Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ: ଆଇଓଏ

ନୂଆଦିଲ୍ଲୀ,୧୪।୮(ପି.ଟି.): ଆଗମୀ ଟୋକିଓ ଅଲିମ୍ପିକ୍ସରେ ଆଇନକ୍ସ ଗ୍ରୁପ୍‌ ଭାରତୀୟ ଦଳର ପ୍ରାୟୋଜକ ହେବ। ଏ ନେଇ ଗୁରୁବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ତରଫରୁ ଘୋଷଣା କରାଯାଇଛି। କୋଭିଡ୍‌-୧୯ ମହାମାରୀ ପାଇଁ ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷକୁ ଘୁଞ୍ଚାଇ ଦିଆଯାଇଥିଲା। ଅଲିମ୍ପିକ୍ସ ଏବେ ୨୦୨୧ ଜୁଲାଇ ୨୩ରୁ ଅଗଷ୍ଟ ୮ ତାରିଖ ମଧ୍ୟରେ ଆୟୋଜନ ହେବ।
ଭାଗୀଦାରି ସ୍ବରୂପ ଏହି ଗ୍ରୁପ୍‌ ମନୋରଞ୍ଜନ ଧର୍ମୀ କମ୍ପାନୀ ଆଇନକ୍ସ ଲିଜର ଲିମିଟେଡ ଦ୍ୱାରା ଭାରତୀୟ ଦଳର ପ୍ରମୋଶନ କରିବ। ସାରା ଦେଶରେ ଆଇନୋକ୍ସର ବହୁ ସଂଖ୍ୟାରେ ମଲ୍‌ଟିପ୍ଲେକ୍ସ ବା ପ୍ରେକ୍ଷାଳୟ ରହିଛି। ଭାରତର ପ୍ରଗତି ପାଇଁ ଆଇନକ୍ସ ଗ୍ରୁପ୍‌ ସବୁବେଳେ ପ୍ରାଧାନ୍ୟ ଦେଇଆସିଛି ଓ ଭାରତୀୟ ଦଳର ପ୍ରାୟୋଜକ ହୋଇ ଆମେ ଗୌରବାନ୍ବିତ ମନେ କରୁଛୁ ବୋଲି ଆଇନକ୍ସ ଗ୍ରୁପ୍‌ ଡାଇରେକ୍ଟର ସିଦ୍ଧାର୍ଥ ଜୈନ କହିଛନ୍ତି। ଆଇନକ୍ସ ଗ୍ରୁପ୍‌ ସହ ପାର୍ଟନଶିପ୍‌ ନେଇ ଆମେ ଘୋଷଣା କରୁଛୁ ଓ ଏହା ଦ୍ୱାରା ସବୁ ଆଥଲେଟ୍‌ ଲାଭବାନ ହୋଇପାରିବେ ବୋଲି ଆଇଓଏ ସାଧାରଣ ସମ୍ପାଦକ ରାଜୀବ ମେହେଟା କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଭାରତୀୟ ଦଳକୁ ସମର୍ଥନ କରିଥିବାରୁ ଜୈନ ଆଇନକ୍ସ ଗ୍ରୁପ୍‌କୁ ଧନ୍ୟବାଦ ଜଣାଇଛନ୍ତି। ପୂର୍ବରୁ ଆଇନକ୍ସ ଗ୍ରୁପ୍‌ ଟେବୁଲ ଟେନିସ, ଫୁଟବଲ, ବ୍ୟାଡମିଣ୍ଟନ, ରନିଂ, ବାସ୍କେଟବଲ ଓ କ୍ରକେଟ ଭଳି ସ୍ପୋର୍ଟିଂ ଇଭେଣ୍ଟରେ ସମର୍ଥନ କରିଆସିଛି। ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି କ୍ରୀଡ଼ା ନେଇ ଏହି ଗ୍ରୁପ୍‌ ଜନ ଜାଗରଣ ସୃଷ୍ଟି କରିଛି। ଭାରତ ଅଲିମ୍ପିକ୍ସରେ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ଜୈନ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ...

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି

ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା...

ରୋହିତ ଶର୍ମା ମୋ ସ୍ତ୍ରୀ ନୁହଁନ୍ତି: ଶିଖର ଧାଓ୍ବନ

ନୂଆଦିଲ୍ଲୀ, ୧୫।୫: ଆଇପିଏଲ ମହାସମର ଶେଷ ହେବା ପରେ ଏବେ ଇଂଲଣ୍ଡରେ ଆୟୋଜିତ ହେବାକୁ ଥିବା ଆଇସିସି କ୍ରିକେଟ ବିଶ୍ୱକପ ଉପରେ ସମସ୍ତଙ୍କ ନଜର ରହିଛି।...

ପାକିସ୍ତାନ ବିଶ୍ୱର ପ୍ରଥମ ଟିମ୍‌

ନଟ୍ଟିଂହାମ, ୧୯।୫- ବିଶ୍ୱର ପ୍ରଥମ ଟିମ୍‌ ଭାବେ ପାକିସ୍ତାନ ଲଗାତର ୩ଟି ୫୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ୩୪୦ କିମ୍ବା ଏହାଠାରୁ ଊର୍ଦ୍ଧ୍ୱ ରନ କରିବାର...

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ...

ଦଳରେ ନେବା ପୂର୍ବରୁ ଦଶଥର ଭାବିଥିଲେ ଚୟନକର୍ତ୍ତା, ଏବେ ବିରୋଧୀ ବୋଲରଙ୍କ ସହ ଲଢ଼ୁଛନ୍ତି ସେହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ନୂଆଦିଲ୍ଲୀ,୬।୮: ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳରେ କାହାକୁ କାହାକୁ ଜାଗା ମିଳିବ ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ...

ପ୍ରଜ୍ଞାନନ୍ଦ, ନନ୍ଦିଧାଙ୍କୁ ଟାଇଟଲ

ନୂଆଦିଲ୍ଲୀ, ୪ା୧୧ (ପି.ଟି.):ଏସିଆନ କଣ୍ଟିନେଣ୍ଟାଲ ଚେସ୍‌ ଚାମ୍ପିୟନଶିପ୍‌ରେ ଟପ୍‌ ସିଡ୍‌ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦ ଓ ପି.ଭି. ନନ୍ଦିଧା ଯଥାକ୍ରମେ ଓପନ୍‌ ଓ ମହିଳା...

ପାଣ୍ଡ୍ୟାଙ୍କୁ ୨ ସପ୍ତାହ ଦିଅନ୍ତୁ, ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର କରିଦେବି: ବିସିସିଆଇକୁ କହିଲେ ଏହି ପାକିସ୍ତାନୀ କ୍ରିକେଟର

ଇସଲମାବାଦ୍‌, ୨୮।୬: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଏପର୍ଯ୍ୟନ୍ତ ଅପରାଜୟ ରହିଛି। ଭାରତର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଲରାଉଣ୍ଡର...

Advertisement
Archives

Model This Week