Posted inଖେଳ

ଟୋକିଓ ଅଲିମ୍ପିକ୍ସ: ଭ୍ୟାକ୍ସିନକୁ ବ୍ୟାକ୍‌ଙ୍କ ଗୁରୁତ୍ୱ

ଟୋକିଓ, ୧୮ା୧୧ (ଏପି)-କରୋନା ପାଇଁ ସ୍ଥଗିତ ରହିଥିବା ଅଲିମ୍ପିକ୍ସ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଆରମ୍ଭ ହୋଇ ପାରିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ସଭାପତି ଥୋମାସ ବ୍ୟାକ୍‌ ଦୃଢତାର ସହିତ କହିଛନ୍ତି। ବ୍ୟାକ୍‌ ଚଳିତସପ୍ତାହରେ ଟୋକିଓ ଟୁର୍‌ରେ ଅଛନ୍ତି। ଯଦି ଉପଲବ୍ଧ ହୁଏ ତେବେ ଟୋକିଓ ଆସିବା ପୂର୍ବରୁ ଅଲିମ୍ପିକ୍ସର ସମସ୍ତ ଅଂଶଗ୍ରହଣକାରୀ ଏବଂ ପ୍ରଶଂସକ ଭ୍ୟାକ୍‌ସିନ ନେଇ ପାରିଲେ ଭଲ। ଜାପାନରେ କୋଭିଡ୍‌ ତୁଳନାତ୍ମକ ଭାବେ ନିୟନ୍ତ୍ରଣରେ ଅଛି। ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ପାଖାପାଖି ୧,୯୦୦ ରହିଛି। ତେବେ ବିଳମ୍ବରେ ବିଶେଷ କରି ଟୋକିଓ ଏବଂ ହୋକାଇଦୋରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ବ୍ୟାକ୍‌ ମଙ୍ଗଳବାର ଟୋକିଓ ବେ’ରେ ରହିଥିବା ଆଥଲେଟ୍ସ ଭିଲେଜ ପରିଦର୍ଶନରେ ଯାଇଥିଲେ। ସେଣ୍ଟ୍ରାଲ ଟୋକିଓରେ ନବ ନିର୍ମିତ ନ୍ୟାଶନାଲ ଷ୍ଟାଡିୟମ ବୁଲି ଦେଖିଥିଲେ। ଏହା ସ୍ପଷ୍ଟ ଯେ, ସମସ୍ତ ଆଥଲେଟ୍‌ ଭ୍ୟାକ୍ସିନ ନେବାକୁ ଚାହିଁବେ ନାହିଁ। କେତେକ ଏହା ତାଙ୍କ ବ୍ୟକ୍ତିଗତ ଇଚ୍ଛା ବୋଲି ଭାବିବେ। ଅସୁସ୍ଥ ହେବା ଆଶଙ୍କାରେ କେତେଜଣ ଭ୍ୟାକ୍ସିନ ନେବାକୁ ଭୟ କରିବେ। କାରଣ ଏହାଦ୍ୱାରା ସେମାନେ ହୁଏତ ଅଲିମ୍ପିକ୍ସରେ ଅଂଶଗ୍ରହଣ ସୁଯୋଗରୁ ବଞ୍ଚତ୍ତ ହୋଇ ପାରନ୍ତି। ବ୍ୟାକ୍‌ କହିଛନ୍ତି, କେବଳ ବ୍ୟକ୍ତିଗତ ଭାବେ ଭ୍ୟାକ୍ସିନ ନେଇଗଲେ ହେବ ନାହିଁ। ଏଥିଲାଗି ଅନ୍ୟମାନଙ୍କୁ ଉତ୍ସାହିତ କରିବାକୁ ପଡ଼ିବ। ଟୋକିଓରେ ସୁସ୍ଥ ଓ ଯୁବ ଆଥଲେଟମାନଙ୍କ ଅପେକ୍ଷା ନର୍ସ, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଭ୍ୟାକ୍ସିନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି। ଗେମ୍ସ ପାଇଁ ଜାପାନକୁ ପ୍ରାୟ ୧୧,୦୦୦ ଅଲିମ୍ପିକ ଆଥଲେଟ, ୧୦ହଜାର ଅଫିସିଆଲ ଜଜ୍‌, ଭିଆଇପି ଏବଂ ମିଡିଆ ଓ ବ୍ରଡ୍‌କାଷ୍ଟର ଆସିବେ। ଗେମ୍ସ ସ୍ଥଳରେ କୌଣସି ଆଥଲେଟ ପଜିଟିଭ ଚିହ୍ନଟ ହେଲେ ତାଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣରୁ ବଞ୍ଚତ୍ତ କରାଯିବ ବୋଲି ଟୋକିଓ ଅଲିମ୍ପିକ ଅଫିସିଆଲ ଓ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri