ଆରମ୍ଭ ହେବ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ବାଲେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବନ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବିଭିନ୍ନ ପଞ୍ଚାୟତରେ ବନ୍ୟାଜଳ ନିଷ୍କାସନ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ ସହ ଜଳସେଚନ ବିଭାଗ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ସମୀକ୍ଷା କରିଛନ୍ତି। ବୁଆଁଳ ଓ ବଇଁଚା ପଞ୍ଚାୟତର ବୁଢାବଳଙ୍ଗ ନଦୀକୂଳିଆ ନୂଆପୁର ସିନ୍ଧିଆ, ବେଲବାରିଆ, କୁଡ଼ିଆ, ପାରିକୁଳ, ବୁଆଁଳ ଆଦି ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ପାଇଁ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ସହ ବିଧାୟକ ଦତ୍ତ ଆଲୋଚନା କରିଥିଲେ।
ବିଧାୟକ ପ୍ରଥମେ ନୂଆପୁର ସିନ୍ଧିଆ ଗ୍ରାମରେ ବୁଢାବଳଙ୍ଗ ନଦୀକୂଳରେ ସ୍ଥିତି ପରିଖିବା ସହିତ କ୍ରମାଗତ କୂଳ ଖାଉଥିବା ନଦୀତଟର ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ନଦୀତଟର ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ବନ୍ୟା ପ୍ରଭାବରୁ ରକ୍ଷା କରିବାକୁ ବୁଆଁଳ ଓ ବଇଁଚା ପଞ୍ଚାୟତର ନଦୀକୂଳିଆ ଗ୍ରାମଗୁଡ଼ିକରେ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ‘ବୁଢାବଳଙ୍ଗ ସଂସ୍କାର ଯୋଜନା’ ନାମରେ ଜଳସେଚନ ବିଭାଗ ପକ୍ଷରୁ ଏକ ଦୀର୍ଘ ତଥା ସ୍ଥାୟୀ ଯୋଜନା ପ୍ରସ୍ତୁତି ପାଇଁ କହିଛନ୍ତି। ଫଳରେ ବୁଆଁଳଠାରୁ ଆରମ୍ଭ କରି ଟିଆଖିଆ ପର୍ଯ୍ୟନ୍ତ ନଦୀକୂଳ ସୁରକ୍ଷିତ ହୋଇପାରିବ। ଆସନ୍ତା ମୌସୁମୀ ବର୍ଷା ପରେ ପରେ ଏହି ଯୋଜନାର କାର୍ଯ୍ୟ ପାଇଁ ସର୍ଭେ ଆରମ୍ଭ ହେବ। ତେବେ ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଗ୍ରାମବାସୀ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସେହିପରି ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଧାନ ବୁଢାବଳଙ୍ଗ ନଦୀର ବନ୍ୟାପ୍ରବଣ ଅଞ୍ଚଳଗୁଡିକ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହେବା ଆବଶ୍ୟକତା ଥିବା ବେଳେ ଏବେ ସୁଦ୍ଧା ସ୍ବଳ୍ପ ସ୍ଥାନରେ ପଥର ପ୍ୟାଚିଂ କାର୍ଯ୍ୟ ସରିଛି। ସରକାରଙ୍କ ଅନୁମୋଦନ ସହିତ ଜନସାଧାରଣଙ୍କ ସହଯୋଗ ରହିଲେ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’ ଭଳି ଏକ ଦୀର୍ଘମିଆଦି ଯୋଜନା ପର୍ଯ୍ୟାୟକ୍ରମେ ଶେଷ ହୋଇପାରିବ ବୋଲି ମତ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ବେଳେ ଜଳସେଚନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପସ କୁମାର ନାୟକ ଓ କନିଷ୍ଠଯନ୍ତ୍ରୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ସହ ବୁଆଁଳର ପୂର୍ବତନ ସମିତିସଭ୍ୟ ରବିନାରାୟଣ ମହାପାତ୍ର ଓ ଗଣେଶ ପାଢୀ, ଜିଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଜିତେନ ଜେନା, ସମିତିସଭ୍ୟ ମାୟାଧର ମହାଳିକ, ଶ୍ରୀକାନ୍ତ ମହାପାତ୍ର, ସଦାଶିବ ବେହେରା, ଗଜେନ୍ଦ୍ର ଜେନା, ପ୍ରମଲ କୁମାର ସିଂହ, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ଜେନା, ବେଣୁଧର ପରିଡା ଓ ଜୟନ୍ତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭାଜପାର ବରିଷ୍ଠ ନେତା ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ବାଇଁ, କାର୍ତ୍ତିକ ରାଉତ, ଲୋକନାଥ ଭୂୟାଁ, ଧୀରଜ ମହାନ୍ତି, ଅନନ୍ତ ନାୟକ ଓ ଅଶୋକ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପରେ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟରତ ତଥା ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଆୟୋଜିତ ବୈଠକରେ ଦତ୍ତ ଯୋଗ ଦେଇଥିଲେ। ସଦର ବ୍ଲକ ଅଞ୍ଚଳରେ ବନ୍ୟାଜଳ ନିଷ୍କାସନ, ଲୁଣା ଜୁଆରରୁ ସୁରକ୍ଷା, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଚାଳିଥିବା ପ୍ରକଳ୍ପର ଯୋଜନାବଦ୍ଧ ଭାବେ ସଫଳ କାର୍ଯ୍ୟକାରିତା ପାଇଁ ଦତ୍ତ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

୨୦୨୭ ଯାଏ ୩ ରାଶିଙ୍କର ଚାଲିବ ଭଲ ସମୟ, କେତୁଙ୍କ ପ୍ରଭାବରେ ପ୍ରଚୁର ଧନ ଲାଭ ସହ ଚାକିରିରେ ପଦୋନ୍ନତି!

ଜ୍ୟୋତିଷ ଶାସ୍ତ୍ରରେ ଛାୟା ଗ୍ରହ କେତୁଙ୍କ ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଜ୍ୟୋତିଷୀଙ୍କ ମତ ଅନୁସାରେ, କେତୁ ପ୍ରାୟ ୧୮ ମାସ ପରେ ରାଶି…

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, DA ବୃଦ୍ଧିକୁ ନେଇ ଆସିଲା ବଡ଼ ଅପଡେଟ୍‌! ଏହିଦିନ…

ନୂଆଦିଲ୍ଲୀ,୧୫।୯: ଦେଶର ୫୦ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସୁଛି। ପାର୍ୱଣ…

ମହିଳାଙ୍କୁ ୨ କୋଟି ଦେବ ଏହି ବଡ଼ ବ୍ୟାଙ୍କ୍‌! ଜାଣନ୍ତୁ କେମିତି କରିବେ ଆପ୍ଲାଏ…

ନୂଆଦିଲ୍ଲୀ,୧୫।୯: ଯଦି ଆପଣ ଜଣେ ମହିଳା ଏବଂ ନିଜର ନୂଆ ବ୍ୟବସାୟ ଆରମ୍ଭ କରିବାର ସ୍ୱପ୍ନ ଦେଖୁଛନ୍ତି କିମ୍ୱା ନିଜର ଚାଲୁଥିବା ବ୍ୟବସାୟକୁ ଆଗକୁ ବଢ଼ାଇବାକୁ ଚାହୁଁଛନ୍ତି,…

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲା ୨ ଭାଇଙ୍କ ମୃତଦେହ

ପରଜଙ୍ଗ,୧୫।୯(ନିଗମାନନ୍ଦ ଦଳବେହେରା): ଦୁର୍ଘଟଣାରେ ୨ ଭାଇଙ୍କ ଜୀବନ ଚାଲିଗଲା। ହେଲେ ମୃତଦେହ ଘରକୁ ନେବାବେଳେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଲା, ତାହା ସମସ୍ତଙ୍କୁ ବିଚଳିତ କରିଛି। ରାସ୍ତା…

ମୋହସିନ ନକଭିଙ୍କଠାରୁ ଏସିଆ କପ ଟ୍ରଫି କେବେ ନେବ ଟିମ ଇଣ୍ଡିଆ? BCCI ଦେଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୯: ମହିଳା ଏସିଆ କପ ୨୦୨୬ର ଟାଇଟଲ ନିଜ ନାମରେ କରିଛି ଟିମ ଇଣ୍ଡିଆ। ଫାଇନାଲରେ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ଭାରତୀୟ ମହିଳା ଦଳ…

ବିଶ୍ୱକର୍ମା ରାଜମିସ୍ତ୍ରୀ, କାରିଗର ସଂଘର ବାର୍ଷିକୋତ୍ସବ, ସାଙ୍ଗଠନିକ ଅଭିବୃଦ୍ଧି ପାଇଁ ନିଷ୍ପତ୍ତି

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବଶ୍ୱକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ…

UPIରେ ବନ୍ଧୁଙ୍କୁ ୫,୦୦୦ ଟଙ୍କା ପଠାଇଲେ ଲାଗିବ ଏକ୍ସଷ୍ଟ୍ରା ଚାର୍ଜ? ଜାଣନ୍ତୁ P2P-P2M ପେମେଣ୍ଟର ପାର୍ଥକ୍ୟ

ନୂଆଦିଲ୍ଲୀ,୧୫।୯ : ଆଜିକାଲି ମୋବାଇଲରେ କିଛି ସେକେଣ୍ଡ ମଧ୍ୟରେ ଟଙ୍କା ପଠାଇବା ପାଇଁ UPI ସବୁଠାରୁ ସହଜ ମାଧ୍ୟମ ପାଲଟିଛି। ବନ୍ଧୁଙ୍କୁ ଟଙ୍କା ପଠାଇବା ହେଉ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?