Posted inଫୁରସତ

ଆଜି ବିଶ୍ୱ ମାତୃ ଦିବସ: ମା’ ଶବ୍ଦର ବିକଳ୍ପ ନାହିଁ

ଆଜି ହେଉଛି ବିଶ୍ୱ ମାତୃ ଦିବସ। ଏହା ପ୍ରତିବର୍ଷ ମେ’ ମାସର ଦ୍ୱିତୀୟ ରବିବାରରେ ପଡ଼େ। ତେଣୁ ଏହାର କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହି ଦୃଷ୍ଟିରୁ ଚଳିତବର୍ଷ ଏହା ୯ ତାରିଖ ଅର୍ଥାତ୍‌ ରବିବାର ପାଳନ କରାଯାଉଛି।

ମା’ ଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ପ୍ରତିଦିନ ଆମକୁ ଯିଏ ପ୍ରେରଣା ଦିଏ। କେଉଁଟା ଠିକ୍‌ କେଉଁଟା ଭୁଲ ଯିଏ ବାଟ ଦେଖାଏ ସେ ହେଉଛି ମା’। ଚିର ବନ୍ଦିତା ସେ। ପରିବାର ପ୍ରତି ମା’ଙ୍କ ଅବଦାନ କ’ଣ ତାହା ସମସ୍ତେ ଜାଣିଛନ୍ତି। ଏହା କାହାକୁ ଆଉ ବୁଝାଇବାକୁ ପଡ଼ିବନି। ମା’ ଅତୁଳନୀୟ। ପରିବାର ପ୍ରତି ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଅବଦାନ ଏବଂ ବଳିଦାନ ବିଷୟରେ ଚିନ୍ତା କରିବା ପାଇଁ ଏହି ଦିନଟି ଆସିଥାଏ। ଯଦିଓ ପ୍ରତିଦିନ ଏହି ଦିବସ ପାଳନ ପାଇଁ ବି ସେମାନେ ଯୋଗ୍ୟ ଅଟନ୍ତି। କିନ୍ତୁ ଆଜିର ଦିନଟି କେବଳ ମା’ଙ୍କ ପାଇଁ।

ଇତିହାସ କୁହେ, ଆଧୁନିକ ମାତୃ ଦିବସ ପ୍ରଥମେ ଆମେରିକାରେ ଆରମ୍ଭ ହୋଇଥିଲା। ଯେତେବେଳେ ଆନ୍ନା ଜାରଭିସ୍‌ ନାମକ ଜଣେ ମହିଳା ଏହି ଦିନଟିକୁ ସ୍ମରଣ କରିବାକୁ ଚାହୁଁଥିଲେ କାରଣ ତାଙ୍କ ମା’ ଏପରି ଇଚ୍ଛା ପ୍ରକାଶ କରିଥିଲେ।

ଯେତେବେଳେ ତାଙ୍କର ଦେହାନ୍ତ ହେଲା, ଜାରଭିସ ଏହି ପଦକ୍ଷେପ ଗ୍ରହଣ କଲେ ଏବଂ ତାଙ୍କ ମୃତ୍ୟୁର ତିନି ବର୍ଷ ପରେ ପ୍ରାୟ ୧୯୦୮ ମସିହାରେ ତାଙ୍କ ପାଇଁ ଏକ ସ୍ମୃତିଚାରଣ କରିଥିଲେ। ପଶ୍ଚିମ ଭର୍ଜିନିଆର ସେଣ୍ଟ ଆଣ୍ଡ୍ରୁ ମେଥୋଡିଷ୍ଟ ଚର୍ଚ୍ଚରେ ଏହା କରାଯାଇଥିଲା। କୁହାଯାଏ, ସେ ନିଜେ ଏଥିରେ ଯୋଗ ଦେଇ ନ ଥିଲେ, ଉପସ୍ଥିତ ଲୋକଙ୍କୁ ଏକ ଟେଲିଗ୍ରାମ ପଠାଇଥିଲେ। ସେହିଦିନଠାରୁ ଏହି ମାତୃ ଦିବସ ପାଳନ କରାଯାଇଆସୁଛି।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଜିର ଏହି କରୋନା ମହାମାରୀ ସମୟରେ ମା’ ପାଖରେ ରହିବା ନିହାତି ଆବଶ୍ୟକ। ମା’ର ସ୍ନେହ ମମତାରେ ସବୁ ଦୁଃଖକଷ୍ଟ ଭୁଲି ହୋଇଯାଏ। ମା’ ଥରେ ମୁଣ୍ଡରେ ହାତ ରଖିଦେଲେ ଦୁନିଆର କୌଣସି ଶକ୍ତି ଆପଣଙ୍କୁ ହରାଇ ପାରେନା। ଆଜିର ଦିନରେ ବିଶ୍ୱର ସମସ୍ତ ମା’ଙ୍କୁ କୋଟି କୋଟି ପ୍ରଣାମ।


Enter your email to get our daily news in your inbox.

All Right Reserved By Dharitri.Com

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ...

ଶରୀର ବାହାରେ ପେଟ

କ୍ୟାମ୍ବ୍ରିଜ୍‌ରେ ରହୁଥିବା କୁନି ଝିଅ ଲୌରେଲ୍‌ ଜନ୍ମରୁ ହିଁ ଚର୍ଚ୍ଚାରେ ଅଛନ୍ତି। ଚର୍ଚ୍ଚାର କାରଣ ହେଉଛି ତାଙ୍କ ଅଜବ ଶରୀର। ଜାଣି ଆଶ୍ଚର୍ଯ୍ୟ ହେବେ ଲୌରେଲ୍‌...

କରୋନା ଛୁଇଁ ପାରିନି ଏହି ଗାଁକୁ

କରୋନା ମହାମାରୀ ସମଗ୍ର ବିଶ୍ୱରେ ଏବେ ବି କାୟା ବିସ୍ତାର କରିଚାଲିଛି। ଏହି ଦୁଇବର୍ଷ ଭିତରେ ଅନେକ ଲୋକଙ୍କ ଜୀବନ ନେଇଛି କରୋନା। ପିଲାଙ୍କଠାରୁ ଆରମ୍ଭ...

୨୦୫୦ ବେଳକୁ ୨ଗୁଣା ଟପିବେ ମଧୁମେହ ରୋଗୀ

ନୂଆଦିଲ୍ଲୀ ଅନ୍ୟ ଦେଶ ତୁଳନାରେ ଭାରତରେ ଅଣ-ସଂକ୍ରାମକ ରୋଗର ମାତ୍ରା ଅଧିକ। ଦେଶର ୧୦.୧ କୋଟି ଲୋକ ମଧୁମେହ ଏବଂ ୧୩.୬ କୋଟି ଲୋକ ପ୍ରାଥମିକ...

କୁୁକୁଡ଼ାକୁ ପିଟି ପଳେଇ ଆସୁଥିଲେ, ପଛରୁ ଆସି ଦେଲା ପାନେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଆଗ୍ରହ ଆଗରେ ହାର୍‌ ମାନିଛି ସମସ୍ୟା

ଲକ୍ଷ୍ନୌ: ବୁର୍ଖାପିନ୍ଧା ମହିଳା କାନ୍ଧରେ ସ୍ବିଗୀ ବ୍ୟାଗ୍‌ ପକେଇ ଚାଲିଚାଲି ଯାଉଥିବାର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଫଟୋଟିକୁ ଦେଖିଲେ ଯେ...

ବିଲେଇ ଡେଇଁ ପଡ଼ିବାରୁ ଟିଭି ପଡ଼ି ୨ ବର୍ଷର ଶିଶୁ ମୃତ

ଚେନ୍ନାଇ, ୬।୯: ତାମିଲନାଡ଼ୁର ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ବିଲେଇ ଲାଗି ୨ ବର୍ଷର ନୀରିହ ଶିଶୁର ଜୀବନ ଚାଲିଯାଇଛି। ଦୁଇ...

୮ ବର୍ଷ ପରେ ପୂରଣ ହେଲା ସ୍ବପ୍ନ

ଦିଶପୁର୍‌: ନିଜ ସ୍ବପ୍ନ ପୂରଣ କରିବାକୁ ଲୋକେ ବହୁତ କିଛି କରିଥାନ୍ତି। ନିକଟରେ ଜଣେ ମଜୁରିଆ ୮ ବର୍ଷ ପରେ ତାଙ୍କ ସ୍ବପ୍ନକୁ ପୂରଣ କରିଛନ୍ତି।...

Advertisement
Archives

Model This Week