କାହା ପାଖକୁ ଏମିତି କାର୍‌ ପଠାଇଲେ ପୁଟିନ୍‌, ବୋମା ପଡ଼ିଲେ ବି ହେବନି କ୍ଷତି

ମସ୍କୋ,୨୧ା୨: ରୁଷିଆ ଏବଂ ଭାରତ ମଧ୍ୟରେ ଏକ ଶତାବ୍ଦୀ ପୁରୁଣା ସୁ-ସମ୍ପର୍କ ରହିଆସିଛି। ଯେକୌଣସି ପରିସ୍ଥିତିରେ ଉଭୟ ଦେଶ ପରସ୍ପରର ହାତ ଧରି ଚାଲନ୍ତି। ସେଥିପାଇଁ ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ସମଗ୍ର ବିଶ୍ୱ ରୁଷିଆ ଉପରେ ପ୍ରତିବନ୍ଧକ ଲଗାଇଲା, ସେତେବେଳେ ଭାରତ ମଧ୍ୟ ଏହା ସହିତ ଥିଲା। ତା’ଠାରୁ ତେଲ କିଣିଥିଲା, ଯାହା ଦେଶର ଅର୍ଥନୀତିକୁ ବିପର୍ଯ୍ୟୟରୁ ରକ୍ଷା କରିଥିଲା। କିନ୍ତୁ ନିକଟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏକ ଦେଶକୁ ସଶସ୍ତ୍ର କାର୍‌ ଉପହାର ଦେଇଛନ୍ତି। ଏହା ଏପରି କାର୍‌, ଯେଉଁଥିରେ ବୋମା ପଡ଼ିଲେ ବି କିଛି କ୍ଷତି ହେବ ନାହିଁ। କୁହାଯାଉଛି, ଏହି କାର୍ଯ୍ୟ କରି ପୁଟିନ ଋଣ ପରିଶୋଧ କରିଛନ୍ତି। ଆପଣ ସେହି ଦେଶର ନାମ କହିପାରିବେ କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଆମେ ଉତ୍ତର କୋରିଆ ବିଷୟରେ କହୁଛୁ। ପୁଟିନ ଏବଂ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକଙ୍କ ମଧ୍ୟରେ ବହୁତ ଦୃଢ଼ ସମ୍ପର୍କ ରହିଛି। ଏକରିପୋର୍ଟ ଅନୁଯାୟୀ, ପୁଟିନ ନିକଟରେ ଉତ୍ତର କୋରିଆକୁ ୩୫୦,୦୦୦ ପାଉଣ୍ଡ ମୂଲ୍ୟର ବାହୁବଳୀ ଲିମୋଜାଇନ କାର୍‌ ଉପହାର ଦେଇଛନ୍ତି। ଅନେକ ପ୍ରକାରର ଲ୍ୟାଣ୍ଡ୍‌ମାଇନ୍‌ ଆକ୍ରମଣରୁ ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। କୁହାଯାଉଛି, ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂଆ ଅଧ୍ୟାୟ ଏବଂ ଏହା କରି ପୁଟିନ ଉତ୍ତର କୋରିଆର ଋଣ ପରିଶୋଧ କରିଛନ୍ତି।

୨୦୨୩ରେ ୟୁକ୍ରେନ ଯୁଦ୍ଧ ସମୟରେ ଯେତେବେଳେ ରୁିଷିଆର ଅସ୍ତ୍ରଶସ୍ତ୍ର ସରିଯାଉଥିଲା, ଉତ୍ତର କୋରିଆ ଅସ୍ତ୍ରଶସ୍ତ୍ର ଗୋଦାମରେ ଭରି ଦେଇଥିଲା। ଏକ ଯୋଗାଣ ଲାଇନ ଖୋଲିଛି ଏବଂ ନିଶ୍ଚିତ କରିଛି ଯେ ରୁଷିଆ ଯେତେ ଦିନ ଚାହିଁବ ସେଠାରୁ ଅସ୍ତ୍ରଶସ୍ତ୍ର ଏବଂ କ୍ଷେପଣାସ୍ତ୍ର ନେଇପାରିବ।

ରିପୋର୍ଟରୁ ପ୍ରକାଶ ଯେ,ଏହାର ପ୍ରତିବଦଳରେ ଏହି ଉପହାର ପଠାଯାଇଛି, ଯାହା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ୍‌ ଉନଙ୍କୁ ପ୍ରଦାନ କରାଯିବ। କିମ୍‌ଙ୍କ ଭଉଣୀ ଏଥିପାଇଁ ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କ ମଧ୍ୟରେ ସମ୍ପର୍କ ଏହିପରି ଜାରି ରହିବ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଏହି ସମ୍ପର୍କ ଦକ୍ଷିଣ କୋରିଆରେ ଆତଙ୍କ ସୃଷ୍ଟି କରିଛି। ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରଣାଳୟ କହିଛି, ଏହା ରୁଷିଆ ଏବଂ ଉତ୍ତର କୋରିଆ ମଧ୍ୟରେ ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଉଭୟ ଦେଶ ଅନୁସରଣ କରିବା ଉଚିତ। ରୁଷିଆକୁ ଏପରି ଯାନ ବିକ୍ରୟ କିମ୍ବା ଦେବା ଉପରେ ଅନ୍ତର୍ଜାତୀୟ ନିୟମ ନିଷେଧ।

ରୁଷିଆ ରାଷ୍ଟ୍ରପତିଙ୍କ ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି, କିମ୍‌ଙ୍କୁ ଆମେ ଏକ ଆରୁସ୍‌ କାର ଉପହାର ଦେଇଛୁ। ରୁଷିଆରେ ନିର୍ମିତ ଏହା ହେଉଛି ପ୍ରଥମ ପୂର୍ଣ୍ଣ ଆକାରର ବିଳାସପୂର୍ଣ୍ଣ ସେଡାନ କାର, ଯାହା ଅନେକ ପ୍ରକାରର ଆକ୍ରମଣରୁ ସୁରକ୍ଷା ଯୋଗାଇଥାଏ। ବିଶେଷ କଥା ହେଉଛି ରାଷ୍ଟ୍ରପତି ପୁଟିନ ମଧ୍ୟ ଏହି କାର୍‌ ଚଳାଇଛନ୍ତି। ତେଣୁ ଆପଣ କଳ୍ପନା କରିପାରିବେ ଯେ ଏହି କାର କେତେ ସୁରକ୍ଷିତ ରହିବ। ସେପ୍ଟେମ୍ବରରେ ଦୂର ପୂର୍ବରେ ରୁଷିଆର ସ୍ପେସ୍‌ ଲଞ୍ଚ ଷ୍ଟେଶନ ପରିଦର୍ଶନ କରିବା ବେଳେ କିମ ଆରୁସ ସିନେଟ ଲିମୋଜାଇନ ଯାଞ୍ଚ କରିଥିଲେ। ତା’ପରେ ପୁଟିନ ତାଙ୍କୁ ପଛ ସିଟରେ ବସିବା ପାଇଁ ନେଇଗଲେ। କିମ୍‌ ଅଟୋମୋବାଇଲକୁ ଭଲ ପାଆନ୍ତି ଏବଂ ବିଳାସପୂର୍ଣ୍ଣ ବିଦେଶୀ ଯାନଗୁଡ଼ିକର ଏକ ବଡ଼ ସଂଗ୍ରହ କରନ୍ତି। ଏଥିମଧ୍ୟରୁ ଅଧିକାଂଶ ଚୋରା ଚାଲାଣ ମାଧ୍ୟମରେ ଅଣାଯାଇଛି। ଏଥିରେ ଅନେକ ମର୍ସିଡିଜ ଲିମୋଜାଇନ, ଏକ ରୋଲ୍ସ-ରୋଏସ ଫାଣ୍ଟମ ଏବଂ ଲେକ୍ସସ ସ୍ପୋର୍ଟସ ୟୁଟିଲିଟି ଯାନ ଅନ୍ତର୍ଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?