ଆଜି ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌

ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟରେ କରୋନା ଟିକାକରଣ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଡ୍ରାଏ ରନ୍‌ ଶୁକ୍ରବାର ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ସବୁ ଜିଲା ଓ ମ୍ୟୁନିସିପାଲିଟି ଅଞ୍ଚଳରେ କରାଯିବ। ଉପଖଣ୍ଡ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଜିଲାର ବଡ ଘରୋଇ ମେଡିକାଲ ଓ ମେଡିକାଲ କଲେଜରେ ଡ୍ରାଏ ରନ୍‌ ହେବ। ଏନେଇ ସବୁ ଜିଲାପାଳ, ପୌର କର୍ତ୍ତୃପକ୍ଷ ଓ ସିଡିଏମ୍‌ଓଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି। ଆସନ୍ତା ୧୩ ତାରିଖରୁ ସବୁ ରାଜ୍ୟରେ ଟିକାକରଣ ଆରମ୍ଭ ହେବ। ଡ୍ରାଏ ରନ୍‌ ସମୟରେ ଟିକାକରଣ କେନ୍ଦ୍ରରେ ୨୦ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବ। ସବୁ ବିଷୟକୁ ଭଲଭାବେରେ ଯାଞ୍ଚ କରିବା ଲାଗି ସରକାର ଡ୍ରାଏ ରନ୍‌ କାର୍ଯ୍ୟକ୍ରମ କରୁଛନ୍ତି। ଅନ୍ୟପଟେ ଟିକାକରଣ ପ୍ରକ୍ରିୟା ଆସନ୍ତା ସପ୍ତାହରୁ ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଯୋଗଦେଇ କହିଛନ୍ତି, ସ୍ବାସ୍ଥ୍ୟକର୍ମୀଙ୍କ ସହ ଲୋକ ପ୍ରତିନିଧିଙ୍କୁ ଟିକା ଦେବା ଲାଗି ଦାବି କରାଯାଇଛି। ଦେଶରେ ଯେଉଁ ଭାକ୍ସିନ ଏକ୍ସପର୍ଟମାନେ ରହିଛନ୍ତି ସେମାନେ ସବୁ ରାଷ୍ଟ୍ରୀୟ ଏବଂ ଅନ୍ତଃରାଷ୍ଟ୍ରୀୟ ଆଲୋଚନା ହୋଇଛି। କୋଭିଡ୍‌ ଟିକାକରଣ ପ୍ରକ୍ରିୟାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାକୁ ପଡିବ। ପୂର୍ବରୁ ପୋଲିଓ ବିରୋଧରେ ଯେପରି କାର୍ଯ୍ୟକ୍ରମ ଚାଲିଥିଲା କୋଭିଡ୍‌ କ୍ଷେତ୍ରରେ ମଧ୍ୟ ସମାନ ପରିଶ୍ରମ କରିବାକୁ ପଡିବ। ଡ୍ରାଏ ରନ୍‌ ପ୍ରକ୍ରିୟାକୁ ମଧ୍ୟ ଭଲରେ ଦେଖିବା ସହିତ ଭାକ୍ସିନ ରଖିବା ଲାଗି ସବୁ ପ୍ରକାର ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ତୃଣମୂଳସ୍ତର ପର୍ଯ୍ୟନ୍ତ କିପରି ଭାକ୍ସିନ ପହଞ୍ଚିପାରିବ ତାହା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୨ରେ ଲଘୁଚାପ: ପ୍ରବଳ ଛେଚିବ

ଭୁବନେଶ୍ୱର୨୫।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ସମଗ୍ର ରାଜ୍ୟରେ ବର୍ଷା...

ବନ୍ୟାଜଳ ଦେଖିବାକୁ ଯାଇ ଭାସିଗଲେ ଶିଶୁକନ୍ୟା

ବରଗଡ଼ ଅଫିସ୍‌,୨୭।୮-ବରଗଡ଼ ବ୍ଲକ ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇଥିବାବେଳେ ପୋଲ ଉପରୁ ଖସି ପଡ଼ି ବୁଧବାର ଏକ ଶିଶୁକନ୍ୟା...

ସ୍କୁଲ ବନ୍ଦ ହୋଇପାରେ

ଭୁବନେଶ୍ୱର, ୮।୯(ବ୍ୟୁରୋ):ରାଜ୍ୟରେ ଏବେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହିଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଚିନ୍ତା ବଢ଼ାଇଛି। ଗତ ୨୪ ଘଣ୍ଟାରେ ୧୮ ବର୍ଷରୁ କମ୍‌...

ଘୂର୍ଣ୍ଣିବଳୟ: ଦୁଇଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୩ା୮(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ମ୍ୟାନ୍‌ମାର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏଥିସହିତ ଏକ ଟ୍ରପ୍‌ଲାଇନ ରହିଛି। ଏହାର ପ୍ରଭାବରେ ୨୩ ଓ...

ପୋଲିସ ଏସ୍‌ଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ

ବ୍ରହ୍ମପୁର ଅଫିସ/ଜଗନ୍ନାଥପ୍ରସାଦ,୨୫।୬(ଡି.ଏନ.ଏ.)- ଏକ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବାବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନାରେ କାର୍ଯ୍ୟରତ ପ୍ରୋବେସନାଲ ଏସ୍‌ଆଇ...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ଖୋର୍ଦ୍ଧା ଅଫିସ,୧୧ା୪: କରୋନା ମୁକାବିଲା ପାଇଁ ଖୋର୍ଦ୍ଧା ଜିଲା ମିନି ଟ୍ରକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

ବାତିଲ୍‌ ହେଲା ୯୫ ଟ୍ରେନ୍‌

ଭୁବନେଶ୍ୱର,୨।୧୨(ବ୍ୟୁରୋ): ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗୁରୁବାର ଅବପାତରେ ପରିଣତ ହେବ । ଶୁକ୍ରବାର କେନ୍ଦ୍ରୀୟ ବଙ୍ଗୋପସାଗର...

ଚୋରି କରି ଜରିମାନା ଦେଇଥିବା ଖଣି କମ୍ପାନୀକୁ ନିଲାମି ପ୍ରକ୍ରିୟାରୁ ବାଦ୍‌ ଦିଆଯାଉ

ଭୁବନେଶ୍ୱର,୧୨।୬(ବ୍ୟୁରୋ) : ପୂର୍ବରୁ ବେଆଇନ ଭାବେ ଖଣି ଉତ୍ତୋଳନ କରି ଜରିମାନା ଦେଇଥିବା କମ୍ପାନୀଗୁଡିକୁ ନୂଆ ନିଲାମିରୁ ବାଦ୍‌ ଦିଆଯାଉ। ରାଜ୍ୟ ସରକାର ଆଗାମୀ ଦୁଇ...

Advertisement
Archives

Model This Week