Posted inଫୁରସତ

ଆଜି ଜାତୀୟ ଗ୍ରାହକ ଦିବସ

ସାମ୍ପ୍ରତିକ ସମୟରେ ଗ୍ରାହକଙ୍କୁ ସୁରକ୍ଷା ଆଇନ ବିଭିନ୍ନ ପ୍ରକାରର ଶୋଷଣ ବିରୋଧରେ ପଦକ୍ଷେପ ଗ୍ରହଣ କରିବା ସହିତ ଗୁଣବତ୍ତାଯୁକ୍ତ ସାମଗ୍ରୀ, ତ୍ରୁଟି ବିହୀନ ସେବା ଏବଂ ବାଣିଜି୍ୟକ କ୍ଷେତ୍ରରେ ପ୍ରଣୀତ ଆଇନର ଅବମାନନା ନେଇ ଗ୍ରାହକଙ୍କୁ ପ୍ରଭାବଶାଳୀ ସୁରକ୍ଷା ଯୋଗାଇଦେବା ଅପରିହାର୍ଯ୍ୟ ହୋଇ ପଡିଛି। ଗ୍ରାହକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ୨୪ ଡିସେମ୍ବର ଭାରତରେ ଜାତୀୟ ଗ୍ରାହକ ଦିବସ ପାଳନ କରାଯାଇଥାଏ। ୧୯୮୬ରେ ଏହି ଦିନ ଉପଭୋକ୍ତା ସୁରକ୍ଷା ଅଧିନିୟମର ଏହି ଆଇନ ପ୍ରଣୟନ ଦ୍ୱାରା ଦେଶରେ ଉପଭୋକ୍ତାଙ୍କୁ ସେମାନଙ୍କର ଅଧିକାର ଏବଂ ଦାୟିତ୍ୱ ବିଷୟରେ ଅଧିକ ସଚେତନ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। କିଛି ସମସ୍ୟା କ୍ଷେତ୍ରରେ ଗ୍ରାହକଙ୍କୁ ଶୀଘ୍ର ଏବଂ ସରଳ ପ୍ରତିକାର ଯୋଗାଇବା ପାଇଁ ଜିଲା, ରାଜ୍ୟ ଏବଂ କେନ୍ଦ୍ରୀୟସ୍ତରରେ ଏକ କ୍ୱାସି – ନ୍ୟାୟିକ ବ୍ୟବସ୍ଥା ଉପଲବ୍ଧ କରାଯାଉଛି। ତ୍ରୁଟିବିହୀନ ଗ୍ରାହକ ସେବାକୁ ସର୍ବୋପରି ଭାବେ ବିବେଚନା କରାଯାଇଥାଏ। ‘ଜାଗୋ ଗ୍ରାହକ ଜାଗୋ’ କାର୍ଯ୍ୟକ୍ରମର ଆରମ୍ଭ ଗ୍ରାହକ ବ୍ୟାପାର ବିଭାଗ ପକ୍ଷରୁ କରାଯାଇଛି। ଏହି ଦିବସ ପାଳନ ଅବସରରେ ଗ୍ରାହକଙ୍କ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସରକାରୀ, ଘରୋଇ ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri