ଜଙ୍ଗଲ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ଆହ୍ବାନ

ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର ଘାଟିକିଆସ୍ଥିତ ବନପାଳ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେଉଥିବା ରାଜ୍ୟର ୨୧ ବନଖଣ୍ଡର ୪୧ଜଣ ପ୍ରଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହରେ ପହଞ୍ଚତ୍ ମତ ବିନିମୟ କରିବା ସହିତ ସେମାନଙ୍କ ପ୍ରଶିକ୍ଷଣ ବାବଦରେ ରହିଥିବା ସୁବିଧା-ଅସୁବିଧା, ପାଠ୍ୟକ୍ରମ ଓ କ୍ଷେତ୍ର ପରିଦର୍ଶନ ଇତ୍ୟାଦି ବିଷୟରେ ପଚାରି ବୁଝିଥିଲେ। ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣ ପ୍ରତି ଆଗାମୀ ଦିନରେ ଅଧିକ ଯତ୍ନବାନ ହେବା ପାଇଁ ମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ମନ୍ତ୍ରୀ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟକୁ ଯାଇ ରାଜ୍ୟର ୧୪ ବନଖଣ୍ଡରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବନ ଉନ୍ନୟନ ପ୍ରକଳ୍ପ ସମ୍ବନ୍ଧରେ ପଚାରି ବୁଝିଥିଲେ। ଏଥିସହ ଭିତରକନିକା ଅଭୟାରଣ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ। ଆମ ଜଙ୍ଗଲ ଯୋଜନାର ସଫଳ କାର୍ଯ୍ୟକାରିତା ଏବଂ ଏଥିରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ସହଭାଗିତା ନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ଏହାର ପରିସରକୁ ଆହୁରି ବ୍ୟାପକ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଜଙ୍ଗଲ ପରିଚାଳନା ଏବଂ ଏହାର ଅଭିବୃଦ୍ଧିରେ ବନ ସୁରକ୍ଷା ସମିତି ରାଜ୍ୟରେ କିଭଳି ଭାବେ କାର୍ଯ୍ୟ କରୁଛି ଓ ଏହାର ଉପଯୁକ୍ତ ତଦାରଖ ପାଇଁ ପ୍ରକଳ୍ପ ନିର୍ଦ୍ଦେଶିକା ନିୟମିତ କ୍ଷେତ୍ର ପରିଦର୍ଶନରେ ଯିବା ପାଇଁ ମନ୍ତ୍ରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଆଉ ନାହାନ୍ତି ଆକ୍ରାନ୍ତ

ବରଗଡ଼ ଅଫିସ୍‌,୧୬।୬: ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରହିଥିବା କୋଭିଡ୍‌ ହସ୍ପିଟାଲରେ ଆଉ କେହି ଆକ୍ରାନ୍ତ ନାହାନ୍ତି। ଏନେଇ ଜିଲା...

୨୪ରେ ପ୍ରବଳ ବର୍ଷା ସୂଚନା

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଉତ୍ତର-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ତାରିଖ ଦିନ ପ୍ରବଳ ବର୍ଷା...

ପଡ଼ିଆର ନବୀକରଣ କାର୍ଯ୍ୟ ଆରମ୍ଭ

ଭୁବନେଶ୍ୱର, ୨୦।୪ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ। ୨୦୧୮ ମସିହାରେ ପ୍ରଥମଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଏହି...

ଓବିସି ବର୍ଗକୁ ସାବତ ପୁଅ ଭାବୁଛନ୍ତି ରାଜ୍ୟ ସରକାର:ଭାଜପା

ଭୁବନେଶ୍ୱର୧୮।୯(ବ୍ୟୁରୋ): ଶିକ୍ଷା କ୍ଷେତ୍ରରେ ନାମଲେଖା ପାଇଁ ସଂରକ୍ଷଣ ଦେବାରେ ରାଜ୍ୟ ସରକାର ପକ୍ଷପାତିତା କରୁଛନ୍ତି। ରାଜ୍ୟର ସଂଖ୍ୟାଧିକ ଓବିସି ଏବଂ ଏସ୍‌ଇବିସିଙ୍କୁ କ୍ରମାଗତ ଭାବେ ରାଜ୍ୟ...

ନବୀନଙ୍କୁ ଶୁଭେଚ୍ଛା ଜଣାଇଲେ ପିନାକୀ: ମୁଖ୍ୟମନ୍ତ୍ରୀଙ୍କ ୨୧ ଲୋକ ସଭା ଜିତିବା ପ୍ରଶ୍ନର ଉତ୍ତରରେ କହିଲେ ଶାହଙ୍କୁ ୧୨୦+ ମିଶନ ନେଇ ପ୍ରଥମେ ପ୍ରଶ୍ନ କରାଯାଉ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପୁରୀ ଜିଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଭାଜପା ହାତକୁ ଯାଇଛି। ପୁରୀ ଓ ବ୍ରହ୍ମଗିରି ବିଧାନସଭା...

ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା

ବୁଗୁଡ଼ା, ୩୧ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବାଲିପିଣ୍ଡି ପୋଖରୀ ନିକଟସ୍ଥ ଦଳିତ ସାହିରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକଙ୍କ ସହ ମିଶି...

ଘରେ ପହଞ୍ଚିବ ଟିକା

ଛତ୍ରପୁର,୧୫।୫: କରୋନା ଟିକା ପାଇଁ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି। ଟିକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଏଭଳି ଅସୁବିଧାକୁ...

ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଲେ ଆମ୍ବୁଲାନ୍ସ କର୍ମଚାରୀ

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ):ରକ୍ତ ଦେଇ ନାବାଳକର ଜୀବନ ବଞ୍ଚାଇଛନ୍ତି ଜଣେ ଆମ୍ବୁଲାନ୍ସ କର୍ମଚାରୀ। ଜଣେ ଅପରିଚିତ ରୋଗୀକୁ ରକ୍ତ ଦାନକରିଥିବା ମାନବିକତାର ପରିଚୟ ଦେଇଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର...

Advertisement
Archives

Model This Week