Posted inଖେଳ

ଆଜି ସେମିଫାଇନାଲ

ଭୁବନେଶ୍ୱର, ୧୧।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ସିଜନ-୨ର ୨ଟି ଯାକ ସେମିଫାଇନାଲ ଗୁରୁବାର ଅନୁଷ୍ଠିତ ହେବ। ସନ୍ଧ୍ୟା ୭ଟା ୩୦ରେ ହେବାକୁଥିବା ପ୍ରଥମ ସେମିଫାଇନାଲରେ ଗୁଜରାଟ ଜାଏଣ୍ଟ୍ସକୁ ଭେଟିବ ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସ। ରାତି ୮ଟା ୩୦ରେ ଦ୍ୱିତୀୟ ସେମିଫାଇନାଲରେ ଚେନ୍ନାଇ କୁଇକ୍‌ ଗନ୍ସ ଓ ତେଲୁଗୁ ଯୋଦ୍ଧାସ ମଧ୍ୟରେ ମୁକାବିଲା ହେବ। ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ଓ ଫାଇନାଲ ୧୩ ତାରିଖରେ ଖେଳାଯିବ।
ଓଡ଼ିଶା ଜଗରନଟ୍ସ ଏଥର ଦ୍ୱିତୀୟ ସ୍ଥାନରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିଥିଲା। ଏହି ଦଳ ଖେଳିଥିବା ୧୦ ମ୍ୟାଚରୁ ୬ ବିଜୟ, ୨ ପରାଜୟ ଓ ୨ ଡ୍ର ସହ ୨୩ ପଏଣ୍ଟ ପାଇଥିଲା। ସବୁଠାରୁ ଉଲ୍ଲେଖନୀୟ ହେଲା ଶେଷ ୫ ମ୍ୟାଚରେ ଅପରାଜେୟ ରହିଛି ଘରୋଇ ଦଳ। ଏହା ମଧ୍ୟରେ ୪ ବିଜୟ ଅନ୍ତର୍ଭୁକ୍ତ। ନିଜର ଶେଷ ଲିଗ୍‌ ମ୍ୟାଚରେ ଏହି ଦଳ ମୁମ୍ବାଇ ଖିଲାଡିଜ୍‌କୁ ୩୪-୨୪ ପଏଣ୍ଟରେ ହରାଇ ଦେଇଥିଲା। ଚଳିତ ସିଜନର ଅନ୍ୟତମ ଶ୍ରେଷ୍ଠ ବଜିର ଦୀପକ ସାହୁ, ଗୌତମ ଏମ.କେ. ଓ ଦିଲୀପ ଖାଣ୍ଡଭିଙ୍କ ଭଳି ଖେଳାଳିମାନେ ଗୁରୁତ୍ୱପୂର୍ଣ୍ଣ ସମୟରେ ଦଳ ପାଇଁ ଉନ୍ନତ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛନ୍ତି। ଘରୋଇ ଦର୍ଶକଙ୍କ ସମ୍ମୁଖରେ ସେମିଫାଇନାଲରେ ଏମାନଙ୍କ ପ୍ରଦର୍ଶନ ଆହୁରି ଉତ୍ସାହଜନକ ରହିବା ଆଶା କରାଯାଉଛି। ଗୁଜରାଟ ଜାଏଣ୍ଟ୍ସ ୧୦ ମ୍ୟାଚ ଖେଳିଥିବାବେଳେ ୬ ବିଜୟ, ୩ ପରାଜୟ ଓ ୧ ଡ୍ର ସହ ୨୧ ପଏଣ୍ଟରେ ରହି ଲିଗ୍‌ ପର୍ଯ୍ୟାୟ ଶେଷ କରିଛି। ଏହି ଦଳ ଯେଉଁ ଦଳଠାରୁ ପରାଜିତ ହୋଇଥିଲା ପରିବର୍ତ୍ତୀ ରିଭର୍ସ ମ୍ୟାଚରେ ତାକୁ ହରାଇ ପ୍ରତିଶୋଧ ନେବାରେ ସକ୍ଷମ ହୋଇଛି। ତେଣୁ ଓଡ଼ିଶା ଜଗରନଟ୍ସ ନିଜ ଗୁଜରାଟ ପ୍ରତିଦ୍ୱନ୍ଦ୍ୱୀକୁ ଗୁରୁତ୍ୱର ସହ ନେଉଛି। ଡିସେମ୍ବର ୩୦ରେ ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଓଡ଼ିଶା ଦଳ ୨୯-୩୪ରେ ଗୁଜରାଟଠାରୁ ହାରି ଯାଇଥିଲା। ଦୁଇ ଦଳ ମଧ୍ୟରେ ଜାନୁୟାରୀ ୬ରେ ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ କିନ୍ତୁ ଓଡ଼ିଶା ଜଗରନଟ୍ସ ୩୦-୨୭ରେ ଗୁଜରାଟକୁ ହରାଇବାରେ ସକ୍ଷମ ହୋଇଥିଲା। ତେଣୁ ଦୁଇ ସମକକ୍ଷ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଆଗାମୀ ମୁକାବିଲା ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଛି। ଅଲ୍‌ଟିମେଟ ଖୋ ଖୋ ସୋନି ସ୍ପୋଟର୍‌ସ ନେଟଓ୍ବର୍କ ଓ ସୋନି ଲିଭ୍‌ରେ ପ୍ରସାରିତ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ

ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍‌ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ...

ଆଦିତ୍ୟଙ୍କ ମାଉଣ୍ଟ କୋଜିଓସ୍କୋ ଆରୋହଣ

ଭୁବନେଶ୍ୱର, ୧।୫ (ତପନ ସ୍ବାଇଁ): ଅଷ୍ଟ୍ରେଲିଆ ମହାଦେଶର ଉଚ୍ଚତମ ଶୃଙ୍ଗ ମାଉଣ୍ଟ କୋଜିଓସ୍କୋକୁ ସଫଳତାର ସହ ଆରୋହଣ କରିଛନ୍ତି ଯୁବ ପର୍ବତାରୋହୀ ଆଦିତ୍ୟ ପ୍ରସାଦ ଖାଡ଼ଙ୍ଗା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri