Posted inଫୁରସତ

ଆଜି ବିଶ୍ୱ ହେମୋଫିଲିଆ ଦିବସ

ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ ‘ହେମୋଫିଲିଆ’ ଅନ୍ୟତମ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଦିବସର ଥିମ୍‌ ରହିଛି- ‘ପରିବର୍ତ୍ତନକୁ ଗ୍ରହଣ କରି ନୂତନ ବିଶ୍ୱରେ ଦୀର୍ଘସ୍ଥାୟୀ ସେବାକୁ ଗୁରୁତ୍ୱ ଦେବା’। ଆମେ ପରସ୍ପର ମାନସିକ ସ୍ତରରେ ଏକାଠି ହୋଇ ଏହାର ପ୍ରତିକାର ନିମନ୍ତେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି; ଯଦ୍ଦ୍ବାରା ଉକ୍ତ ରୋଗରେ ପୀଡ଼ିତ ବହୁ ବ୍ୟକ୍ତି ଏହାର କୁପ୍ରଭାବରୁ ରକ୍ଷା ପାଇପାରିବେ।
ଏହି ରୋଗ ସମ୍ପର୍କରେ ଡା. ବସନ୍ତ କୁମାର ଷଡ଼ଙ୍ଗୀ କହନ୍ତି, ”ଚିକିତ୍ସା ଶାସ୍ତ୍ରର ଅଧ୍ୟୟନରୁ ଜଣାଯାଏ ଯେ, ଏହି ରୋଗ ଇଂଲଣ୍ଡର ଭିକ୍ଟୋରିଆ ରାଜ ପରିବାରରେ ପ୍ରଥମେ ଦେଖାଦେଇଥିଲା। ହେମୋଫିଲିଆର ଅର୍ଥ ‘ଅସ୍ବାଭାବିକ ରକ୍ତସ୍ରାବ’ ଅର୍ଥାତ୍‌, ମନୁଷ୍ୟ ଶରୀରର କୌଣସି ଅଙ୍ଗପ୍ରତ୍ୟଙ୍ଗରେ ଆଘାତ ହେବା କାରଣରୁ କ୍ଷତ ହେଲେ ଉକ୍ତ ସ୍ଥାନରୁ ଅଧିକ ତଥା ଦୀର୍ଘସମୟ ଧରି ରକ୍ତସ୍ରାବ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତ ଶୀଘ୍ର ଜମାଟ ବାନ୍ଧି ନ ଥାଏ। ସାଧାରଣ ମନୁଷ୍ୟଙ୍କଠାରେ କୌଣସି କ୍ଷତ ହେଲେ ନିର୍ଦ୍ଦିଷ୍ଟ ସମୟ ଭିତରେ ରକ୍ତସ୍ରାବ ସ୍ବାଭାବିକ ଭାବେ ବନ୍ଦ ହେଉଥିବାବେଳେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଏହା ଅସ୍ବାଭାବିକ ତଥା ଅନିର୍ଦ୍ଦିଷ୍ଟ ସମୟ ଯାଏ ରକ୍ତସ୍ରାବ ଦେଖାଦେଇଥାଏ। ହେମୋଫିଲିଆ ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ l ଏହା ଏକ ବଂଶାନୁକ୍ରମିକ ରୋଗ। ହେମୋଫିଲିଆ ରୋଗୀ ସର୍ବଦା ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ। ଭିଟାମିନ୍‌- ‘କେ’ଯୁକ୍ତ ଖାଦ୍ୟ ଖାଇବା ସହ କୌଣସି କାରଣରୁ ଶରୀର କ୍ଷତ ହେବାଠାରୁ ଦୂରେଇ ରହିବା ନିମନ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦୈନନ୍ଦିନ
କାର୍ଯ୍ୟ ତଥା ଗାଡ଼ି ମୋଟରରେ ଯାତାୟାତ ବେଳେ ସତର୍କ ରହିବା ଜରୁରୀ। ନିଜର ବୟସ ଅନୁଯାୟୀ ଓଜନ ଠିକ୍‌ ରଖିବା ସହ ଶରୀରର ଦୁର୍ବଳତା ଦୂର ପାଇଁ ସତର୍କ ରହିବା, ବ୍ଲଡପ୍ରେସର, ଡାଇବେଟିସ୍‌ ଆଦିଠାରୁ ଦୂରେଇ ରହିବା ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ। କୌଣସି କାରଣରୁ ଶରୀରରେ କ୍ଷତ ଘଟିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ l


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri