ଅବଧି ସରିଲା, କାର୍ଯ୍ୟ ଅସମ୍ପୂର୍ଣ୍ଣ

ସଇଁତଳା,୨୯ା୧୨(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ବ୍ଲକ ଛନଛଡ଼ା-ପେଣ୍ଡରାମାଲ ରାସ୍ତାରେ ଥିବା ଲାନ୍ଥ ନଦୀ ଉପରେ ବିଜୁ ସେତୁ ଯୋଜନାରେ ଆରମ୍ଭ ହୋଇଥିବା ବ୍ରିଜ ନିର୍ମାଣର ଅବଧି ଇତିମଧ୍ୟରେ ଶେଷ ହୋଇଛି। ହେଲେ ଦଶଭାଗରୁ ଏକଭାଗ ମଧ୍ୟ କାମ ସରି ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ପୋଲ ନିର୍ମାଣ ହେଲେ ପାଟଣାଗଡ଼, ବେଲପଡ଼ା, ଟିକ୍ରାପଡ଼ା, କଣ୍ଟାବାଞ୍ଜି ଆଦି ସ୍ଥାନକୁ ୩୦ରୁ ୪୦ କିମି ଏବଂ ଟିଟିଲାଗଡ଼ ଉପଖଣ୍ଡକୁ ୩୦ କିମି ଦୂରତ୍ୱ ହ୍ରାସ ପାଇବ ବୋଲି ଅଞ୍ଚଳବାସୀ ଯେଉଁ ଆଶାପୋଷଣ କରିଥିଲେ ତାହା ସାକାର ହୋଇ ପାରିନାହିଁ।
୪ବର୍ଷ ତଳେ ଟିଟିଲାଗଡ ବିଧାୟିକା ଟୁକୁନୀ ସାହୁ କରମତଲା ଓ ଧରବଗଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ବ୍ରିଜ ନିର୍ମାଣ ପାଇଁ ଶୁଭ ଦେଇଥିଲେ। ୧୨କୋଟି ୬୬ଲକ୍ଷ ୨୦ହଜାର ଟଙ୍କା ବ୍ୟୟ ଅଟକଳରେ ୨୦୨୨ ଏପ୍ରିଲ ୨୯ରେ କାମ ଆରମ୍ଭ ହୋଇ ତା୨୮ା୧୦ା୨୦୨୩ରିଖରେ କାର୍ଯ୍ୟ ସମାପ୍ତ ପାଇଁ ସରକାରୀ ନିର୍ଦ୍ଦେଶ ଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା କରାଯାଉଥିବା ଏହି ପୋଲ କାମ ଶ୍ରୀଶ୍ୟାମଜୀ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼ ଉପରେ ନ୍ୟସ୍ତ ରହିଛି। ଗତ କିଛି ମାସ ହେବ ଠିକାସଂସ୍ଥା କାମ ବନ୍ଦ ରଖିଥିବାବେଳେ ବିଭାଗୀୟ ଯନ୍ତ୍ରୀମାନଙ୍କର ଦେଖାନାହିଁ। କାର୍ଯ୍ୟ ସମାପ୍ତି ଅବଧି ସରିଯାଇଥିଲେ ମଧ୍ୟ ଦଶ ଭାଗରୁ ଏକ ଭାଗ କାମ ସମାପ୍ତ ହୋଇନାହିଁ। ଯାହାବି କାମ ହୋଇଛି ତାହା ନିମ୍ନମାନର। ଦୁଇଟି ପିଲାର ଗୋଟିଏ ପଟକୁ ଢ଼ଳି ଯାଇଥିବା ସାଧାରଣରେ ଅଭିଯୋଗ ହେଉଛି। ଠିକାସଂସ୍ଥାର ଜନୈକ କର୍ମଚାରୀଙ୍କୁ ପଚାରିବାରୁ ଅଭିଜ୍ଞ ପାଣି ବୁଡ଼ାଳୀ ମିଳିପାରୁ ନ ଥିବାରୁ କାମ ବନ୍ଦ ହୋଇ ପଡ଼ି ରହିଛି। ସେହିପରି ଧରବଗଡ଼ର ପୂର୍ବତନ ସରପଞ୍ଚ ସତ୍ୟନାରାୟଣ ପଣ୍ଡା ତୁରନ୍ତ କାମ ଆରମ୍ଭ କରି ଆସନ୍ତା ବର୍ଷ ବର୍ଷା ପୂର୍ବରୁ ସମାପ୍ତ କରିବାକୁ ଦାବି କରିଛନ୍ତି। ପୋଲ କାମ ତୁରନ୍ତ ଆରମ୍ଭ କରା ନ ଗଲେ ଛନଛଡ଼ା ଓ ଧରବଗଡ଼ ପଞ୍ଚାୟତ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?