Posted inଫୁରସତ

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ଖବରକାଗଜ ବିକ୍ରିକୁ ନିଜର ପେସା ଭାବେ ଆପଣେଇଥିବା ହକରମାନେ ଖରା, ବର୍ଷା, ଶୀତକୁ ଖାତିର ନ କରି ବର୍ଷ ସାରା ନିଜର କର୍ତ୍ତବ୍ୟ ନିର୍ବାହ କରିଚାଲିଛନ୍ତି। ପାଠକଙ୍କ ନିକଟରେ ସକାଳୁ ଖବରକାଗଜ ପହଞ୍ଚାଇବାର ପ୍ରୟାସ କରି ସେମାନେ ସବୁଠି ପ୍ରିୟଭାଜନ ହୋଇପାରୁଛନ୍ତି।

ହକରମାନଙ୍କର ବହୁତ ସମସ୍ୟା ରହିଛି। କରୋନା ମହାମାରୀ ସମୟରେ ସରକାର ହକରମାନଙ୍କୁ ଆର୍ଥିକ ସାହାଯ୍ୟ ଦେଇଥିଲେ। ମାତ୍ର ବର୍ଷାଦିନେ ରେନି କୋଟ ଶୀତଦିନେ ଶୀତବସ୍ତ୍ର, ବାସସ୍ଥାନ ଓ ସ୍ବାସ୍ଥ୍ୟ ବୀମା ଆଦି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜିପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଲାନାହିଁ। ଏନେଇ ବାରମ୍ବାର ଚିଠି ଦିଆଯାଉଥିଲେ ମଧ୍ୟ ଉତ୍ତର ମିଳୁନାହିଁ। ସରକାରଙ୍କୁ ଅନୁରୋଧ କରୁଛୁ ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରନ୍ତୁ।
-ପ୍ରଭାସ ପ୍ରଧାନ, ଖବରକାଗଜ ବିକ୍ରେତା

ଖବରକାଗଜ ବିକ୍ରେତାମାନେ ବହୁ ସମସ୍ୟା ମଧ୍ୟରେ ରହିଆସୁଛନ୍ତି। ସରକାର ଆମମାନଙ୍କ ଉନ୍ନତି ପାଇଁ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବା ଆବଶ୍ୟକ। ଏବେ ଏକ ସଙ୍କଟ ଦେଖାଦେଇଛି। ଖବରକାଗଜ ବିକ୍ରି ପାଇଁ ପହଞ୍ଚିବା ପୂର୍ବରୁ ଲୋକେ ଇ-ପେପର ମୋବାଇଲରେ ପାଇଯାଉଛନ୍ତି। ଫଳରେ ଖବରକାଗଜ ବିକ୍ରି କମିବାରେ ଲାଗିଛି। ତେଣୁ ସକାଳ ୧୦ଟା ପରେ ଇ-ପେପର ଇଣ୍ଟରନେଟରେ ଛଡ଼ାଯାଉ। ଏଥିସହ ପିଡିଏଫ୍‌ ଫାଇଲ୍‌ ଶେୟାର ଉପରେ ରୋକ୍‌ ଲଗାଯାଉ। ଖବରକାଗଜ ପହଞ୍ଚିବାକୁ ପାଠକ ଅପେକ୍ଷା କରି ରହିବେ। ପୂର୍ବପରି ଖବରକାଗଜ ବିକ୍ରି ହେବ।
-ସନ୍ତୋଷ ମହାନ୍ତି, ଖବରକାଗଜ ବିକ୍ରେତା

 

୩୯ ବର୍ଷ ତଳେ ଖବରକାଗଜ ବିକ୍ରି ଆରମ୍ଭ କରିଥିଲି। ସେତେବେଳେ ରାତି ୧୨ଟା ଯାଏ ପାଠକମାନେ ଖଣ୍ଡେ ଖବରକାଗଜ ପାଇଁ ଅପେକ୍ଷା କରି ରହୁଥିଲେ। ଏବେ ଆଉ ସେ ସମୟ ନାହିଁ। ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିମୁହୂର୍ତ୍ତରେ ଖବର ପରିବେଷଣ କରୁଥିଲେ ବି ଖବରକାଗଜ ଭୂମିକା କିନ୍ତୁ ଅଲଗା। ଯେତେ ବାଧାବିଘ୍ନ ଆସିଲେ ବି ଖବରକାଗଜ ବିକ୍ରି ନିଶାରେ ପରିଣତ ହୋଇସାରିଛି।
-ରଘୁନାଥ ପାଣିଗ୍ରାହୀ, ଖବରକାଗଜ ବିକ୍ରେତା

୧୯୮୨ ମସିହାରେ ଖବରକାଗଜ ବିକ୍ରି ଆରମ୍ଭ କରିଥିଲି। ସେତେବେଳେ ସା ସଂସ୍କରଣ ଥିଲା। ମାତ୍ର ଏବେ ଲୋକଙ୍କ ରୁଚି ବଦଳିଛି। ନୂଆ ନୂଆ ସ୍ବାଦର ଖବର ଲୋକେ ଖବରକାଗଜରୁ ଆଶା ରଖୁଛନ୍ତି, ଯାହାକି ଅନ୍ୟତ୍ର ମିଳିବ ନାହିଁ। ପାଠକମାନଙ୍କ ରୁଚିକୁ ପ୍ରାଧାନ୍ୟ ଦେଇ ଖବରକାଗଜରେ ଭିନ୍ନ ରୁଚିର ଖବର, ସାହିତ୍ୟ ବା ଅନ୍ୟାନ୍ୟ ପ୍ରସଙ୍ଗଭିତ୍ତିକ ରହିବା ଆବଶ୍ୟକ ବୋଲି ମନେକରୁଛି।
-ଦୀନବନ୍ଧୁ ସାହୁ, ଖବରକାଗଜ ବିକ୍ରେତା


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ...

କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ...

କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଫରକ୍‌ କ’ଣ? କାହାକୁ ମିଳେ କେତେ ଦରମା କେଉଁ ସୁବିଧା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରର ସମସ୍ତ ମନ୍ତ୍ରୀ ଚାରିଦିନ ପୂର୍ବରୁ ଶପଥ ଗ୍ରହଣ କରିଛନ୍ତି। ମୋଦି ସରକାରଙ୍କ ୭୧ ସଦସ୍ୟ ବିଶିଷ୍ଟ...

ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌...

ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌...

ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ

ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri