Posted inଫୁରସତ

ଆଜି ବିଶ୍ୱ ହେମୋଫିଲିଆ ଦିବସ

ପୃଥିବୀରେ ଦେଖାଯାଉଥିବା ଜଟିଳ ତଥା ବଂଶାନୁକ୍ରମିକ ରୋଗ ମଧ୍ୟରେ ‘ହେମୋଫିଲିଆ’ ଅନ୍ୟତମ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଏପ୍ରିଲ ୧୭ ତାରିଖକୁ ‘ବିଶ୍ୱ ହେମୋଫିଲିଆ ଦିବସ’ ଭାବରେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ଏହି ଦିବସର ଥିମ୍‌ ରହିଛି- ‘ପରିବର୍ତ୍ତନକୁ ଗ୍ରହଣ କରି ନୂତନ ବିଶ୍ୱରେ ଦୀର୍ଘସ୍ଥାୟୀ ସେବାକୁ ଗୁରୁତ୍ୱ ଦେବା’। ଆମେ ପରସ୍ପର ମାନସିକ ସ୍ତରରେ ଏକାଠି ହୋଇ ଏହାର ପ୍ରତିକାର ନିମନ୍ତେ ଜନସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି; ଯଦ୍ଦ୍ବାରା ଉକ୍ତ ରୋଗରେ ପୀଡ଼ିତ ବହୁ ବ୍ୟକ୍ତି ଏହାର କୁପ୍ରଭାବରୁ ରକ୍ଷା ପାଇପାରିବେ।
ଏହି ରୋଗ ସମ୍ପର୍କରେ ଡା. ବସନ୍ତ କୁମାର ଷଡ଼ଙ୍ଗୀ କହନ୍ତି, ”ଚିକିତ୍ସା ଶାସ୍ତ୍ରର ଅଧ୍ୟୟନରୁ ଜଣାଯାଏ ଯେ, ଏହି ରୋଗ ଇଂଲଣ୍ଡର ଭିକ୍ଟୋରିଆ ରାଜ ପରିବାରରେ ପ୍ରଥମେ ଦେଖାଦେଇଥିଲା। ହେମୋଫିଲିଆର ଅର୍ଥ ‘ଅସ୍ବାଭାବିକ ରକ୍ତସ୍ରାବ’ ଅର୍ଥାତ୍‌, ମନୁଷ୍ୟ ଶରୀରର କୌଣସି ଅଙ୍ଗପ୍ରତ୍ୟଙ୍ଗରେ ଆଘାତ ହେବା କାରଣରୁ କ୍ଷତ ହେଲେ ଉକ୍ତ ସ୍ଥାନରୁ ଅଧିକ ତଥା ଦୀର୍ଘସମୟ ଧରି ରକ୍ତସ୍ରାବ ହୋଇଥାଏ। କେବଳ ସେତିକି ନୁହେଁ, ରକ୍ତ ଶୀଘ୍ର ଜମାଟ ବାନ୍ଧି ନ ଥାଏ। ସାଧାରଣ ମନୁଷ୍ୟଙ୍କଠାରେ କୌଣସି କ୍ଷତ ହେଲେ ନିର୍ଦ୍ଦିଷ୍ଟ ସମୟ ଭିତରେ ରକ୍ତସ୍ରାବ ସ୍ବାଭାବିକ ଭାବେ ବନ୍ଦ ହେଉଥିବାବେଳେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ଏହା ଅସ୍ବାଭାବିକ ତଥା ଅନିର୍ଦ୍ଦିଷ୍ଟ ସମୟ ଯାଏ ରକ୍ତସ୍ରାବ ଦେଖାଦେଇଥାଏ। ହେମୋଫିଲିଆ ପୁରୁଷଙ୍କଠାରେ ଅଧିକ ଦେଖାଦେଇଥାଏ l ଏହା ଏକ ବଂଶାନୁକ୍ରମିକ ରୋଗ। ହେମୋଫିଲିଆ ରୋଗୀ ସର୍ବଦା ସନ୍ତୁଳିତ ଖାଦ୍ୟ ଖାଇବା ଜରୁରୀ। ଭିଟାମିନ୍‌- ‘କେ’ଯୁକ୍ତ ଖାଦ୍ୟ ଖାଇବା ସହ କୌଣସି କାରଣରୁ ଶରୀର କ୍ଷତ ହେବାଠାରୁ ଦୂରେଇ ରହିବା ନିମନ୍ତେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଦୈନନ୍ଦିନ
କାର୍ଯ୍ୟ ତଥା ଗାଡ଼ି ମୋଟରରେ ଯାତାୟାତ ବେଳେ ସତର୍କ ରହିବା ଜରୁରୀ। ନିଜର ବୟସ ଅନୁଯାୟୀ ଓଜନ ଠିକ୍‌ ରଖିବା ସହ ଶରୀରର ଦୁର୍ବଳତା ଦୂର ପାଇଁ ସତର୍କ ରହିବା, ବ୍ଲଡପ୍ରେସର, ଡାଇବେଟିସ୍‌ ଆଦିଠାରୁ ଦୂରେଇ ରହିବା ନିମନ୍ତେ ଯତ୍ନବାନ ହେବା ଆବଶ୍ୟକ। କୌଣସି କାରଣରୁ ଶରୀରରେ କ୍ଷତ ଘଟିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ l


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?