‘ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ’: ୪୫ବର୍ଷ ପୂର୍ବରୁ ଶିମିଳିପାଳରେ ଥିଲେ ବଳିଆ କୁକୁର

ଜାତୀୟ ବନ୍ୟପ୍ରାଣୀ ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୪ରେ ପାଳିତ ହୋଇଆସୁଛି। ଏହି ଦିବସ ପାଳନ ଅବସରରେ ଜଙ୍ଗଲ କ୍ଷୟ ଏବଂ ଅବୈଧ ଶିକାରରୁ ବନ୍ୟ ପ୍ରାଣୀ, ପକ୍ଷୀ ଓ ସେମାନଙ୍କ ବାସସ୍ଥାନକୁ ସୁରକ୍ଷା ଦେବାର ଗୁରୁତ୍ୱ ବିଷୟରେ ସଚେତନ କରାଯାଏ। ଏଥିସହିତ ପ୍ରକୃତି ସହିତ ସେମାନଙ୍କ ସ୍ଥାୟୀ ସହାବସ୍ଥାନକୁ ପ୍ରୋତ୍ସାହନ ଗୁରୁତ୍ୱ ଦିଆଯାଇଥାଏ।

ମଣିଷର ଅନ୍ଧବିଶ୍ୱାସ ଓ ସୌଖୀନ ସାମଗ୍ରୀ ପାଇଁ ଅବାଧ ଶିକାର ଯୋଗୁ ବନ୍ୟପ୍ରାଣୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଜନସଚେତନତା ଜରୁରୀ ହୋଇପଡ଼ିଛି। ଏପରିକି ଶିମିଳିପାଳର ବଳିଆ କୁକୁର(ଢୋଲ), ଝିଙ୍କ, ବଜ୍ରକାପ୍ତା ଓ ଶାରୀ ପ୍ରଜାତି ବିଲୁପ୍ତ ହେବାରେ ଲାଗିଛନ୍ତି। ସମ୍ପୃକ୍ତ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଓ କଡ଼ା ଆଇନ ପ୍ରଣୟନ କରାଗଲେ ଏମାନଙ୍କ ସୁରକ୍ଷା ସହିତ ବଂଶବୃଦ୍ଧି ହୋଇପାରିବ।
୧୯୮୦ ମସିହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ବଳିଆ କୁକୁର(ଢୋଲ) ପ୍ରଜାତିର ହିଂସ୍ର ପ୍ରାଣୀ ବସବାସ କରୁଥିଲେ। ଏମାନେ ଦଳବଦ୍ଧ ହୋଇ ରହୁଥିବା ବେଳେ ଏକୁଟିଆ ବାଘ ମଧ୍ୟ ଏହି ପ୍ରଜାତିକୁ ଭୟ କରିଥାଏ। କାଳକ୍ରମେ ଏମାନଙ୍କ ବଂଶ ଲୋପ ପାଇଯାଇଥିବା ବେଳେ ୨ବର୍ଷ ପୂର୍ବେ ସେହି ପ୍ରଜାତିର କୁକୁରକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଥିବା ନେଇ ବନ ବିଭାଗ ପ୍ରକାଶ କରିଛି। ବଳିଆ କୁକୁର ଲୋପ ପାଇବାର କାରଣ ସମ୍ପର୍କରେ ଅଦ୍ୟାବଧି ସମୀକ୍ଷା କରାଯାଇ ନାହିଁ। ତେବେ ମହାବଳ ବାଘ ଭୟରେ ସେମାନେ ପଳାଇଥିବା ବିଭାଗୀୟ ଅଧିକାରୀ କହୁଥିବା ବେଳେ ଏହାର ସତ୍ୟତା ଜଣାପଡି ନାହିଁ। ସେହିପରି ଜିଲାବାସୀ ଢଗଢମାଳିରେ ଶାରୀ ଉଡ଼ିଲେ ପୋଡ଼ାଡିହା ବୋଲି କହିଥାନ୍ତି। ମାତ୍ର ତାହା ଆଜି ଲୋକଙ୍କ ମୁହଁରୁ ଶୁଣିବାକୁ ମିଳୁନାହିଁ। ଶାରୀ ପକ୍ଷୀର ବଂଶ ପ୍ରାୟ ଲୋପ ପାଇଛି। ଆଜିର ଦିନରେ ଶାରୀ ଆଉ ଦେଖିବାକୁ ମିଳୁନାହାନ୍ତି। ଅବାଧ ଚୋରା ବ୍ୟବସାୟ ପାଇଁ ଶିମିଳିପାଳରେ ଶାରୀ ନାହାନ୍ତି କହିଲେ ଚଳେ। ତେବେ ଏମାନଙ୍କ ବଂଶ ଲୋପର କାରଣ ଖୋଜାଯାଇ ନ ଥିବା ବେଳେ ଏହାର ବଂଶ ବୃଦ୍ଧି ପାଇଁ କୌଣସି ଯୋଜନା କରାଯାଇ ନାହିଁ। ସେହିପରି ବଜ୍ରକାପ୍ତା ଓ ଝିଙ୍କଙ୍କ ଅବାଧ ଚୋରାଚାଲାଣରୁ ଏମାନଙ୍କ ବଂଶ ଲୋପ ପାଇବାକୁ ବସିଛି। ଏ ସଂକ୍ରାନ୍ତରେ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ଜାତୀୟ ଅଭୟାରଣ୍ୟର ନିର୍ଦ୍ଦେଶକ ଡ. ପ୍ରକାଶ ଚାନ୍ଦ ଗୋଗିନେନୀ କୁହନ୍ତି, ଏଭଳି ପ୍ରଜାତିର ଗୋଟିଏ କୁକୁରକୁ ଟ୍ରାପ କ୍ୟାମେରାରେ କଏଦ କରାଯାଇଥିଲା। ମାତ୍ର ଏବେ ଶିମିଳିପାଳରେ ତା’ର ସନ୍ଧାନ ମିଳୁନାହିଁ। ଅନ୍ଧବିଶ୍ୱାସ ଓ ଶିକାରକୁ ରୋକିବା ପାଇଁ ଶିମିଳିପାଳ ପାରିପାର୍ଶ୍ୱିକ ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରଖାଯାଇଛି। ‘ବନ୍ୟପ୍ରାଣୀଙ୍କ ଅଙ୍ଗପ୍ରତ୍ୟଙ୍ଗ ତଥା ଚମଡ଼ାରୁ ପ୍ରସ୍ତୁତ ସୌଖୀନ ସାମଗ୍ରୀ ତିଆରି କରି ଘରେ ଝୁଲାଇବା ଭଳି କାର୍ଯ୍ୟ ନିର୍ଦ୍ଦୟତାର ପରିଚୟ ପ୍ରଦାନ କରୁଛି। ବନ୍ୟପ୍ରାଣୀଙ୍କ ପ୍ରତି ମଣିଷର ଭଲପାଇବା ତଥା ସେମାନଙ୍କ ପ୍ରତି ହିଂସା ଆଚରଣ ଦୂରେଇ ଦେବା ଭଳି ପଦକ୍ଷେପର ଆବଶ୍ୟକତା ରହିଛି ବୋଲି ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି’। ବିଲୁପ୍ତ ପ୍ରାୟ ପ୍ରଜାତିର ପ୍ରାଣୀମାନଙ୍କ ପ୍ରତି ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ତାହା କେବଳ ଛବିରେ ସୀମିତ ରହିବ ବୋଲି ପ୍ରାଣୀପ୍ରେମୀମାନେ ମତପ୍ରକାଶ କରିଛନ୍ତି।
ରିପୋର୍ଟ: ନୀଳାଦ୍ରି ବିହାରୀ ଦଣ୍ଡପାଟ, ବାରିପଦା

ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସଚେତନତା ଜରୁରୀ
ବିପଦଗ୍ରସ୍ତ ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଛାତ୍ରୀଛାତ୍ରମାନେ ପ୍ରତିବଦ୍ଧ ହେବା ଜରୁରୀ। ପ୍ରତିକୂଳ ପରିବେଶ ଓ ମଣିଷଙ୍କ ହିଂସାତ୍ମକ ଆଚରଣରୁ ଅନେକ ବନ୍ୟପ୍ରାଣୀଙ୍କ ବଂଶ ଲୋପପାଇବାକୁ ବସିଛି। ଏମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ସଚେତନତା ଆବଶ୍ୟକ। ଏଥିସହ ଏ କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କୁ ସାମିଲ ଲାଗି ସୁଯୋଗ ସୃଷ୍ଟି କରାଯିବା ଦରକାର। ରାଜ୍ୟର ଶିମିଳିପାଳ, ଭିତରକନିକା, ଚନ୍ଦକା ଓ ଚିଲିକା ଭଳି ଅନେକ ସ୍ଥାନରେ ପିଲାମାନଙ୍କ ସହ ପରିବାରବର୍ଗଙ୍କୁ ପରିଭ୍ରମଣର ସୁଯୋଗ ଦିଆଗଲେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂତନ ଜଙ୍ଗଲ ସୃଷ୍ଟି ସହ ଚାରାରୋପଣକୁ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ। ବିଲୁପ୍ତପ୍ରାୟ ପ୍ରାଣୀଙ୍କୁ ସୁରକ୍ଷା ଦିଆ ନ ଗଲେ ଭବିଷ୍ୟତରେ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ିବ।
– ବିବେକାନନ୍ଦ ପଟ୍ଟନାୟକ, ପରିବେଶବିତ୍‌ ତଥା ପୂର୍ବତନ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?