Posted inଜାତୀୟ

ସୋସିଆଲିଜିମ ହାତ ଧରିଲେ ମମତା ବାନାର୍ଜୀ

ଚେନ୍ନାଇ,୧୩।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବାମ ପନ୍ଥୀ ରାଜନୀତିରେ ଚିରପ୍ରତିଦ୍ୱନ୍ଦ୍ୱୀ ଅଟନ୍ତି। କିନ୍ତୁ ମମତାଙ୍କ ନାମଧାରୀ କନ୍ୟା ତାମିଲନାଡୁ ସାଲେମଠାରେ ସୋସିଆଲିଜିମ ନାମକ ଯୁବକଙ୍କୁ ବିବାହ କରିଛନ୍ତି।

ଇଂରାଜୀ ସାହିତ୍ୟରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ପି. ମମତା ବାନାର୍ଜୀଙ୍କ ପରିବାର କଂଗ୍ରେସର ଏକ ବଡ଼ ସମର୍ଥକ। ତୃଣମୂଳ କଂଗ୍ରେସ ସୁପ୍ରିମୋ ଯେତେବେଳେ କଂଗ୍ରେସରେ ଥିଲେ ତାଙ୍କ ଉପରେ ଝିଅର ନାମ ରଖିଥିଲେ ମମତାଙ୍କ ବାପା ମା’। ଅନ୍ୟପକ୍ଷରେ ୨୯ ବର୍ଷୀୟ ବର ବିକମ୍‌ରେ ଡଗ୍ରୀ ହାସଲ କରିଛନ୍ତି। ସେ ରୂପା ଆଙ୍କଲେଟ୍‌ର ବ୍ୟବସାୟ କରନ୍ତି। ତାଙ୍କ ବାପା ଏ. ମୋହନ ସିପିଆଇର ସାଲେମ ଜିଲାର ସମ୍ପାଦକ। ସୋଭିଏଟ୍‌ ୟୁନିଅନ ଖଣ୍ଡବିଖଣ୍ଡିତ ହେବା ପରେ ପୁଅର ନାମ ସୋସିଆଲିଜିମ ରଖିଥିଲେ। ତାଙ୍କର ଆଉ ଦୁଇଟି ପୁଅ ଅଛନ୍ତି। ସେମାନେ ହେଲେ କମ୍ୟୁନିଜିମ ଓ ଲେନିନିଜିମ। ପିଲାଙ୍କ ନାମ ଏଭଳି ରଖିବେ ପାଇଁ ସେ ବିବାହ ପୂର୍ବରୁ ନିଷ୍ପତ୍ତି ନେଇସାରିଥିଲେ।

ତେବେ ନାମ ସହ ଜଡ଼ିତ ରାଜନୈତିକ ଚିରପ୍ରତିଦ୍ୱନ୍ଦ୍ୱିତା ସେମାନଙ୍କୁ ପ୍ରଭାବିତ କରେନାହିଁ। ଆମେ ଏକାଠି ହୋଇଥିବାରୁ ବେଶ୍‌ ଖୁସୀ। ଭଲ ଓ ଖରାପ ସମୟରେ ଆମେ ପରସ୍ପର ସହ ଛିଡ଼ା ହେବୁ। ଯାହା ହେଉ ନା କାହିଁକି, ଆମେ ପୂରା ଜୀବନ ଏକାଠି ରହିବୁ ବୋଲି ସୋସିଆଲିଜିମ କହିଛନ୍ତି। ଏହି ବିବାହ ଉତ୍ସବରେ ତାମିଲନାଡୁର ସିପିଆଇ ମୁଖ୍ୟ ଆର. ମୁଥାରାସାନ ଓ ଦଳୀୟ ଏମ୍‌ପି କେ. ସୁବାରାୟାନ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ମୋତେ ଭୋଟ୍‌ ଦିଅ, ମୁଁ ତୁମକୁ…

ନୂଆଦିଲ୍ଲୀ,୨୦ା୪: ଲୋକ ସଭା ନିର୍ବାଚନ ପ୍ରଚାର ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ଫସିଛନ୍ତି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର। ତାଙ୍କ ବିରୋଧରେ ପୋଲିସ...

‘କେଜ୍‌ରିଓ୍ବାଲଙ୍କୁ ଧୀର ମୃତ୍ୟୁ ଦିଆଯାଉଛି’

ନୂଆଦିଲ୍ଲୀ,୨୦।୪: ମଦ ଦୁର୍ନୀତି ମାମଲାରେ ତିହାର ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଦେହରେ ମଧୁମେହ ସ୍ତର ବୃଦ୍ଧି ନେଇ ରାଜନୀତି ସରଗରମ ରହିଛି। ଗୋଟିଏ...

କଂଗ୍ରେସକୁ ବଡ଼ ଝଟ୍‌କା, ହାତ ଛାଡି ପଦ୍ମ ଧରିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ

ନୂଆଦିଲ୍ଲୀ, ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଲାଗିଲା ବଡ ଝଟକା। ହାତ ଛାଡିଲେ ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ। ହାତ ଛାଡିଛନ୍ତି ହିମାଚଳ ପ୍ରଦେଶ କଂଗ୍ରେସ...

Featured Video Play Icon

ମାର୍କେଟକୁ ଆସିଲା ଏସି ହେଲମେଟ୍‌, ଦାମ୍‌ ମାତ୍ର ଏତିକି…

ନୂଆଦିଲ୍ଲୀ,୨୦।୪: କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅସହ୍ୟ ତାତିକୁ ନିଆଁବର୍ଷା ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ବାହାରେ ହେଉ କି...

‘ଯେମିତି କଂଗ୍ରେସ ରାଜକୁମାର ଆମେଠି ଛାଡ଼ିଛନ୍ତି, ଓ୍ବାୟନାଡ ବି ଛାଡ଼ିବେ’

ନୂଆଦିଲ୍ଲୀ,୨୦।୪: ମହାରାଷ୍ଟ୍ରର ନନ୍ଦେଡ଼ରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। କଂଗ୍ରେସର ରାଜକୁମାରଙ୍କୁ ଓ୍ବାୟନାଡ଼ରେ ବିପଦ...

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପାରେ ସାମିଲ ହେବେ ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ନେତା ତାଜିନ୍ଦର ସିଂ

ସିମ୍‌ଲା,୨୦।୪: ହିମାଚଳ ପ୍ରଦେଶରେ କଂଗ୍ରେସକୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ପ୍ରଭାରୀ ସଚିବ ତଥା ପ୍ରିୟଙ୍କା ଗାନ୍ଧୀଙ୍କ ପାଖଲୋକ କୁହାଯାଉଥିବା ତାଜିନ୍ଦର ସିଂ ବିଟ୍ଟୁ ଦଳରୁ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅମିତ ଶାହାଙ୍କ ବଡ଼ ବୟାନ: ବିରୋଧୀଙ୍କୁ ବି ମିଳିଛି ଇଲେକ୍ଟୋରାଲ ବଣ୍ଡ…

ନୂଆଦିଲ୍ଲୀ,୨୦।୪: ଇଲେକ୍ଟୋରାଲ ବଣ୍ଡକୁ ନେଇ ଦେଶରେ ଉତ୍ତେଜନା ଦେଖାଦେଇଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ କ୍ରମାଗତ ପ୍ରଶ୍ନ ଉଠାଉଛନ୍ତି। ବର୍ତ୍ତମାନ ବିରୋଧୀଙ୍କ ଅଭିଯୋଗକୁ ବିରୋଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri