ଆଜି ସମସ୍ତେ ଗରିବ

ଉମାଶଙ୍କର ପ୍ରସାଦ

ଦାରିଦ୍ର୍ୟ ବ୍ୟକ୍ତିକୁ ଯେପରି ଦୁର୍ବଳ ଚିନ୍ତାଗ୍ରସ୍ତ କରାଇଦିଏ ଦେଶର ସ୍ଥିତିକୁ ସେହିପରି ଦୋହଲାଇ ଦେଇଥାଏ। ‘ଦେଶର ଅର୍ଥନୀତି ଦୁର୍ବଳ ହୋଇଗଲେ ଅନ୍ୟ କୌଣସି କ୍ଷେତ୍ରରେ ଦେଶରେ ପ୍ରଗତି ହୁଏ ନାହଁି। ଦାରିଦ୍ର୍ୟ ଦେଶ ପକ୍ଷରେ ଏକ ଅଭିଶାପ। ଅଭାବ ଅନଟନ ବ୍ୟକ୍ତିମାନସ ଶାନ୍ତି ଲାଭ କରିପାରେ ନାହିଁ। ଅନବରତ ତା’ର ମାନସ ପଟରେ ମର୍ମରିତ ହୋଇଉଠେ ତା’ର ଅଭାବଗ୍ରସ୍ତ ଜୀବନର ମର୍ମନ୍ତୁଦ କାହାଣୀ। ଶତାବ୍ଦୀ ଶତାବ୍ଦୀ ଧରି ଭାରତର ଗଣଜୀବନରେ ଦାରିଦ୍ର୍ୟ ଯେପରି ଅପ୍ରତିହତ ପ୍ରଭାବ ପକାଇ ଆସିଛି, ତା’ର ବିଲୋପ ପାଇଁ ଆଜି ସାରା ଭାରତରେ ନୂତନ ଚେତନା ଦେଖାଦେଇଛି। ଦରିଦ୍ରର ମଙ୍ଗଳରେ ଭାରତର ହେବ ମଙ୍ଗଳ। ମହାତ୍ମା ଗାନ୍ଧୀଙ୍କର ଦରିଦ୍ର ଜନତା ପ୍ରତି ସମ୍ବେଦନଶୀଳତା ଭାରତବର୍ଷରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ନୂତନ ପ୍ରେରଣା ପ୍ରଦାନ କରିଥିଲା। ଗାନ୍ଧୀଙ୍କର ଭିନ୍ନ ଦୃଷ୍ଟିଥିଲା ଗରିବଙ୍କ ପ୍ରତି ଅଲଗା। ସ୍ବାଧୀନ ଭାରତର ସମ୍ବିଧାନର ପ୍ରଥମ ପ୍ରାଧାନ୍ୟ ଦିଆଗଲା ଦାରିଦ୍ର୍ୟ ବିଲୋପ ପାଇଁ। ଲୋକ ପ୍ରତିନିଧିମାନେ ଦେଶବାସୀଙ୍କର ଅର୍ଥନୀତିକ ଅବସ୍ଥାର ଉନ୍ନତ ପାଇଁ ଯଥାର୍ଥ ଧ୍ୟାନ ଦେବେ। ଭାରତ ସମ୍ବିଧାନର ଏ ବ୍ୟବସ୍ଥା ଏ ଦେଶର ଦରିଦ୍ର ଜନତାଙ୍କ ହୃଦୟରେ କ୍ଷୀଣ ଆଶା ସଞ୍ଚାରିତ କଲା। ପଞ୍ଚବାର୍ଷିକ ଯୋଜନା ମାଧ୍ୟମରେ ଅର୍ଥନୀତିକ ମାନଦଣ୍ଡକୁ ସୁଦୃଢ଼ କରିବା ପାଇଁ ଚେଷ୍ଟା ହେଲା, ମାତ୍ର ଯୋଜନାର ତ୍ରୁଟିହେତୁ ଅର୍ଥନୀତିକ ସାମ୍ୟ ପରିବର୍ତ୍ତେ ବୈଷମ୍ୟ ବିଶେଷ ଭାବରେ ବୃଦ୍ଧି ଲାଭକଲା। ଫଳରେ ସ୍ବାଧୀନ ଭାରତର ଜନସାଧାରଣ ଯେଉଁ ରାମରାଜ୍ୟର ପରିକଳ୍ପନା କରିଥିଲେ ତାହା ବିଡ଼ମ୍ବିତ ହେଲା। ସେ ଦିନରୁ ଅଦ୍ୟାବଧି ଦୀର୍ଘ ୭୫ ବର୍ଷ ବିଗତ ପରେ ମଧ୍ୟ ଆଜି ଭାରତରେ ୮୬.୮ ମିଲିୟନ ଲୋକ ଦରିଦ୍ରରେ ଗଣତି ହେଉଛନ୍ତି। ଆଜିର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଦରିଦ୍ରତା ଏକ ବରଦାନ କାରଣ ସେମାନେ ଦରିଦ୍ର ଜନତାଙ୍କୁ ସେମାନଙ୍କର ଭୋଟବ୍ୟାଙ୍କ ଭାବେ ପରିଗଣିତ କରି ସେମାନଙ୍କୁ ମାଗିଖିଆ କରି ତାଙ୍କ ମାଧ୍ୟମରେ ନିଜର ରାଜନୈତିକ ଫାଇଦା ଉଠାଇବା ସହ ସତ୍ତାରୂଢ ହେଉଛନ୍ତି। ଆଜି ଦେଶ ବେରୋଜଗାରୀ, ଦରବୃଦ୍ଧିର ସାମନା କରୁଛି। ସି.ଏମ୍‌.ଆଇ.ଇ. ରିପୋର୍ଟ ଅନୁସାରେ ୭ ମିଲିୟନ ଲୋକ ତଥା ଯୁବକ ୨୦୨୦ରୁ ଏ ପର୍ଯ୍ୟନ୍ତ ରୋଜଗାର ହରାଇଛନ୍ତି। ୮.୪ କୋଟି ଭାରତୀୟ ଶିଶୁ ବିଦ୍ୟାଳୟ ବାରଣ୍ଡା ମାଡି ନାହାନ୍ତି। ଆଜି ବି ଲକ୍ଷଲକ୍ଷ ଯୁବକ ପାଠ ସାରି ଚାକିରି ପାଇଁ ଆର୍ତ୍ତଚିତ୍କାର କରୁଛନ୍ତି, ମାତ୍ର ସରକାର କିଂକର୍ତ୍ତବ୍ୟବିମୂଢ ସାଜି କେବଳ ଆଶ୍ୱାସନା ଛଡ଼ା ତାଙ୍କ ପାଖରେ ଆଉ କିଛି ନାହିଁ। ଇଏତ ଗଲା ଆମ ପ୍ରକୃତ ଗରିବ ବା ଦାରିଦ୍ର୍ୟସୀମାରେଖା ତଳେ ଥିବା ଲୋକଙ୍କ କଥା।
ବର୍ତ୍ତମାନ ଆମେ ଟିକେ ମୁହଁ ଫେରାଇବା ଆମ ଦେଶର ଶାସକ, ପ୍ରଶାସକ, ଯନ୍ତ୍ରୀ ଓ ନେତାମାନଙ୍କ ଆଡ଼କୁ। ଏମାନଙ୍କୁ କୁଆଡ଼େ ଯେତେ ମିଳିଲେ ବି ତାଙ୍କୁ ବେନିଅଙ୍ଗୁଳି ନିଅଣ୍ଟ। ତେଣୁ ସେମାନଙ୍କର ଦରମାବୃଦ୍ଧି ପାଇଁ ଦାବି ଉପସ୍ଥାପିତ ହେଉଛି। ବର୍ତ୍ତମାନ ଆମ ଆଇ.ଏ.ଏସ. ଅଧିକାରୀମାନଙ୍କର ମୂଳ ଦରମା ବଢ଼ି ୫୬,୧୦୦ ହେଲାଣି। ଏହାଛଡ଼ା ମହଙ୍ଗାଭତ୍ତା, ଘରଭଡ଼ା, ବାସଗୃହ କିମ୍ବା ବଜାରଦରରେ ଘରଭଡ଼ା, ମାଗଣା ଟେଲିଫୋନ/ମୋବାଇଲ, ପେଟ୍ରୋଲ, ଘରୋଇ ଅଡର୍ଲି, ବ୍ୟକ୍ତିଗତ ସହାୟକ, ଛୁଟି ଭ୍ରମଣ ଖର୍ଚ୍ଚ ଓ ଅନ୍ୟାନ୍ୟ ଅମାପ ସୁବିଧା ଇତ୍ୟାଦି। ଜଙ୍ଗଲସେବା, ଆଇ.ପି.ଏସ., ଆଇ. ଆର.ଏସ. ଅଧିକାରୀମାନଙ୍କୁ ଯେଉଁସବୁ ସୁବିଧା ମିଳୁଛି ତତୁଲ୍ୟ ମୂଲ୍ୟର ଦରମା ସେମାନଙ୍କୁ ମିଳିବା ପାଇଁ ବାରମ୍ବାର ଦାବି ହୋଇଥିଲା; ଯାହା ବହୁଅଂଶରେ ପୂରଣ ହୋଇଛି। ଏମାନଙ୍କର ବଳିଷ୍ଠ ଯୁକ୍ତିହେଲା ଏମାନଙ୍କୁ ଏପ୍ରକାର ସୁବିଧା ସୁଯୋଗ ନ ଦିଆଗଲେ ରାଷ୍ଟ୍ରର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କ୍ଷେତ୍ରରେ ମନରେ ଘୋର ଅସନ୍ତୋଷ ରହିବ। ବର୍ତ୍ତମାନ ଏ ଲେଖାର ପ୍ରଥମରେ ବର୍ଣ୍ଣିତ ଦରିଦ୍ର ଲୋକଙ୍କ ସହିତ ଦରିଦ୍ର(!) ରାଜନେତା, ପ୍ରଶାସକମାନଙ୍କର ଚାହିଦାକୁ ତୁଳନା କରାଯାଉ। କିନ୍ତୁ ଏ ତୁଳନା କରିବ କିଏ? ପ୍ରଶାସକମାନଙ୍କର ନିଜ ବିଚାରରେ ସେମାନେ ନିଜକୁ ଏକ ବଞ୍ଚିତ ଗୋଷ୍ଠୀ ବୋଲି ଭାବିବା ସହ ସେହି ଅନୁପାତରେ ପ୍ରାପ୍ୟ ଚାହୁଁଛନ୍ତି। ସେମାନେ ଏହା ଚାହିଁବା ସ୍ବାଭାବିକ। କାରଣ ଯେଉଁମାନେ ଯେଉଁ ସୁବିଧା ଭୋଗ କରୁଛନ୍ତି, ସେହି ସ୍ତରର ତଳେ ଯେଉଁମାନେ ଅଛନ୍ତି ସେମାନଙ୍କ ଖାଇବା ଥାଳି ଦେଖିବା ଏହି ଉପରବାଲାଙ୍କ କାମ ନୁହେଁ। ତାଙ୍କ ଉପରେ ଯେଉଁମାନେ ଅଛନ୍ତି ସେମାନଙ୍କ ସହିତ ନିଜକୁ ସମକକ୍ଷ କରି ଗଢିତୋଳିବା ହିଁ ଯଥାର୍ଥ। ତଳେ ପଡ଼ିଥିବା ଦରିଦ୍ର ଜନସାଧାରଣଙ୍କୁ ମାନବୋଚିତ ସାମାଜିକ, ଅର୍ଥନୈତିକ ସ୍ତରକୁ ଉନ୍ନୀତ କରିବା ପାଇଁ ସେମାନେ ‘ସାଧାରଣ ସେବକ’ର ମାନ୍ୟତା ଧାରଣ କରିଛନ୍ତି । ମାତ୍ର ଏ ତଳିଆଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥରାଶିକୁ ଆତ୍ମସାତ୍‌ କରିବାରେ ଏମାନଙ୍କ ମଧ୍ୟରୁ ଅନେକେ ଟିକେହେଲେ ସୁଯୋଗ ହାତଛଡ଼ା କରୁନାହାନ୍ତି। ତେବେ ତଳବାଲାଙ୍କ କଥା ଭାବିବ କିଏ, ତାଙ୍କର ଉନ୍ନତିର ଦାୟିତ୍ୱ ନେବକିଏ? ସାଧାରଣ ସେବକମାନେ ନିଜର ସେବା କରିବାରେ ଯଦି ରାଷ୍ଟ୍ରର ସମସ୍ତ ସମ୍ବଳ ଓ ପୁଞ୍ଜିବ୍ୟୟ ହୋଇଯାଏ ତେବେ ସାଧାରଣଙ୍କ ପାଇଁ ବଞ୍ଚିବ କ’ଣ? ଯଦି ସାଧାରଣଙ୍କ ସ୍ବାର୍ଥ ଓ ସେବାପାଇଁ ସାଧାରଣ ସେବକ ଉଦ୍ଦିଷ୍ଟ ନୁହେଁ ତେବେ ସେପରି ସାଧାରଣ ସେବକର ମୂଲ୍ୟ ଓ ଆବଶ୍ୟକତା କ’ଣ? ବିଶେଷକରି କେନ୍ଦ୍ର ସରକାରଙ୍କର ଉଦାରବାଦୀ ନା ଉଧାରବାଦୀ ଅର୍ଥନୀତି ପ୍ରବର୍ତ୍ତନ ପରେ ସରକାର ଚଳାଉଥିବା ବାବୁମାନଙ୍କ ସମ୍ପର୍କରେ ଏକ ବ୍ୟାପକ ଆଲୋଚନା ତଥା ବିତର୍କ ଅପରିହାର୍ଯ୍ୟ। କାରଣ ବର୍ତ୍ତମାନ ମନ୍ତ୍ରୀ ତଥା ପ୍ରଶାସନିକକଳର ସାଧାରଣ ଲୋକଙ୍କ ପ୍ରତି ଅବହେଳା, ଅସମ୍ମାନ, ବିତୃଷ୍ଣା, ଉଦାସୀନତା, ପିସି କାରବାର ତଥା ଶୋଷଣର ମାତ୍ରା ଏତେ ବଢ଼ିଯାଇଛି, ଯାହା ଅବର୍ଣ୍ଣନୀୟ। ନିଜନେତା ତଥା ବଡ଼ହାକିମଙ୍କ ମୁହଁ ବୁଡ଼ାଇ ଖାଇବାକୁ ଦେଖି ତଳିଆ ବି ଏହି ସୁଯୋଗର ଫାଇଦା ନେଇ ସେମାନେ ବି ସାଧାରଣଜନତାଙ୍କ ଧନକୁ ଖେପିବାରେ ଲାଗି ପଡ଼ିଛନ୍ତି।
ବର୍ତ୍ତମାନ ଏହିଭଳି କେତେକେତେ ପ୍ରଶାସନିକ ଅଧିକାରୀଙ୍କ ପାଖରୁ ଏତେ ପରିମାଣର ସାଧାରଣଙ୍କୁ ଲୁଟିଥିବା ଧନରାଶି ଜବତ ହେଉଛି, ଯାହା ଦେଖିଲେ ଆଖିଖୋସି ହୋଇଯାଉଛି! ଏଠାରେ ପ୍ରଶ୍ନ ଉଠେ କାହା ସାହସରେ ଏପରି ଅନୈତିକ ଧନରାଶି ସଂଗ୍ରହକରି ଅରବପତି ହୋଇଛନ୍ତି ତାହା ବର୍ତ୍ତମାନ ସାଧାରଣସ୍ତରରେ ବିସ୍ତାରିତ ଭାବରେ ଏକ ବିତର୍କର ଆବଶ୍ୟକତା ରହିଛି। ତେଣୁ ଏହାକୁ ବିଚାରକଲେ ଗରିବରୁ ଗରିବ ହେଉଥିଲାବେଳେ ଆମ ନେତା, ଶାସକ, ପ୍ରଶାସକ ସେମାନଙ୍କ ସ୍ତରରେ ନିଜକୁ ଗରିବ ବୋଲି ଭାବି ଯଦି ଏପରି ଅନୈତିକ କାର୍ଯ୍ୟ କରିବେ ତେବେ ଏ ଦେଶରେ ସ୍ବଚ୍ଛତା ଆସିବ କିପରି। ତେଣୁ ମୋ ଲେଖାର ଶିରୋନାମା କ’ଣ ଭୁଲ୍‌?
ଖୋର୍ଦ୍ଧା, ମୋ:୬୩୭୦୬୭୫୫୬୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri