ଆଜି ସବୁ ଦଳର ବିଧାୟକଙ୍କ ବୈଠକ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ପହିଲାରୁ ଆରମ୍ଭ ହେବ। ଏଥିରେ ମୋଟ ୨୬ଟି କାର୍ଯ୍ୟଦିବସ ରହିଛି। ଅଧିବେଶନର ଆରମ୍ଭ ଦିନ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ। ହେଲେ ଏହା ପୂର୍ବରୁ ଶାସକ ଦଳକୁ ଘେରିବା ଲାଗି ଏକାଧିକ ପ୍ରସଙ୍ଗକୁ ଏକାଠିକରି ପ୍ରସ୍ତୁତ ହେଉଛନ୍ତି ବିରୋଧୀ। ଏଥିପାଇଁ ଭାଜପା ଏବଂ କଂଗ୍ରେସ ବିଧାୟକଙ୍କ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବାକୁ ଯାଉଛି। ଅନ୍ୟପଟେ ଶାସକ ଦଳ ପକ୍ଷରୁ ମଧ୍ୟ ବିରୋଧୀଙ୍କୁ ଜବାବ ଦେବା ଲାଗି ଯୋଜନା ପ୍ରସ୍ତୁତ ସରିଛି। ଏନେଇ ଦଳ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯିବ।
ଭାଜପା ବିଧାୟକ ଦଳ ବୈଠକ ପୂର୍ବାହ୍ନ ୧୧ଟା ସମୟରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହେବ। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଲାଗି ଲକ୍ଷ୍ୟ ରଖିଛି। ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦଳ ମୁଖ୍ୟ ପ୍ରସଙ୍ଗ କରିବ। ଏହା ଭିତରେ ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ପ୍ରଥମେ ଦଳ ଗୃହରେ ଉପସ୍ଥାପିତ କରିବାକୁ ଯୋଜନା ରଖିଛି। ଏହାସହ ଏଥିରେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ମଧ୍ୟ ଦଳ ପକ୍ଷରୁ ଜୋରଦାର କରାଯିବ। ଏହି ଦୁଇ ପ୍ରସଙ୍ଗରେ ଭାଜପା ସଦସ୍ୟମାନେ ଉକ୍ତ ଘଟଣାରେ ସମ୍ପୃକ୍ତି ଅଭିଯୋଗ ଆସୁଥିବା ୨ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାଙ୍କୁ ବହିଷ୍କାର ଦାବି ନେଇ ବ୍ୟାନର ପ୍ରସ୍ତୁତ କରିଛନ୍ତି। ଏହି ବ୍ୟାନର ଧରି ଭାଜପା ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବାର ଯୋଜନା ରଖିଛନ୍ତି। ସେହିପରି ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ପ୍ରସଙ୍ଗ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡରେ ରୋଗୀଙ୍କୁ ଠିକ୍‌ ସେବା ନ ମିଳିବା ଏବଂ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ କରିବା, ଧାନମଣ୍ଡି ସମସ୍ୟା ଆଦି ଭାଜପା ଉଠାଇବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି।
ରାଜ୍ୟରେ ଦୀର୍ଘଦିନ ଧରି ମମିତା ମେହେର ହତ୍ୟା ଘଟଣାରେ ଭାଜପା ପକ୍ଷରୁ ବିଜେଡିକୁ ଟାର୍ଗେଟ କରାଯାଉଥିବା ବେଳେ ବିଜେଡି ମଧ୍ୟ ଏହାର ଜବାବ ଦେବାର ଉପାୟ ବାହାର କରିସାରିଛି। ନିକଟରେ ବିଜେଡି ଯୁବ, ଛାତ୍ର ଏବଂ ମହିଳା କର୍ମୀଙ୍କ ପକ୍ଷରୁ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ଆନ୍ଦୋଳନ ପ୍ରତିବାଦ କରାଯାଇଥିଲା। ସେହି ଅନୁଯାୟୀ ଆସନ୍ତା ୩୦ ସୁଦ୍ଧା ଗ୍ୟାସ୍‌ ଦର ହ୍ରାସ କରାଇବାକୁ ବିଜେଡି ଦାବି ମଧ୍ୟ କରିଥିଲା। ଯଦି କେନ୍ଦ୍ର ସରକାର ଏହା ନ କରନ୍ତି ତେବେ ଆନ୍ଦୋଳନକୁ ଓହ୍ଲାଇବାର ଚେତାବନୀ ଦେଇଥିଲା। ଗୃହରେ ଭାଜପା ମମିତା ପ୍ରସଙ୍ଗରେ ହୋହଲ୍ଲା କଲେ ଏହାର ସାମ୍ନା ଲାଗି ବିଜେଡି ରାଜଭବନ ସମ୍ମୁଖରେ ଗ୍ୟାସ୍‌ ଦରବୃଦ୍ଧି, ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ହ୍ରାସ କରିବା, ବେକାରି ସମସ୍ୟା ପ୍ରସଙ୍ଗକୁ ନେଇ ଧାରଣା ଦେବାକୁ ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। ବିଧାନସଭାରୁ ବିଜେଡି ବିଧାୟକମାନେ ବାହାରି ସିଧା ରାଜଧାନୀ ରାସ୍ତାରେ ଦରବୃଦ୍ଧି କଥା ନେଇ ଭାଜପାକୁ ଟାର୍ଗେଟ କରିବେ। ଏଥିସହ ଅନ୍ୟ ସବୁ ପ୍ରସଙ୍ଗ ମଙ୍ଗଳବାର ଅପରାହ୍ନ ୫ଟା ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି। କଂଗ୍ରେସ ମଧ୍ୟ ଦରବୃଦ୍ଧି, ମମିତା ମେହେର ହତ୍ୟା ପ୍ରସଙ୍ଗ, ଧାନମଣ୍ଡି ସମସ୍ୟା, ବେକାରି ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗରେ ଉଭୟ ବିଜେଡି ଓ ଭାଜପାକୁ ଟାର୍ଗେଟ କରିବାର ଯୋଜନା ପ୍ରସ୍ତୁତ କରିଛି। ଏନେଇ ଅପରାହ୍ନ ୫ଟା ସମୟରେ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri