Posted inଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍‌ସି ୧୬,୩୩୦ ଆସନରେ ବିଜୟୀ ହୋଇଛି। ଏହା ବ୍ୟତୀତ ଉକ୍ତ ଦଳ ୩,୦୦୨ ଆସନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ୩,୭୯୦ ଆସନ ଜିତିଥିବାବେଳେ ୮୦୨ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ମୋଟ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ ପାଇଁ ନିର୍ବାଚନ ହୋଇଥିଲା। ବାମ ସାମ୍ମୁଖ୍ୟ ୧,୩୬୫ ଆସନ ଜିତିଥିବାବେଳେ ୬୨୧ ଆସନରେ ଆଗରେ ରହିଛି। ସେହିପରି କଂଗ୍ରେସ ୮୮୬ ଆସନ ହାତେଇବା ସହ ୨୫୬ଟିରେ ଆଗୁଆ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟ ଦଳ ମଧ୍ୟରେ ନବଗଠିତ ଆଇଏସ୍‌ଏଫ୍‌ ୯୩୭ ଆସନ ଜିତିବା ସହ ୧୯୦ଟିରେ ଆଗରେ ଅଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ୪୧୮ ଆସନ ଜିତିଛନ୍ତି। ଜିଲା ପରିଷଦର ମୋଟ ୯୨୮ ଆସନ ମଧ୍ୟରୁ ସନ୍ଧ୍ୟା ସୁଦ୍ଧା ଘୋଷିତ ସମସ୍ତ ୧୮ ଆସନ ଟିଏମ୍‌ସି ଜିତିନେଇଛି। ଏହା ବ୍ୟତୀତ ୩୦ ଆସନରେ ଏହି ଦଳ ଆଗରେ ରହିଛି। ଟିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ରହିଥିବା ପଞ୍ଚାୟତ ନିର୍ବାଚନ ଫଳାଫଳରୁ ପ୍ରତିଫଳିତ ହୋଇଛି। ଭୋଟରମାନେ ଭାଜପାର ବିଭାଜନକାରୀ ରାଜନୀତି ଏବଂ କଂଗ୍ରେସ, ସିପିଆଇ(ଏମ୍‌)ର ନକାରାତ୍ମକ ରାଜନୀତିକୁ ବର୍ଜନ କରିଥିବା ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସେମିଫାଇନାଲ ସଦୃଶ ହୋଇଥିବାରୁ ଦଳଗୁଡ଼ିକ ସବୁ ସାମର୍ଥ୍ୟ ଲଗାଇ ଲଢ଼ିଥିଲେ। ମତଦାନ ଦିନ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ ଟିଏମ୍‌ସି କର୍ମୀଙ୍କ ସମେତ ୧୫ ଜଣଙ୍କ ଜୀବନ ଯାଇଥିଲା। ନିର୍ବାଚନ ଘୋଷଣା ହେବା ଦିନଠାରୁ ହିଂସାକାଣ୍ଡରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଭୋଟ୍‌ ଜାଲିଆତି ଏବଂ ହିଂସାକାଣ୍ଡ ଅଭିଯୋଗକୁ ନେଇ ୬୯୬ ଆସନରେ ସୋମବାର ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। କାଲ୍‌କାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଏବଂ ଭୋଟଗଣତି ଦିନ କେନ୍ଦ୍ରୀୟ ପୋଲିସ ବଳ ନିୟୋଜିତ କରାଯାଇଥିଲା। ଶନିବାର ୮୦.୭୧ ପ୍ରତିଶତ ମତଦାନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri