Posted inଖେଳ

ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟରେ ରଶ୍ମିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୬।୪(କ୍ରୀଡ଼ା ପ୍ରତିନିଧି)-ଉତ୍ତର ପ୍ରଦେଶର ଲକ୍ଷ୍ନୌସ୍ଥିତ ଇନ୍ଦିରା ଗାନ୍ଧି ପ୍ରତିଷ୍ଠାନରେ ଗତ ୩ ଓ ୪ ତାରିଖ ଦୁଇଦିନଧରି ଅନୁଷ୍ଠିତ ଜାତୀୟ ଫେଡେରେଶନ କପ୍‌ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେ ୮୦ କେଜି ବର୍ଗରେ ପ୍ରଥମସ୍ଥାନ ଅଧିକାର କରି ଏହି ସଫଳତା ହାସଲ କରିଛନ୍ତି। ଏହାକୁ ମିଶାଇ ସେ ଫେଡେରେଶନ କପ୍‌ରେ ତୃତୀୟ ଥରପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଓଡ଼ିଶାର ଅନ୍ୟତମ ପ୍ରତିଯୋଗୀ ସତ୍ୟଜିତ ପ୍ରଅତିହାରୀ ୯୦ କେଜି ବର୍ଗରେ ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛନ୍ତି। ପୂର୍ବ ବର୍ଷ ମାନଙ୍କରେ ସତ୍ୟଜିତ ଫେଡେରେଶନ କପ୍‌ରେ କୃତୀତ୍ୱ ଅର୍ଜନ କରି ରାଜ୍ୟକୁ ଗର୍ବିତ କରିଥିଲେ ହେଁ ଏଥର ଆଶାନୁରୂପ ସଫଳତା ପାଇପାରି ନାହାନ୍ତି। ପ୍ରତିଯୋଗିତାରେ ଲଲାଟେନ୍ଦୁ ପାତ୍ର ଓ କାଳିକିଙ୍କର ପଟ୍ଟନାୟକ ଯଥାକ୍ରମେ ମ୍ୟାନେଜର ଓ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିଲେ। ରଶ୍ମିରଞ୍ଜନ ସୋମବାର ପ୍ରତ୍ୟାବର୍ତ୍ତନ କରିବା ଅବସରରେ ସ୍ଥାନୀୟ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ଓଡ଼ିଶା ବଲିବିଲ୍ଡିଂ ଆସୋସିଏଶନ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା। ଆସୋସିଏଶନ ସଭାପତି ସୁମିତ୍ରା ତ୍ରିପାଠୀ ଓ ସମ୍ପାଦକ ପ୍ରସନ୍ନ ମହାସୁଆର ତାଙ୍କ ଭବିଷ୍ୟତ କ୍ରୀଡ଼ା ଜୀବନର ଉନ୍ନତି ପାଇଁ କାମନା କରିଛନ୍ତି। ରଶ୍ମିରଞ୍ଜନ ଝାରସୁଗୁଡ଼ା ପୋଷ୍ଟାଲ ଡିଭିଜନରେ କାର୍ଯ୍ୟରତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

‘ତୁରନ୍ତ ବନ୍ଦ ହେଉ ଗୁଳିବିନିମୟ’, ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ!

ନୂଆଦିଲ୍ଲୀ, ୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଇସ୍ରାଏଲ ଏବଂ ଇରାନକୁ ଆକ୍ରମଣ ବନ୍ଦ କରିବାକୁ ଆହୱାନ କରିଛନ୍ତି। ଟ୍ରମ୍ପ ଟ୍ରୁଥ ସେସିଆଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri