ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର ବିଧାନସଭା ଆସନର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କିଛି ଲୋକ ନୋଟ ରୂପକ ମୁଗୁରାରେ ଭୋଟ ରୂପକ ମାଛ ଧରିବାକୁ ଚେଷ୍ଟା ଚଳାଇ ଖୁସି ହେଉଛନ୍ତି। କେତେଜଣ ନିର୍ବାଚନ ସହ ଜଡ଼ିତ ରୋଗାଗ୍ରସ୍ତ କର୍ମଚାରୀମାନେ ନିର୍ବାଚନ ଦୁଃଖ ଭୋଗୁଛନ୍ତି। ଆଉ କେତେଜଣ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ, ଯେଉଁମାନେ ଖୁବ୍‌ କମ୍‌ ଅର୍ଥରେ ଦୈନିକ ଗୁଜୁରାଣ ମେଣ୍ଟାନ୍ତି, ସେମାନଙ୍କ ପାଇଁ ନିର୍ବାଚନ ଏକ ଉପହାସ ଭଳି ଲାଗୁଛି।

ପ୍ରତ୍ୟେକ ରାଜନୈତିକ ଦଳ ଯେକୌଣସି ଉପାୟରେ ନିର୍ବାଚନ ଜିତିବାକୁ ବିଭିନ୍ନ ଲୋକପ୍ରିୟ, ମାଗଣା ଯୋଜନା ଘୋଷଣା କରି ନିର୍ବାଚନ ବୈତରଣୀ ପାର ହେବାକୁ ନିଜ ଟଙ୍କାମୁଣିର ଡୋର ଢିଲା କରିଦେଇଛନ୍ତି ବୋଲି ମତ ପ୍ରକାଶପାଇଛି ।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ବର୍ତ୍ତମାନର ନିର୍ବାଚନ ଜନତାଙ୍କୁ ବୋକା ବନେଇବାର ଏକ କ୍ଷେତ୍ର ହେଉଛି। ନେତାମାନେ ଗୋଟିଏ ଦଳର ଟିକେଟ ପାଇ ଅନ୍ୟ ଦଳରେ ଯୋଗଦେବା, ଗୋଟିଏ ଦଳର ବିଧାୟକ, ଏମ୍‌ପି ବା ମନ୍ତ୍ରୀ ଓ ମୁଖପାତ୍ର ହୋଇ ଗଲାରାତିରେ ଗାଳି ଦେଉଥିବା ଦଳକୁ ଆଜି ଯଦି ନିଜ ଦଳରୁ ପାନରୁ ଚୂନ ଖସିଗଲା ତା’ହେଲେ ଦୀର୍ଘବର୍ଷ ଧରି ବିରୋଧ କରୁଥିବା ଦଳରେ ଯୋଗଦେଇ ଆଲିଙ୍ଗନ କରୁଛନ୍ତି। ବୁଦ୍ଧିଜୀବୀ ଅନନ୍ତ ଦାଶ କହିଛନ୍ତି, ନେତାମାନେ ଆଚରଣ ବିଧିକୁ ଭ୍ରୂକ୍ଷେପ ନ କରି ନିର୍ଦ୍ଧାରିତ ଖର୍ଚ୍ଚ ସୀମା ମଧ୍ୟରେ ନିର୍ବାଚନ ନ ଲଢ଼ି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଠିକ୍‌ ଏଭଳି ସ୍ଥାନରେ କେତେଜଣ ଲୋକ ବିଭିନ୍ନ ଦଳର ନିର୍ବାଚନୀ ସଭା ପାଇଁ ହେଉ ବା ରାଲି ଆଦି ଲାଗି ଲୋକ ଯୋଗାଡ କରି ଭୋଟରଙ୍କ ମୁଣ୍ଡ ପିଛା ଟଙ୍କା ଆଣି ତା’ର ଅଧା ଅର୍ଥ ଲୋକଙ୍କ ଭିତରେ ବାଣ୍ଟି ନିଜେ ମାଲାମାଲ ହୁଅନ୍ତି। ଆଉ କେତେଜଣ ଲୋକ ଭୋଜିଭାତ, ପ୍ରଚାର, ବ୍ୟାନର ପାଇଁ ପରୋକ୍ଷରେ ନୋଟ ନେଇ ଚାଲିଛନ୍ତି। ଅନ୍ୟ କେତେଜଣ ଭୋଟର ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ବିଷୟରେ ଜାଣନ୍ତିି ନାହିଁ। ସେମାନେ ପ୍ରାର୍ଥୀ ପରିବର୍ତ୍ତେ ନୋଟ ପାଇଗଲେ ଚିହ୍ନ ସହ ବେଶି ପରିଚିତ ହୁଅନ୍ତି। ପ୍ରାର୍ଥୀଙ୍କ ବ୍ୟକ୍ତିତ୍ୱ ଯାହା ହେଉ ପଛେ ସେଥିରେ ସେମାନଙ୍କର ଯାଏ ଆସେ କିଛି ନାହିଁ। ମୁଣ୍ଡପିଛା ନୋଟ ଆସିଗଲେ ଭୋଟ ଦେଇଦେବା କଥା ଭାବନ୍ତି। ମାତ୍ର ପରବର୍ତ୍ତୀ ସମୟର ନିର୍ବାଚନୀ ଖର୍ଚ୍ଚ ଉଠାଇବାକୁ ନେତା ଯାବତୀୟ ଦୁର୍ନୀତି କରିବାକୁ ପଛାନ୍ତି ନାହିଁ। ଫଳରେ ଗରିବ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ମଣିଷ ଏହି ଦୁର୍ନୀତିରେ ଯୁଝି ହୋଇ ଅସହ୍ୟ ହୋଇପଡନ୍ତି। ସବୁଠୁ ବେଶି ଦୁଃଖ ଭୋଗନ୍ତି ନିର୍ବାଚନ ସହ ଜଡ଼ିତ କର୍ମଚାରୀମାନେ। ଯାବତୀୟ ସାଧୁତା, ନିଷ୍ଠା, ନିଷ୍କପଟତା ସତ୍ତ୍ୱେ ଉପରିସ୍ଥ ଅଫସରଙ୍କ କଥା କଥାକେ ନିଲମ୍ବନର ନାଲିଆଖି ଯନ୍ତ୍ରଣାକୁ ଆହୁରି ଦ୍ୱିଗୁଣିତ କରେ ବୋଲି ଜଣେ ଅଧିକାରୀ କହିଛନ୍ତି। ଆଉ କେତେଜଣ ରୋଗଗ୍ରସ୍ତ କର୍ମଚାରୀ ଡ୍ୟୁଟି ନ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ସହ ଜଣାଇଥିଲେ ମଧ୍ୟ ସେମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି।

ଆଉ କେତେଜଣ କର୍ମଚାରୀ ସୁସ୍ଥ ଥାଇ ମଧ୍ୟ ନେତାଙ୍କୁ ଧରି ନିର୍ବାଚନୀ କାର୍ଯ୍ୟରୁ ଦୂରେଇ ରହିଛନ୍ତି ବୋଲି ଅଭିଯୋଗ ହେଉଛି। ଗୌତମ ବେହେରା କହିଛନ୍ତି, ପଟ୍ଟାମୁଣ୍ଡାଇ ଅଞ୍ଚଳର ଲୋକେ ବହୁ ସଚେତନ, ଘର ପାଇଁ ଯେ କୌଣସି ଦରକାରୀ ସାମାନ କିଣିବା ପୂର୍ବରୁ ଦୋକାନୀଙ୍କୁ ସେ ସମ୍ପର୍କରେ ପ୍ରଶ୍ନ କରି ହାନିଲାଭ ପଚାରିଥାଆନ୍ତି। କିନ୍ତୁ ଯେତେବେଳେ ଭୋଟ ସମୟ ଆସେ ସେତେବେଳେ ଦୀର୍ଘ ୫ ବର୍ଷରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିବହନ ଓ ଅନ୍ୟାନ୍ୟ ସୁରକ୍ଷା ନିମନ୍ତେ କ’ଣ କରିବା ଉଚିତ ପଞ୍ଚାୟତ ସ୍ତରରୁ ବ୍ଲକ, ଜିଲା, ରାଜ୍ୟ ଓ ଦେଶକୁ ଆଗେଇ ନେବା ପାଇଁ କେଉଁ ପ୍ରକାର ଚିନ୍ତା କରାଯାଉଛି, ସେ ସମ୍ବନ୍ଧରେ ପ୍ରଶ୍ନ କରିବାକୁ କେହି ଆଗାନ୍ତି ନାହିଁ। ଫଳରେ କେବଳ ଧର୍ମ, ଜାତି ନଚେତ୍‌ ମାଗଣା ମିଳି ପାରୁଥିବା ସୁବିଧା ସମ୍ପର୍କରେ ଯେଉଁ ନେତା ଆମକୁ ନିଦର୍‌ବନ୍ଦ୍ୱରେ କୁହେ ସେ ଭଳି ନେତାକୁ ଆଖି ବନ୍ଦ କରି ଭୋଟ ଦେଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri