ଆଜି ବିଷୁବ ମିଳନ, ରାୟଗଡ଼ା ଉତ୍ସବମୁଖର

ରାୟଗଡ଼ା,୧୪।୪(ସ୍ବ.ପ୍ର.): ରାୟଗଡ଼ାରେ ଓଡ଼ିଆ ନବବର୍ଷ ଧୁମଧାମରେ ପାଳନ କରାଯିବ। ନୂଆବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପାଳନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏଠାରେ ଓଲିଉଡ୍‌ କଳାକାରଙ୍କ ସମେତ ରାଜ୍ୟର ଅନେକ ନାମୀ ଗାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ସ୍ଥାନୀୟ ତେଜସ୍ବୀ ପଡିଆରେ ବିଷୁବ ମିଳନ କରାଯିବ। ଶୁକ୍ରବାର ସନ୍ଧ୍ୟା ୬ ରୁ ରାତି ୧୦ ପର୍ଯ୍ୟନ୍ତ ଓଲିଉଡ୍‌ ଓ ବଲିଉଡ୍‌ ଗାୟିକା, ଗାୟକମାନେ ଦର୍ଶକଙ୍କ ମନ ମୋହିବେ।
୧୪ ତାରିଖ ସକାଳୁ ପଞ୍ଜିକା ପଠନ, ସନ୍ଧ୍ୟାରେ ପଣା ସେବନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ଓଡ଼ିଆ ଭଜନ ଗାୟିକା ମାନସୀ ପାତ୍ର, ଭଜନ ଗାୟକ ରବିନାରାୟଣ ଦାସ, ବଲିଉଡ୍‌ ଗାୟକ ଅର୍ଶ ମହମ୍ମଦ, ଓଲିଉଡ୍‌ ଗାୟିକା ଦୀପ୍ତି ରେଖା ପାଢ଼ୀ, ଗାୟକ ତାରିକ ଅଜିଜ୍‌ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ। ବିଷୁବମିଳନ ଉତ୍ସବ କମିଟି ପକ୍ଷରୁ ଏହାର ଆୟୋଜନ କରାଯାଇଛି। ସମସ୍ତ ଲୋକଙ୍କୁ ପଣା ସହ ଅନ୍ନ ପ୍ରସାଦ ବଣ୍ଟନ କରାଯିବ। ମା’ ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡିକା ଆବାହକ ରହିଥିବାବେଳେ ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ବିନାୟକ କର, ଅମିୟ ସ୍ବାଇଁ, ଚନ୍ଦ୍ରକାନ୍ତ ସାମଲ, ଏମ୍‌. ଗଙ୍ଗାଧର, ଅବିନାଶ ବିଷୋୟୀ, ଅଜୟ ମହାରଣା, ଜୟନ୍ତୀ ମହାରଣା, ଶ୍ରୀକାନ୍ତ ଚୌଧୁରୀ, ପ୍ରବୀଣ କୁମାର, ଜିତେନ୍ଦ୍ର ରେଡ୍ଡୀ, କାଉନସିଲର ସନ୍ତୋଷ ଦଳାଇ, ସରମିତା ପାଢ଼ୀ, ପି. ରୋଜା, ଗୋପୀନାଥ ଗୌଡ଼, ସୁକାନ୍ତ ପରିଡ଼ା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚଳନା କରିବେ। ସ୍ଥାନୀୟ ଅଶୋକ ମଣ୍ଡପ ଏବଂ ଜିସିଡି ପଡ଼ିଆରେ ମଧ୍ୟ ବିଷୁବ ମିଳନ ପାଳନ ହେଉଛି। ସେଥପାଇଁ ଆୟୋଜନ ସରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri