାଳି ଦଳ ପାଇଁ ଉପଯୋଗୀ ସାବ୍ୟସ୍ତ ହେବେ ବୋଲି ଆଶା କରୁଛୁ ବୋଲି ରୋହନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Vaibhav Sooryavanshi: ଲଗାତାର ଦୁଇଟି ମ୍ୟାଚରେ ବିଫଳ, ଟିମ୍‌ରୁ ବାହାରି ଯିବେ ବୈଭବ ସୂର୍ଯ୍ୟବଂଶୀ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୭: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି, ଲଗାତାର ଦୁଇଟି ମ୍ୟାଚରେ ବ୍ୟାଟରେ ବିଫଳ ହୋଇଛନ୍ତି। ପ୍ରଶଂସକମାନେ ଟିମ ଇଣ୍ଡିଆ ପାଇଁ ତାଙ୍କର…

ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଧୋନୀଙ୍କୁ ଘେରିଗଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ଟ୍ରେଣ୍ଟ ବ୍ରିଜ,୮।୭: ଟ୍ରେଣ୍ଟ ବ୍ରିଜରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆକୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ…

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri