ତମାଖୁ ପରିବେଶ ପ୍ରତି ବିିପଦ

ଡା. ପ୍ରଶାନ୍ତ କୁମାର ପରିଡ଼ା

ପ୍ରତିବର୍ଷ ମେ ମାସ ୩୧ ତାରିଖକୁ ବିଶ୍ୱ ତମାଖୁ ବର୍ଜନ ଦିବସ ରୂପେ ପାଳନ କରାଯାଇଥାଏ। ଏହି ଦିବସରେ ସାଧାରଣ ଲୋକମାନଙ୍କୁ ତମାଖୁ ସେବନର କୁପ୍ରଭାବ ତଥା ଏହାଦ୍ୱାରା ସୃଷ୍ଟି ହେଉଥିବା ରୋଗ ବିଷୟରେ ସଚେତନ କରାଯାଇଥାଏ। ତମାଖୁ ବର୍ଜନ ଓ ତଜ୍ଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ। ପ୍ରତିବର୍ଷ ଏକ ଭିନ୍ନ ସ୍ଲୋଗାନ ଦ୍ୱାରା ଲୋକମାନଙ୍କୁ ତମାଖୁ ବର୍ଜନ ପାଇଁ ଆହ୍ବାନ ଦିଆଯାଇଥାଏ। ଏ ବର୍ଷର ସ୍ଲୋଗାନ ହେଲା ”Tobbaco: Threat to our Environment“ ଯାହାର ଆକ୍ଷରିକ ଅର୍ଥ ହେଲା ‘ତମାଖୁ: ଆମ ପରିବେଶ ପ୍ରତି ବିପଦ।’ ଏହି ଅଭିଯାନ ଜନସାଧାରଣଙ୍କ ମଧ୍ୟରେ ତମାଖୁର ପରିବେଶ ପ୍ରଭାବ- ଚାଷ, ଉପତ୍ାଦନ, ବଣ୍ଟନ ଏବଂ ବର୍ଜ୍ୟବସ୍ତୁ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ତେଣୁ ଦେଶ ଓ ଜାତିର ପ୍ରଗତି ପାଇଁ ତମାଖୁ ସେବନକୁ ରୋକିବା ଆମ ସମସ୍ତଙ୍କ ଦାୟିତ୍ୱ। ଆମ ଦେଶରେ ତମାଖୁର ବ୍ୟବହାର ବହୁଳ ମାତ୍ରାରେ ଦେଖାଯାଏ। ଏହା ସାଧାରଣତଃ ୨ପ୍ରକାର ପ୍ରଣାଳୀରେ ବ୍ୟବହାର କରାଯାଇଥାଏ। ଚୋବାଇବା କିମ୍ବା ଶୋଷିବା ବା ଟାଣିବା। ଚୋବାଇ ବ୍ୟବହାର କରଥିବା ତମାଖୁ ମଧ୍ୟରେ ପାନ, ଗୁଣ୍ଡି, ଗୁଟ୍‌ଖା, ଗୁଡ଼ାଖୁ,ପାନମସଲା, ମାୱା, ଖଇନି ଆଦି ଆମ ଦେଶରେ ବହୁଳ ମାତ୍ରାରେ ଦେଖାଯାଏ। ସେହିପରି ଶୋଷିବା ବା ଟାଣିବା ପ୍ରଣାଳୀରେ ବିଡ଼ି, ସିଗାରେଟ, ଗଞ୍ଜେଇ, ହୁକା, ସିଗାର ଆଦି ବହୁଳ ମାତ୍ରାରେ ବ୍ୟବହାର କରାଯାଇଥାଏ। ତମାଖୁ ଏକ ସ୍ବାସ୍ଥ୍ୟହାନିକାରକ ପଦାର୍ଥ। ଏହାଦ୍ୱାରା ମନୁଷ୍ୟ ଶରୀରରେ ବହୁ ରୋଗ ସୃଷ୍ଟି ହୋଇଥାଏ। ସେଗୁଡ଼ିକ ମଧ୍ୟରେ ଶ୍ୱାସରୋଗ, ଉଚ୍ଚ ରକ୍ତଚାପ, ଆଥେରୋସ୍କେରୋସିସ୍‌, ପାରାଲିସ୍‌ସ, ହାଡ଼ ପେପରା, ରିଉମାଟଏଡ୍‌ ଆର୍ଥ୍ରାଇଟିସ ରୋଗ ଆଦି ମୁଖ୍ୟ। ସେହିପରି ସିଗାରେଟ୍‌ ଟାଣୁଥିବା ଲୋକମାନଙ୍କଠାରେ ୩୦-୪୦% ଅଧିକ ମାତ୍ରାରେ ମଧୁମେହ ରୋଗ ହେବା ସମ୍ଭାବନା ଥାଏ। ତମାଖୁ ସେବନ ଯୋଗୁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଏହାଦ୍ୱାରା ଅକାଳରେ ଗର୍ଭପାତ, ଶିଶୁ ଭିନ୍ନକ୍ଷମ ହେବା, ଶିଶୁର ଓଜନ କମ୍‌ ହେବା ଆଦି ସମସ୍ୟା ଦେଖାଦିଏ। ତମାଖୁରେ ପ୍ରାୟ ୭୦୦ ରାସାୟନିକ ପଦାର୍ଥ ଥାଏ। ଏଥିମଧ୍ୟରୁ ପ୍ରାୟ ୭୦ଟି ପଦାର୍ଥ କର୍କଟ ରୋଗ ସୃଷ୍ଟି କରିଥାଏ। ଶ୍ୱାସନଳୀ ଗ୍ରନ୍ଥୀ, ଫୁସ୍‌ଫୁସ୍‌ ମୁଖଗହ୍ବର, ଓଠ, ନାକ, ପାକସ୍ଥଳୀ, ମୂତ୍ରାଶୟ, ଅଗ୍ନ୍ୟାଶୟ, ବୃକ୍‌କ, ଯକୃତ, ଜରାୟୁଗ୍ରୀବା ଏବଂ ବୃହଦନ୍ତ୍ର ଆଦି କର୍କଟ ତମାଖୁଜନିତ ହୋଇଥାଏ। ଆମ ଦେଶରେ ୩୦-୪୦ ପ୍ରତିଶତ କର୍କଟର କାରଣ ହିଁ ତମାଖୁ ସେବନ। ସ୍ତ୍ରୀଲୋକମାନଙ୍କର ଏକତୃତୀୟାଂଶ ଓ ପୁରୁଷମାନଙ୍କ ୫୦% କର୍କଟ ତମାଖୁ ସେବନ ଯୋଗୁ ହୋଇଥାଏ। ଗଣନାରୁ ଜଣାଯାଇଛି, ତମାଖୁ ସେବନ ଯୋଗୁ ପ୍ରତିବର୍ଷ ୬ ନିୟୁତରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ସେଥିମଧ୍ୟରୁ ୫ନିୟୁତ ପ୍ରତ୍ୟକ୍ଷ ରୂପେ ହୋଇଥିବାବେଳେ ୬ଲକ୍ଷ ଲୋକ ତମାଖୁ ବ୍ୟବହାର ନ କରି ମଧ୍ୟ ପରୋକ୍ଷ ଭାବେ ମୃତ୍ୟୁବରଣ କରିଥାନ୍ତି। ପ୍ରତି ୬ ସେକେଣ୍ଡରେ ତମାଖୁ ସେବନ ଯୋଗୁ ଜଣେ ଲୋକର ମୃତ୍ୟୁ ଘଟିଥାଏ। ଆମ ଦେଶରେ ପ୍ରାୟ ୪୮ପ୍ରତିଶତ ପୁରୁଷ ଓ ୨୧ ପ୍ରତିଶତ ସ୍ତ୍ରୀଲୋକ ତମାଖୁ ବ୍ୟବହାର କରିଥାନ୍ତି। ପରୀକ୍ଷାରୁ ଜଣାଯାଇଛି, ତମାଖୁ ସେବନର ପ୍ରଭାବ ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନଙ୍କଠାରେ ବେଶି ପଡ଼ିଥାଏ। ତମାଖୁରେ ନିକୋଟିନ୍‌, କାର୍ବନ ମନୋସାଇଡ, ବେପୋଇରିନ୍‌, ନାଇଟ୍ରୋଜେନ୍‌ ଅକ୍‌ସାଇଡ, ଆମୋନିଆ ହାଇଡ୍ରୋଜେନ୍‌ ସିଆନାଇଡ୍‌ ଆଦି କର୍କଟ ସୃଷ୍ଟିକାରୀ ପଦାର୍ଥ ଥାଏ। ନିକୋଟିନ୍‌ ହିଁ ଜଣେ ଲୋକକୁ ବାରମ୍ବାର ତମାଖୁ ବ୍ୟବହାର ପାଇଁ ପ୍ରବର୍ତ୍ତାଇଥାଏ ଏବଂ ଅଭ୍ୟାସରେ ପକାଇଦିଏ। ତମାଖୁ ବର୍ଜନ ପାଇଁ ବିଭିନ୍ନ ଔଷଧୀୟ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଇଥାଏ। ସେଗୁଡ଼ିକ ମଧ୍ୟରେ ବୁପ୍ରୋପିଅନ, ନିକୋଟିନ୍‌ଗମ, ନିକୋଟିନ୍‌ ଲଜେସ ଆଦି ମୁଖ୍ୟ। ଏତଦ୍‌ବ୍ୟତୀତ ତମାଖୁ ବର୍ଜନ କେନ୍ଦ୍ର, ସଚେତନାତା ଶିବିର ଓ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ତମାଖୁ ବଜର୍ନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ସରକାରଙ୍କ ତରଫରୁ ତମାଖୁ ସେବନ ରୋକିବା ପାଇଁ କେତେକ ନିୟମାବଳୀ ତିଆରି କରାଯାଇଛି। ୨୦୦୩ରେ ଟବାକୋ ପ୍ରଡକ୍ଟ ଆକ୍ଟ ପ୍ରଚଳନ କରାଯାଇଛି। ସେଗୁଡିକ ହେଲା- * ସର୍ବସାଧାରଣ ସ୍ଥାନରେ ତମାଖୁ ସେବନ ବନ୍ଦ। * ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ତମାଖୁ କିମ୍ବା ତମାଖୁଜାତ ଦ୍ରବ୍ୟର ବିକ୍ରୟ ନିଷେଧ। * ୧୮ ବର୍ଷରୁ କମ୍‌ ପିଲାମାନଙ୍କୁ ତମାଖୁଜାତ ଦ୍ରବ୍ୟ ବିକ୍ରୟ ନିଷେଧ। * ଶିକ୍ଷାନୁଷ୍ଠାନ ଚାରିପାଖରେ ଏହି ଦ୍ରବ୍ୟର ବିକୟ ନିଷେଧ। * ସବୁ ତମାଖୁଜାତ ଦ୍ରବ୍ୟର ପ୍ୟାକ୍‌ ଉପରେ ସ୍ବାସ୍ଥ୍ୟହାନିକାରକ ସଚେତନତା। * ପ୍ରତ୍ୟେକ ପ୍ୟାକେଟ୍‌ ଉପରେ ନିକୋଟିନ୍‌ ଓ ଅନ୍ୟାନ୍ୟ ଭାଗ ଦର୍ଶାଯିବ ଉଚିତ।
ମେଡିକାଲ ଅଙ୍କୋଲୋଜିଷ୍ଟ
ଏଚ୍‌ସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ, କଟକ


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?