ଟୋକିଓ, ୨୫ା୧୨ (ଏପି)-ଟୋକିଓ ଅଲିମ୍ପିକ୍ସର ସମସ୍ତ ୬୮ ଘରୋଇ ପ୍ରାୟୋଜକ ସେମାନଙ୍କ ଚୁକ୍ତି ମିଆଦକୁ ଆସନ୍ତା ବର୍ଷକୁ ବୃଦ୍ଧି କରିବା ଲାଗି ରାଜି ହୋଇଛନ୍ତି। ଗେମ୍ସର ଆୟୋଜକଗଣ ଗୁରୁବାର ଏ ବିଷୟରେ ସୂଚନା ଦେଇଛନ୍ତି। କୋଭିଡ୍ ପାଇଁ ସ୍ଥଗିତ ରହିଥିବା ଟୋକିଓ ଅଲିମ୍ପିକ୍ସକୁ ଆସନ୍ତା ବର୍ଷ ଘୁଞ୍ଚାଇ ଦିଆଯାଇଛି। ବିଳମ୍ବ ଯୋଗୁ ବଜେଟ ବୃଦ୍ଧି ପାଇବା ସ୍ବାଭାବିକ। ନୂତନ ଆର୍ଥିକ ଅବଦାନ ଯୋଗୁ ୨୨ ବିଲିୟନ ୟେନ ଅବା ୨୧୦ ନିୟୁତ ଡଲାର ବୃଦ୍ଧି ପାଇଥିବା ଜାପାନ ଆୟୋଜକ କମିଟି ସଭାପତି ୟୋଶିରୋ ମୋରି କହିଛନ୍ତି। ଘରୋଇ ପ୍ରାୟୋଜକମାନେ ଇତିମଧ୍ୟରେ ରେକର୍ଡ ୩.୩ ବିଲିିୟନ ଦେଇ ସାରିଛନ୍ତି। ନୂଆ ଆର୍ଥିକ ଅବଦାନ ଏହାର ପରିମାଣ ୩.୫ ବିଲିୟନ ଡଲାରକୁ ଅତିକ୍ରମ କରିଯାଇଛି। ଯେକୌଣସି ଅଲିମ୍ପିକ୍ସ ତୁଳନାରେ ଟୋକିଓ ଗେମ୍ସରେ ୨ରୁ ୩ ଗୁଣା ଅଧିକ ଖର୍ଚ୍ଚ ହେଉଛି। ଆୟୋଜକ କମିଟି ସିଇଓ ତୋଶିରୋ ମୁତୋ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ବହୁ କମ୍ପାନୀଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ଏହା ସତ୍ତ୍ୱେ ସେମାନେ ନୂଆ ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯାଇ ନାହିଁ। କରୋନା ଯୋଗୁ ଗେମ୍ସକୁ ଘୁଞ୍ଚାଇ ଦିଆଯିବାରୁ ଅଫିସିଆଲ ବଜେଟ ୨.୮ବିଲିୟନ ବୃଦ୍ଧି ପାଇ ୧୫.୪ ବିଲିୟନ ଡଲାରରେ ପହଞ୍ଚତ୍ଛି। ସରକାରୀ ଅଡିଟ୍ରେ କୁହାଯାଇଛି ଟୋକିଓ ଗେମ୍ସର ମୋଟ ଖର୍ଚ୍ଚ ୨୫ ବିଲିୟନ ଡଲାର ପାଖାପାଖି ପହଞ୍ଚତ୍ୟାଇପାରେ। ଏଥିରେ ସାଧାରଣ ଜନତାଙ୍କର ୬.୭ ବିଲିୟନ ଡଲାର ରହିଛି।
ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ
ଶେନ୍ଝେନ୍,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍…
ପାକ୍ ଖେଳାଳିଙ୍କ ଫୋନ୍ ଜବତ କଲା ପିସିବି, କାହିଁକି ଜାଣନ୍ତୁ…
ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…
ଟିମ୍ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା
ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…
ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ
ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…
ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ
ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…
ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!
ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…
ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ
ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…
ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ
ଦୁବାଇ,୫ା୯: ମହିଳା ଏସିଆ କପ୍ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…
Archives

