Posted inଖେଳ

୨ ବିଭାଗରେ ଭାରତକୁ ଟାଇଟଲ

କଟକ,୧୮।୧୨(ସୁପ୍ରିୟା ପ୍ରିୟଦର୍ଶିନୀ ): ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ତଥା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ରବିବାର ଉଦ୍‌ଯାପିତ ହୋଇଛି। ମୋଟ ୫ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀ ୨ଟିରେ ଟାଇଟଲ ହାସଲ କରିଛନ୍ତି। ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଏହି ଟୁର୍ନାମେଣ୍ଟ ୬ଦିନ ଧରି ଚାଲିଥିଲା। ବ୍ୟାଡ୍‌ମିଣ୍ଟନ ୱାର୍ଲଡ ଫେଡେରେଶନ(ବିଡବ୍ଲ୍ୟୁଏଫ) ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ୨୭ ଦେଶର ୩୦୦ରୁ ଊର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସତୀଶ କୁମାର ଚାମ୍ପିୟନ ହୋଇଛନ୍ତି । ଅନ୍ୟତମ ଭାରତୀୟ ପ୍ରତିଦ୍ୱନ୍ଦୀ ଆୟୁଷ ଶେଟ୍ଟୀଙ୍କ ସହ ୧ ଘଣ୍ଟା ୬ ମିନିଟ ଧରି ହୋଇଥିବା ଫାଇନାଲ ମୁକାବିଲା ରୋମାଞ୍ଚକ ହୋଇଥିଲା। ପ୍ରଥମ ସେଟ୍‌କୁ ୨୧-୧୮ ଗେମ୍‌ରେ ଜିତି ଅଗ୍ରଣୀ ହାସଲ କରିଥିଲେ ସତୀଶ। ଦ୍ୱିତୀୟ ସେଟ୍‌ରେ ଆୟୁଷ ୨୧-୧୯ ଗେମ୍‌ରେ ବିଜୟୀ ହୋଇ ସ୍ଥିତି ବରାବର କରିଥିଲେ। ୨୨ବର୍ଷୀୟ ସତୀଶ ୩ୟ ସେଟ୍‌ରେ ସହଜରେ ବିଜୟ ପଏଣ୍ଟ ହାତେଇଥିଲେ। ଏହି ସେଟ୍‌ଟି ୨୧-୧୪ ଗେମ୍‌ରେ ଶେଷ ହୋଇଥିଲା। ଏଠାରେ ଚାମ୍ପିୟନ ହୋଇଥିବା ସତୀଶଙ୍କର ଏହା ହେଉଛି ୬ଷ୍ଠ ବିଡବ୍ଲ୍ୟୁଏଫ ଟାଇଟଲ୍‌। ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ନୋଜୋମି ଓକୁହାରା ଚାମ୍ପିୟନ ହୋଇଛନ୍ତି। ହଂକଂର ଲୋ ସିନ ୟାନ ହାପିଙ୍କୁ ସେ ୨୧-୭, ୨୧-୨୩, ୨୨-୨୦ ଗେମ୍‌ରେ ପରାସ୍ତ କରି ଟାଇଟଲ୍‌ ଜିତିଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ଚାଇନିଜ ତାଇପେ ଯୋଡ଼ି ଲିନ ବିଙ୍ଗ ୱି ଏବଂ ସୁ ଚିଙ୍ଗ ହେଙ୍ଗ ୨-୧ ସେଟ୍‌ରେ ଭାରତୀୟ ଯୋଡ଼ି କ୍ରିଷ୍ଣା ପ୍ରସାଦ ଓ ସାଇ ପ୍ରତୀକଙ୍କୁ ହରାଇଥିଲେ। ମିକ୍ସଡ ଡବଲ୍ସରେ ଭାରତର ଧ୍ରୁବ କପିଳା ଓ ତନୀଷା କ୍ରାଷ୍ଟୋ ଚାମ୍ପିୟନ ହୋଇଛନ୍ତି । ସିଙ୍ଗାପୁରର ହି ୟଙ୍ଗ କାଇ ଏବଂ ତାନ ୱିନ ହାନ୍‌ ଜେସିକାଙ୍କଠାରୁ ପ୍ରଥମ ସେଟ୍‌ରେ ୨୧-୧୭ ଗେମରେ ପରାସ୍ତ ହୋଇଥିଲେ। ମାତ୍ର ପରବର୍ତ୍ତୀ ଦୁଇଟି ଯାକ ସେଟ୍‌ରେ କପିଳା ଓ ତନୀଷା ୨୧-୧୯, ୨୩-୨୧ ଗେମ୍‌ରେ ବିଜୟୀ ହୋଇ ଟାଇଟଲ୍‌ ଜିତିଥିଲେ । ମହିଳା ଡବଲ୍ସ ଇଭେଣ୍ଟରେ ଭାରତ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛି। ଫାଇନାଲ ମୁକାବିଲାରେ ଭାରତର ତନୀଷା କ୍ରାଷ୍ଟୋ ଏବଂ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି ଭେଟିଥିଲା ଇଣ୍ଡୋନେସିଆର ମେଲିସା ଟ୍ରିଆସ ଏବଂ ରାଚେଲ ଆଲିସିଆଙ୍କ ଯୋଡ଼ିକୁ। ଏଥିରେ ଇଣ୍ଡୋନେସିଆ ପ୍ରତିଯୋଗୀ ଦ୍ୱୟ ୨୧-୧୪, ୨୧-୧୭ ଗେମ୍‌ରେ ବିଜୟୀ ହୋଇଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କଟକ ମେୟର ସୁବାସ ଚନ୍ଦ୍ର ସିଂ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri