ଆଜିର ବିଦ୍ୟାଳୟ ଶିକ୍ଷା

ଡ. ଅରୁନ୍ଧତୀ ଦେବୀ

ଭାରତରେ ଶିକ୍ଷା ବ୍ୟବସ୍ଥା ଅନ୍ୟାନ୍ୟ ସଭ୍ୟ ରାଷ୍ଟ୍ର ଅପେକ୍ଷା ବଡ଼ ବିଚିତ୍ର। ଏଥିରେ ଭାରତୀୟ ସମ୍ବିଧାନ ପରି ବିଭିନ୍ନ ଦେଶର ଶିକ୍ଷା ବ୍ୟବସ୍ଥାକୁ ମିଶେଇ ଶିକ୍ଷାନୀତି ତିଆରି ହୁଏ। ସ୍ବାଧୀନତା ପରଠାରୁ ଏଯାଏ ଶିକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ କମିଶନ ଗଠନ କରାଯାଇଛି। କିନ୍ତୁ ସେହି କମିଶନରେ ଥିବା ସୁପାରିସକୁ ବିଭିନ୍ନ ସମୟରେ ସରକାର ଆଂଶିକ ଭାବେ ଗ୍ରହଣ କରିଛନ୍ତି ସିନା ପୂର୍ଣ୍ଣମାତ୍ରାରେ ଗ୍ରହଣ କରିନାହାନ୍ତି। ଆଗରୁ ଶିକ୍ଷା ବ୍ୟବସ୍ଥା ଓ ଏହାର ପାଠ୍ୟଖସଡ଼ା ରାଜ୍ୟ ସରକାରଙ୍କର ପୂର୍ଣ୍ଣ ନିୟନ୍ତ୍ରଣରେ ଥିଲା। ଅର୍ଥାତ୍‌ ସମ୍ବିଧାନ ସ୍ବୀକୃତ ଯେଉଁ ତିନୋଟି ତାଲିକା ଯଥା କେନ୍ଦ୍ର ସରକାରଙ୍କ ତାଲିକା, ରାଜ୍ୟ ସରକାରଙ୍କ ତାଲିକା ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତାଲିକା (କନ୍‌କରେଣ୍ଟ ତାଲିକା) ରହିଛି, ଏବେ ଶିକ୍ଷା ବ୍ୟବସ୍ଥା କନ୍‌କରେଣ୍ଟ ତାଲିକାକୁ ଚାଲିଆସିଛି। ଏହା ସତ୍ତ୍ୱେ ବିଭିନ୍ନ ରାଜ୍ୟରେ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ଶିକ୍ଷା ପର୍ଯ୍ୟନ୍ତ ବିବିଧତା ରହିଛି। ଏହା ଫଳରେ ଶିକ୍ଷା ବ୍ୟବସ୍ଥାରେ ସ୍ବାଧୀନତା ସହିତ ସ୍ବେଚ୍ଛାଚାରିତା ମଧ୍ୟ ବଢ଼ିଛି। କେତେବେଳେ କେନ୍ଦ୍ର ସରକାର ନିଜର ଚିନ୍ତାଧାରା ରାଜ୍ୟଗୁଡ଼ିକ ଉପରେ ଲଦି ଦେବାକୁ ଚାହୁଁଥିବା ବେଳେ ଅନ୍ୟ ସମୟରେ ରାଜ୍ୟଗୁଡ଼ିକ ତାହାକୁ ଗ୍ରହଣ କରୁନଥିବା ଉଦାହରଣ ଦେଖାଯାଇଛି। ଫଳରେ ସମଗ୍ର ଦେଶ ପାଇଁ ଏକ ନିର୍ଦ୍ଦିଷ୍ଟ ଶିକ୍ଷା ବ୍ୟବସ୍ଥା ଏଯାଏ ହୋଇପାରିଲା ନାହିଁ। ନ ହେବାଟା ବି ଏକ ପ୍ରକାର ଭଲ ବ୍ୟବସ୍ଥା। କାରଣ ଶିକ୍ଷା ବ୍ୟବସ୍ଥା କୌଣସି ଏକ ସାମରିକ ବ୍ୟବସ୍ଥା ନୁହେଁ ଯେ ଜଣକ ନିର୍ଦ୍ଦେଶକୁ ଶହ ଶହ ଲୋକ ବିନା ପ୍ରତିବାଦରେ ପାଳନ କରିବେ। ଏଠାରେ ଗୋଟିଏ ଛୋଟ ଉଦାହରଣ ଦେଲେ ଠିକ୍‌ ହେବ। ଦିନେ ବିଶିଷ୍ଟ ଇଂଲିଶ୍‌ ଲେଖକ ଥୋମାସ୍‌ ଏଡିସନ୍‌ ତାଙ୍କ ସାନ ପୁଅ ସହ ପ୍ରାତଃ ଭ୍ରମଣ କରୁଥିବା ବେଳେ ଡ୍ରିଲ୍‌ କରୁଥିବା ଏକ ମିଲିଟାରୀ କ୍ୟାଣ୍ଟନ୍‌ମେଣ୍ଟ ପାର୍ଶ୍ୱରେ ଯାଉଥିଲେ। ସେଠି ଗୋଟିଏ କମାଣ୍ଡରଙ୍କ ନିର୍ଦ୍ଦେଶରେ ଶହ ଶହ ସୈନିକ ପରିଚାଳିତ ହେଉଥିଲେ। ଏହା ଏଡିସନ୍‌ଙ୍କ ପୁତ୍ରକୁ ଆଶ୍ଚର୍ଯ୍ୟ କରିଦେଇଥିଲା। ସୈନିକମାନଙ୍କୁ ଦେଖି ପୁଅ ବାପାଙ୍କୁ ପଚାରିଲା- ବାପା, ସେମାନେ ବୋଧେ ଦିନେ ମଣିଷ ଥିଲେ। ଏହା ହେଉଛି ବିକଶିତ ମଣିଷର ସ୍ବାଧୀନତା।
ଯେଉଁ ଶିକ୍ଷା ବ୍ୟବସ୍ଥା ବ୍ୟକ୍ତି ସ୍ବାଧୀନତା ଓ ଚିନ୍ତନର ସୁଯୋଗ ଦେଇଥାଏ, ତାହା ଭାରତରେ ଆଜି ଚରମ ବିଭ୍ରାନ୍ତିକର ଅବସ୍ଥା ଦେଇ ଗତିକରୁଛି। ଅଧିକାଂଶ ସ୍ଥାନରେ ମୁଖ୍ୟତଃ ପ୍ରାଥମିକ ସ୍ତରରୁ ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନର ମାନକ ପ୍ରତି ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କର ଭରସା ରହୁନାହିଁ। ସେଥିପାଇଁ ବିଭିନ୍ନ ପ୍ରକାର ମାଧ୍ୟମର ସ୍କୁଲ ଓ କଲେଜ ଖୋଲା ଯାଉଛି। ତଥାପି ଏସବୁ ଉପରେ ଭରସି ପାରୁନାହାନ୍ତି ଅଭିଭାବକ ଓ ଛାତ୍ରମାନେ। ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଯାହା, ସେଥିରେ ତ ମୋଟେ ଭରସି ହେବନାହିଁ। ଫଳରେ ମାତାପିତା ଓ ଅଭିଭାବକମାନେ ଘରୋଇ ଟ୍ୟୁଶନ୍‌ ଓ କୋଚିଂ ଉପରେ ନିର୍ଭର କରୁଛନ୍ତି। କୋଚିଂ ସେଣ୍ଟର ଓ ଟ୍ୟୁଶନ ମାଷ୍ଟରଙ୍କ ସଂଖ୍ୟା ପ୍ରତ୍ୟେକ ରାଜ୍ୟରେ ଏତେମାତ୍ରାରେ ବଢ଼ିଯାଇଛି ଯେ, ଏହା ଏକ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ବା ଛାୟା ଶିକ୍ଷା ବ୍ୟବସ୍ଥାର ଭ୍ରମ ସୃଷ୍ଟି କରୁଛି। ଆଗରୁ ସହରଗୁଡ଼ିକରେ କାଁ ଭଁା ଟ୍ୟୁଶନ୍‌ ଓ କୋଚିଂ ସେଣ୍ଟର ଥିଲା। ଏବେ ଏହା ବ୍ୟାପୀ ବ୍ଲକ ଏବଂ ପଞ୍ଚାୟତ ସ୍ତରକୁ ଗଲାଣି। କୋଚିଂ, ଟ୍ୟୁଶନଗୁଡ଼ିକର ପ୍ରଭାବ ଏତେମାତ୍ରାରେ ବଢ଼ିଯାଇଛି ଯେ ଗୋଟିଏ ମେଧାବୀ ଛାତ୍ର ମଧ୍ୟ ଟ୍ୟୁଶନ ନ ପଢ଼ିଲେ ଭଲ ମାର୍କ ରଖିପାରିବ ନାହିଁ ବୋଲି ସନ୍ଦେହ କରୁଛୁ। ତେଣୁ ମାତାପିତା ଓ ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଏହା ଏକ ମାନିଆରେ ପରିଣତ ହୋଇଯାଇଛି। ଫଳରେ ମାତାପିତାମାନଙ୍କର ସନ୍ତାନମାନଙ୍କ ଶିକ୍ଷା ପାଇଁ ବ୍ୟୟବରାଦ ବହୁଳ ଭାବରେ ବୃଦ୍ଧି ପାଉଛି। ଏପଟେ ସ୍କୁଲ ଓ କଲେଜରେ ପଢ଼ିବା ପାଇଁ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅନ୍ୟପକ୍ଷରେ କୋଚିଂ ଓ ଟ୍ୟୁଶନ ପାଇଁ ମଧ୍ୟ ଚଢ଼ା ଦରରେ ଟଙ୍କା ଖର୍ଚ୍ଚ ହେଉଛି। ଏହା ପାରିବାରିକ ଖର୍ଚ୍ଚକୁ ବଢ଼ାଉଛି। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ରିପୋର୍ଟ ଅନୁସାରେ ଏବେ ଦେଶର ୭.୧ କୋଟି ଛାତ୍ରୀଛାତ୍ର ଘରୋଇ ଟ୍ୟୁଶନ ଓ କୋଚିଂ ଉପରେ ନିର୍ଭର କରୁଛନ୍ତି। ସେଥିରୁ ଛାତ୍ରସଂଖ୍ୟା ହେଲେ ୪.୧ କୋଟି ଏବଂ ଛାତ୍ରୀସଂଖ୍ୟା ୩ କୋଟି। ଏହା ହେଉଛି ଦେଶର ସମୁଦାୟ ଛାତ୍ରୀଛାତ୍ର ସଂଖ୍ୟାର ଶତକଡ଼ା ୨୬ ପ୍ରତିଶତ। ଏଥିରେ ପରିବାର ଉପରେ ଆର୍ଥିକ ବୋଝ ୧୧%ରୁ ୧୨% ବଢ଼ିଛି। ଧନୀ ଘର ସିନା ଏହି ଆର୍ଥିକ ବୋଝକୁ ସମ୍ଭାଳି ପାରିବ, ଗରିବ ଲୋକଟିଏ ତାହା କରିପାରିବ କିପରି! ତଥାପି ଘରୋଇ ଟ୍ୟୁଶନ୍‌ର ମାନସିକ ରୋଗ ଏଭଳି ବ୍ୟାପିଛି ଯେ, ଗରିବ ପରିବାରଟି ମଧ୍ୟ ନିଜ ପିଲାର ଭବିଷ୍ୟତ ପାଇଁ ଏଥିରୁ ମୁକ୍ତ ହୋଇପାରୁନି। କାରଣ ଧନୀମାନଙ୍କ ପରି ତାହାର ବି ଗୋଟେ ସ୍ବପ୍ନ ଅଛି ଭଲ ଶିକ୍ଷା ପାଇ ବଡ଼ ହେଲେ ତା’ର ଭବିଷ୍ୟତ ଉଜ୍ଜ୍ୱଳ ହେବ। ଗ୍ରାମାଞ୍ଚଳ ଅତିଗରିବ ୨୦% ଲୋକମାନଙ୍କ ମଧ୍ୟରୁ ୧୭% ପିଲା କୋଚିଂ ନେଉଥିବାବେଳେ ଧନୀମାନଙ୍କ ମଧ୍ୟରୁ ୨୫% ପିଲା ଏଥିରେ ସାମିଲ ହେଉଛନ୍ତି। ଏକ ଆକଳନ ଅନୁଯାୟୀ, ତ୍ରିପୁରା ରାଜ୍ୟରେ ୮୧% ପିଲା କୋଚିଂ ନେଉଥିବା ବେଳେ ପଶ୍ଚିମବଙ୍ଗରେ ଏହା ୭୮% ରହିଛି। ସେଥିରୁ ଅଧିକାଂଶ ସ୍କୁଲ ସରକାରଙ୍କ ଦ୍ୱାରା ପରିଚାଳିତ। ଏବେ ଅବସ୍ଥା ଏପରି କାହିଁକି ହୋଇଛି ମୁଖ୍ୟତଃ ସରକାରୀ ବିଦ୍ୟାଳୟଗୁଡ଼ିକର। ଏହାର ମୁଖ୍ୟ କାରଣ ହେଲା, ଉକ୍ତ ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା କୁହାଯାଉଛି। ଏଥିପାଇଁ ନିକଟ ଅତୀତରେ ଉତ୍ତର ପ୍ରଦେଶର ଏକ ବିଚାରାଳୟ ରାୟ ଦେଇଥିଲେ ଯେ, ସାଂସଦ ଓ ବିଧାୟକମାନଙ୍କଠାରୁ ଆରମ୍ଭ କରି ସବୁ ସରକାରୀ କର୍ମଚାରୀଙ୍କ ପିଲାମାନେ ସରକାରୀ ବିଦ୍ୟାଳୟରେ ପଢ଼ିବା ପାଇଁ ବାଧ୍ୟ। ଉଦ୍ଦେଶ୍ୟ ଥିଲା, ସେମାନେ ପଢ଼ିଲେ ଉକ୍ତ ବିଦ୍ୟାଳୟଗୁଡ଼ିକରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିବ। ଓଡ଼ିଶାରେ ତ ବର୍ଷରୁ ଦୁଇ ଶହ ଦିନ ଶିକ୍ଷକମାନେ ବିଭିନ୍ନ ଦାବିରେ ଧର୍ମଘଟରେ ସଂପୃକ୍ତ ହୋଇ ଲୋୟର ପିଏମ୍‌ଜି ଛକରେ ମେଳା ଜମାଉଛନ୍ତି। ରାଜରାସ୍ତାରେ ସେମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରୁଛନ୍ତି। କୋଉଠି ଗୁଣାତ୍ମକ ଶିକ୍ଷକ ନାହାନ୍ତି ତ କେଉଁଠି ଶିକ୍ଷକମାନେ ସ୍କୁଲକୁ ଆସୁନାହାନ୍ତି। ଶିକ୍ଷକମାନଙ୍କ ବଦଳି ଓ ଶିକ୍ଷାୟତନରେ ରାଜନୈତିକ ହସ୍ତକ୍ଷେପ ନେଇ ଅନେକ ସମୟରେ ଅଭିଯୋଗ ମଧ୍ୟ ହୁଏ। ଏପରି ସନ୍ଧିକ୍ଷଣ ସମୟରେ ଅନେକ ମାତାପିତା ବାଧ୍ୟ ହୋଇଥାଆନ୍ତି ନିଜ ପିଲାମାନଙ୍କର ଭବିଷ୍ୟତ ପାଇଁ ଘରୋଇ ଟ୍ୟୁଶନ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିବାକୁ।
ମୋ: ୯୯୩୭୧୭୨୮୧୦


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri